ଫନୀ ଉଜାଡ଼ିଦେଇଛି ଝାଟିମାଟିର ଘର:ଆବାସଟିଏ ମାଗିଲେ ଦୃଷ୍ଟିହୀନ ଦମ୍ପତି

ଅନୁଗୋଳ ଅଫିସ, ୫।୧୧

ଦୃଷ୍ଟିହୀନ ହେଲେ ବି ସେମାନେ ସଂସାର କରିଛନ୍ତି। ଅନୁଗୋଳର କେଦାରଗୌରୀ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ କାମ କରି ଯେନେତେନେ ପେଟ ପୂରାଉଛନ୍ତି। ହେଲେ ମଝିରେ ମଝିରେ ହେଉଥିବା ଦେହ ଅସୁସ୍ଥତା ଯୋଗୁ ହାତରେ କିଛି ସଞ୍ଚୟ କରିପାରୁନାହାନ୍ତି। ଏପରି ଅବସ୍ଥାରେ ଫନୀ ଭାଙ୍ଗି ଦେଇଥିବା ଝାଟିମାଟିର ଘରକୁ ଠିଆ କରିପାରୁନାହାନ୍ତି। ସରକାର ଗରିବଙ୍କୁ ଆବାସ ଯୋଜନାରେ ପକ୍କା ଘର ଦେଉଥିବା ବେଳେ ତାଙ୍କ ପାଇଁ କହିବାକୁ କେହି ନାହିଁ। ଦୃଷ୍ଟିହୀନ ଯୋଗୁ ସେମାନେ ପ୍ରଶାସନ ନିକଟକୁ ଆସି ଗୁହାରି ବି କରିପାରୁନାହାନ୍ତି। କେତେଜଣଙ୍କୁ ଏଥିପାଇଁ ଅନୁରୋଧ କରିଥିଲେ। ହେଲେ କେହି ସହାୟତା କଲେ ନାହିଁ। ଖବରପାଇ ବାଲେଶ୍ୱରରୁ ଭିନ୍ନକ୍ଷମ ବନ୍ଧୁ କୃଷ୍ଣଚନ୍ଦ୍ର ସାହୁ ଆସି ସେମାନଙ୍କୁ ଏଠାକୁ ଆଣିଛନ୍ତି। ପ୍ରଶାସନ ପକ୍କା ଘରଟିଏ ଦେଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ସୋମବାର ଅଭିଯୋଗ କରିବାକୁ ଜିଲା କାର୍ଯ୍ୟାଳୟ ଆସିଥିବା ଦୃଷ୍ଟିହୀନ ଦମ୍ପତି ବ୍ରଜକିଶୋର ପ୍ରଧାନ(୨୯) ଓ ଭାବିନୀ ପ୍ରଧାନ(୨୮) ଉପଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।
ବ୍ରଜକିଶୋରଙ୍କ କହିବା ଅନୁଯାୟୀ, ତାଙ୍କ ଘର ଅନୁଗୋଳ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କୁଲାଙ୍ଗୀ ଗ୍ରାମରେ। କେଦାରଗୌରୀ ଧନ୍ଦାମୂଳକ ତାଲିମ୍‌ କେନ୍ଦ୍ରରେ ରହିବା ମଧ୍ୟରେ ଭାବିନୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁଇ ବର୍ଷ ତଳେ ଉଭୟେ ବିବାହ କରି ଗଁା କୁଲାଙ୍ଗୀରେ ରହୁଥିଲେ। ହେଲେ ଫନୀ ବାତ୍ୟା ଘର ଭାଙ୍ଗିଦେବା ପରେ ଦୁହେଁ ପୁଣି ଉକ୍ତ ତାଲିମ୍‌ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ସେଠାରେ ଫିନାଇଲ୍‌, ଚକ୍‌ ଖଡ଼ି, ମହମବତୀ ତିଆରି କରି ମାସିକ ୭ ହଜାର ଟଙ୍କା ରୋଜଗାର କରୁଛନ୍ତି। ଘରଟିଏ ପାଇଁ ସେ ସରପଞ୍ଚଙ୍କ ପାଖକୁ ବହୁବାର ଯାଇଛନ୍ତି। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ତେଣୁ ପକ୍କାଘରଟିଏ ପାଇଁ ସେ ଜିଲାପାଳଙ୍କ ପାଖକୁ ଆସିବାକୁ ବହୁବାର ଯୋଜନା କରିଥିଲେ। ଅନେକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କେହି ସାହାଯ୍ୟର ହାତ ବଢ଼ାଇ ନ ଥିଲେ। ତାଙ୍କ ମନ କଥା ଦିନେ ବାଲେଶ୍ୱରର ଭିନ୍ନକ୍ଷମ ବନ୍ଧୁ କୃଷ୍ଣଚନ୍ଦ୍ରଙ୍କୁ କହିଥିଲେ। ଏହା ଜାଣି ଦୁଇଟି ଯାକ ଗୋଡ଼ ନ ଥିଲେ ବି କୃଷ୍ଣଚନ୍ଦ୍ର ବହୁ କଷ୍ଟରେ ଅନୁଗୋଳରେ ପହଞ୍ଚି ତାଙ୍କୁ ଜିଲା କାର୍ଯ୍ୟାଳୟ ଆଣିଛନ୍ତି। ପ୍ରଶାସନ ସହାୟ ହେଲେ ସେମାନଙ୍କ ସ୍ବପ୍ନ ପୂରଣ ହୋଇପାରନ୍ତା ବୋଲି ବ୍ରଜକିଶୋର ଓ ଭାବିନୀ ଜିଲାପାଳଙ୍କ ଅନୁପସ୍ଥିତିରେ ଉପଜିଲାପାଳ ବାସୁଦେବ ଶତପଥୀଙ୍କୁ ଭେଟି ଗୁହାରୀ କରିଛନ୍ତି। ଏ ନେଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ଘର ଯୋଗାଇ ଦେବାକୁ ଉପଜିଲାପାଳ ପ୍ରତିଶ୍ରୁତି ଦେଇଥିବା ବ୍ରଜକିଶୋର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri