ଫନୀ ପରେ ଅମ୍ଫନ୍‌ ଦେଇଗଲା ଦୁଃଖ

ପୁରୀ ଅଫିସ,୨୩ା୫: ବାତ୍ୟା ଫନୀରେ ପୁରୀ ଜିଲାର ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ପବନ ମାଡ଼ରେ ଧରାଶାୟୀ ହୋଇଥିଲା ହଜାର ହଜାର ପାନବରଜ। ଧାର, କରଜ କରି ବରଜ ତିଆରି କରିଥିବା ପାନଚାଷୀ ମୁଣ୍ଡରେ ହାତ ଦେଇଥିଲେ। କେମିତି ପୁଣି ବରଜକୁ ଠିଆ କରିବେ ସେହି ଚିନ୍ତାରେ ଥିଲେ। ପରେ ବହୁ କଷ୍ଟ ଓ ଋଣ କରି ପ୍ରାୟ ୪/୫ ମାସ ପରେ ନିଜ ଜୀବିକାର ମୁଖ୍ୟ ଉତ୍ସକୁ ଠିଆ କରାଇଥିଲେ। ଧୀରେ ଧୀରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବାବେଳେ ଅଚାନକ ମାଡ଼ି ଆସିଥିଲା କରୋନା ରାକ୍ଷସ। ସବୁଆଡେ ଲକ୍‌ଡାଉନ। ଗଡ଼ିଲାନି ଗାଡ଼ି, ଖୋଲିଲାନି ଦୋକାନ ବଜାର। ସବୁ ବନ୍ଦ। ଏହାର ପ୍ରଭାବ ପାନଚାଷୀଙ୍କ ଉପରେ ପଡ଼ିଲା। ବରଜ ଭିତରେ ନଷ୍ଟ ହେଲା ପାନପତ୍ର। ସେମାନେ ପ୍ରାୟ ଦୁଇମାସ ହାତ ବାନ୍ଧି ବସିଥିବାବେଳେ ଗତ କିଛିଦିନ ହେବ ଲକ୍‌ଡାଉନ୍‌ ସାମାନ୍ୟ କୋହଳ ହୋଇଥିଲା। ଦୋକାନ ବଜାର ଖୋଲିଲା। ଗାଡ଼ିମୋଟର କିଛିମାତ୍ରାରେ ସ୍ବାଭାବିକ ହେଲା। ପାନଚାଷୀ ମନୋବଳ ଦୃଢ କରି ଛିଡ଼ା ହେବାକୁ ଚେଷ୍ଟା କଲେ। ମାତ୍ର ପୁଣି ଦଇବ ଦାଉ ସାଧିଲା। ମାଡ଼ିଆସିଲା ବାତ୍ୟା ଅମ୍ଫନ୍‌। ବର୍ଷା, ପବନ ମାଡ଼ରେ ପୁଣି ମାଟି କାମୁଡ଼ିଲା ହଜାର ହଜାର ଏକର ପାନବରଜ। ଋଣଭାର ସହି ବରଜ ସଜାଡ଼ିିଥିବା ପାନଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଫନୀ ପରେ ଅମ୍ଫନ୍‌ର ଦୁଃଖ ବଳିଗଲା ବୋଲି ସେମାନେ କହୁଛନ୍ତି।
ପୁରୀ ଜିଲାର କାକଟପୁର, ଅସ୍ତରଙ୍ଗ, ନିମାପଡ଼ା, ଗୋପ, ପିପିଲି ଆଦି ବ୍ଲକରେ ହଜାର ହଜାର ପାନଚାଷୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ପରିବାର ସମ୍ପୂର୍ଣ୍ଣ ପାନଚାଷ ଉପରେ ହିଁ ନିର୍ଭରଶୀଳ। ପାନ ବିକିଲେ ପରିବାର ଚଳେ। ଜିଲାର ପିପିଲି, ନୟାହାଟ, ଓଥକା, କୁଣ୍ଢେଇ, ଅସ୍ତରଙ୍ଗ ଏବଂ କଟକ ଜିଲାର ନିଆଳିରେ ସାପ୍ତାହିକ ପାନ ହାଟ ରହିଛି। ଉପରୋକ୍ତ ହାଟଗୁଡ଼ିକ ଉପରେ ପିପିଲି, ବଳଙ୍ଗା, ସାତଶଙ୍ଖ, ନିମାପଡ଼ା, ବାମନାଳ, ଚାରିଛକ, ନୟାହାଟ, କାକଟପୁର, ଅସ୍ତରଙ୍ଗ, ବାଙ୍ଗୁରିଗାଁ, କୋଣାର୍କ ପ୍ରଭୃତି ଅଞ୍ଚଳର ପାନଚାଷୀ ନିର୍ଭର କରନ୍ତି। ଚାଷୀମାନେ ପାନ ବିକି ବରଜ ପାଇଁ ପଟ, ପାଖୁଡ଼ି, ରଶି, ଦଉଡ଼ି, ବାଉଁଶ, ପିଡ଼ିଆ, କୀଟନାଶକ, ଜୁଣ, ଟୋକେଇ, ବେତା ପ୍ରଭୃତି କିଣିବା ସହିତ ପରିବାର ପ୍ରତିପୋଷଣ ଲାଗି ଆବଶ୍ୟକ ଜିନିଷପତ୍ର ମଧ୍ୟ କିଣିଥାନ୍ତି। ଉକ୍ତ ପାନହାଟଗୁଡ଼ିକରୁ ପାନ ବ୍ୟବସାୟୀମାନେ ଚାଷୀଙ୍କଠାରୁ ପାନ କିଣି ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ବିଶାଖାପାଟଣା, ବାଂଲାଦେଶ, ପ୍ରଭୃତି ସ୍ଥାନକୁ ପଠାଇଥାନ୍ତି। କିନ୍ତୁ ଗତବର୍ଷ ମେ ୩ ତାରିଖ ଫନୀ ବାତ୍ୟା ପରଠାରୁ ଆଉ ଅଣ୍ଟା ସଳଖି ପାରୁନାହାନ୍ତି ପାନଚାଷୀ। ଫନୀରେ ପାନବରଜ ଭାଙ୍ଗିବା ପରେ ଏହାକୁ ସଜାଡ଼ିବାକୁ ପ୍ରାୟ ୩/୪ ମାସ ଲାଗିଗଲା। ଏହାପରେ ଧୀରେ ଧୀରେ ପାନ ବ୍ୟବସାୟ ଜମି ଆସୁଥିବାବେଳେ କରୋନା ପାଇଁ ପ୍ରାୟ ଦୁଇମାସ ହାତ ବାନ୍ଧି ବସିଲେ ପାନଚାଷୀ। ଏହି ସମୟରେ ବରଜରେ ପାନ ନଷ୍ଟ ହେବାକୁ ଲାଗିଲା। କାହାର ପାନ ତୋଳା ନ ଯାଇ ପାଚି ପଚିଗଲା ତ ପୁଣି କେହି ପାନ ତୋଳି ଫିଙ୍ଗିବାକୁ ବାଧ୍ୟ ହେଲା। ତେବେ ଦୋକାନ ବଜାର ଖୋଲିବା ପରେ ଚାଷୀମାନେ ବେଶ୍‌ ଆଶାବାଦୀ ଥିଲେ। କିନ୍ତୁ ଅମ୍ଫନ୍‌ର ପ୍ରକୋପ ପୁଣି ସେମାନଙ୍କ ମୁହଁରୁ ହସ ଛଡ଼ାଇ ନେଲା। ବିଶେଷକରି କାକଟପୁର, ଅସ୍ତରଙ୍ଗ, ଗୋପ ଆଦି ବ୍ଲକର ହଜାର ହଜାର ଏକର ଜମିରେ ଠିଆ ହୋଇଥିବା ପାନବରଜ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କାକଟପୁର ଅଞ୍ଚଳର ଚାଷୀ ପ୍ରତାପ ନାୟକ କହିଛନ୍ତି, ଗତବର୍ଷ ଫନୀ ପାନଚାଷକୁ ଉଜାଡ଼ି ଦେଇଥିଲା। ଏବେ ପୁଣି ଆମ ଦାନାରେ ଧୂଳି ଦେଲା କରୋନା ଓ ଅମ୍ଫନ୍‌। ଝଡ଼ବର୍ଷାରେ ଶହ ଶହ ପାନବରଜ ମାଟି କାମୁଡ଼ି ପଡ଼ିିଛି। ଲକ୍ଷ ଲକ୍ଷ ଟଙ୍କା ଧାର କରଜ କରି ବରଜ ସଜାଡ଼ିିଥିବା ଅନେକ ଚାଷୀ ଏବେ ମାନସିକ ଚାପରେ ରହିଛନ୍ତି। ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ନ ଦେଲେ ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ‘ହର୍‌ଘର୍‌ ତ୍ରିରଙ୍ଗା’ ଅଭିଯାନ, ଦେଶପ୍ରେମର ବାର୍ତ୍ତା ନେଇ ଶୋଭାଯାତ୍ରା

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ…

ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ସ୍ତ୍ରୀ ଆଗରେ ସ୍ବାମୀଙ୍କ ମୃତ୍ୟୁ, ଡାଏଲେସିସ ପାଇଁ ଯାଉଥିଲେ

ବଲାଙ୍ଗୀର,୧୨ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଟା ବାହାଲରୁ ଯାମୁଟିଆ ଯାଇଥିବା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ଓ ବାଇକ୍…

କୋର୍ଟରେ ମାମଲା ଲଢୁଥିବାବେଳେ ଅସୁସ୍ଥ ହୋଇପଡ଼ିଲେ ଓକିଲ, ସାଥୀ ଓକିଲଙ୍କୁ ମାମଲା ଆଗକୁ ନେବାକୁ କହି…

ଦାରିଙ୍ଗବାଡ଼ି,୧୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ…

ଅଭିଜିତ୍ ଦୀପକେଙ୍କ ବଡ଼ ଘୋଷଣା, ଏହି ଦିନ ଆରମ୍ଭ ହେବ ‘ଯନ୍ତର ମନ୍ତର ସିଜନ୍-୨’

ନୂଆଦିଲ୍ଲୀ,୧୨ା୮: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି…

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ରାଜକୁମାର ବୁଧଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଚମକିବ ଭାଗ୍ୟ; ଆଖି ପିଛୁଳାକେ ମିଳିବ ଧନ…

ବୁଧ ଗ୍ରହଙ୍କର କେବଳ ରାଶି ପରିବର୍ତ୍ତନ ନୁହେଁ, ବରଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ବୈଦିକ ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଶୁଭ ଗ୍ରହମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri