ଫନୀ ଉଜାଡ଼ିଦେଲା କଦଳୀ କ୍ଷେତ

ପଦ୍ମପୁର, ୧୧।୫ (ଡି.ଏନ.ଏ.) – ବାତ୍ୟା ‘ଫନୀ’ ପ୍ରଭାବରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ଗ୍ରାମର ଶଶିଭୂଷଣ ଦାଶଙ୍କର କଦଳୀ କ୍ଷେତ ଉଜୁଡ଼ି ଯାଇଛି। ହଜାର ହଜାର ଗଛ ଧରାଶାୟୀ ହୋଇଛି। ଗଛରେ କଦଳୀ କାନ୍ଦୀ ବାହାରିଥିବା ବେଳେ ବାତ୍ୟାରେ ଗଛ ସବୁ ଉପୁଡିଯିବା ସହ କାନ୍ଦୀ ଭାଙ୍ଗିଯାଇଛି। ୨୦୧୮ ମେ ମାସରେ ଶଶିଭୂଷଣ ଭୁବନେଶ୍ୱରର ଏକ ଫାର୍ମରୁ କଦଳୀ ଗଛ କିଣି ଘର ସାମ୍ନାରେ ଥିବା ୨୦ଗୁଣ୍ଠ ଜମିରେ ଲଗାଇଥିଲେ। ଭରସା ଥିଲା ଗୋଟିଏ କଦଳୀ କାନ୍ଦୀରୁ ବଜାର ମୂଲ୍ୟ ୩୫୦ରୁ ୪୦୦ ଟଙ୍କାରେ ବିକ୍ରି ହେବ। ହେଲେ ଠିକ୍‌ ଗଛରେ କାନ୍ଦୀ ପାକଳ ହୋଇଆସୁଥିବା ବେଳେ ବାତ୍ୟା ଦାଉ ସାଧିଲା। ପ୍ରବଳ ପବନ, ବର୍ଷାରେ ଗଛଗୁଡ଼ିକ ଭାଙ୍ଗିଯାଇଥିବା ବେଳେ ମୂଳ ପଚିଗଲାଣି। ଏହି କ୍ଷତି କାରଣରୁ ଶଶିଭୂଷଣ ମୁଣ୍ଡରେ ହାତଦେଇ ବସିଛନ୍ତି। ପ୍ରଥମକରି ଅଞ୍ଚଳରେ ଯୁବପିଢ଼ିଙ୍କୁ ଚାଷକରି ସ୍ବାବଲମ୍ବୀ ହେବାର ବାଟ ଦେଖାଉଥିବା ଚାଷୀମାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଦୁଃଖଦାୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri