Posted inଜାତୀୟ

ଫଡନବିସଙ୍କ ପାଇଁ ସମସ୍ୟା ଆଣିପାରେ ସଂଖ୍ୟା ଗରିଷ୍ଠତା

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତି ନୂଆ ମୋଡ ନେଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫଡନବିସ ସରକାରଙ୍କ ଉପରେ। ରାତାରାତି ମେଣ୍ଟ ଓ ପରେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସମସ୍ତଙ୍କୁ ଚକିତ କରିଛନ୍ତି ସତ। ହେଲେ ଏବେଠାରୁ ଆଲୋଚନା ହେଲାଣି ସଂଖ୍ୟା ଗରିଷ୍ଠତାକୁ ନେଇ। ଆସନ୍ତା ୩୦ ତାରିଖ ସୁଦ୍ଧା ଫଡନବିସ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବୋଲି ସୂଚନା ମିଳିଛି। ଏପଟେ କିନ୍ତୁ ଏନ୍‌ସିପି ଦଳକୁ ଧୋକା ଦେଇଥିବା କୁହାଯାଉଥିବାରୁ ଏହା ଫଡନବିସଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଲାଣି। ମହାରାଷ୍ଟ୍ରର ମୋଟ ବିଧାନସଭା ଆସନ ସଂଖ୍ୟା ୨୮୮ ଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଛି ୧୦୫, ଶିବସେନା ୫୬, କଂଗ୍ରେସ ୪୪ ଓ ଏନ୍‌ସିପିକୁ ୫୪ ଆସନ ମିଳିଛି। ବହୁମତ ପାଇଁ ୧୪୫ ଆସନ ଆବଶ୍ୟକ। ଏବେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର କହିଲେଣି ତାଙ୍କ ଦଳର କେତେଜଣ ବିଧାୟକ ଭାଜପାକୁ ସହଯୋଗ କରି ନ ପାରନ୍ତି। ଯଦି ଏମିତି ହେଲା ତେବେ ଏହା ଭାଜପା ସରକାର ପାଇଁ ନିଶ୍ଚିତ ଭାବେ ସମସ୍ୟା ହେବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରେ ତାପମାତ୍ରା ‘ଶୂନ’

ବାରିପଦା,୭ା୧: ମୟୂରଭଞ୍ଜ ଜିଲା ଶିମିଳିପାଳରେ ତାପମାତ୍ରା ‘ଶୂନ’ ହୋଇଥିବା ରେକର୍ଡ କରାଯାଇଛି। ଉପରବାରକାମୁଡ଼ାରେ ‘ଶୂନ’ ତାପମାତ୍ରା ଥିବା ନେଇ ଆର୍‌ସିଏଫ୍‌ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।...

କୃଷି ମେଳାକୁ ଆସିଥିବା ଅତିଥି ଆଉ ଚାଷୀଙ୍କୁ ଦିଆଗଲା ବାସି ଟିଫିନ, ରାଗିଗଲେ…

ପାରଳାଖେମୁଣ୍ଡି,୭ା୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆଞ୍ଚଳିକସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି। ତେବେ କୃଷିମେଳାକୁ ନିମନ୍ତ୍ରଣ...

ହରିୟାଣାରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌

ନୂଆଦିଲ୍ଲୀ,୭ା୧: ଦେଶର ପ୍ରଥମ ଉଦ୍‌ଜାନ ଚାଳିତ ଟ୍ରେନ୍‌ ହରିୟାଣାରେ ଧାଇଁବ। ନର୍ଦର୍ନ ରେଲଓ୍ବେ ପକ୍ଷରୁ ଚଳାଚଳ କରିବାକୁ ଥିବା ଏହି ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ହରିଦ୍ୱାରରେ ଅଣହିନ୍ଦୁଙ୍କ ପ୍ରବେଶ କଟକଣା

ଡେରାଡୁନ୍‌,୭ା୧: ହରିଦ୍ୱାରରେ ଥିବା ୧୦୫ଟି ଘାଟକୁ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ ଉତ୍ତରାଖଣ୍ଡ ସରକାର ବିଚାର କରୁଥିବା ଜଣାପଡ଼ିଛି। ସେହିପରି ହରିଦ୍ୱାର ଓ...

ପ୍ରେମ ପାଇଁ ଯୁବତୀଙ୍କୁ କାର ଭିତରେ ଦେଖାଇଲେ ବନ୍ଧୁକ

ଭୁବନେଶ୍ୱର,୭।୧ ଭୁବନେଶ୍ୱରରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ। କାର ଭିତରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଧମକ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଲିଙ୍ଗରାଜ ଥାନା ସାମନ୍ତରାପୁର ଅଞ୍ଚଳରେ।...

ଛେଳି ଧରି ଚମ୍ପଟ ମାରୁଥିଲା କାର୍‌: ଗାଡିକୁ ପିଛା କରି ଧାଇଁଲେ ଲୋକେ, ତା’ପରେ…

ଦାରିଙ୍ଗବାଡି, ୭।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କାଡଶପାଟା ଏବଂ ଡଲାବାଡି ଅଞ୍ଚଳରୁ ଛେଳି ଧରି ପଳାଉଥିବା କାର୍‌କୁ ପୋଲିସ ଜବତ କରିଛି...

ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ, ୧୦ ଡିଗ୍ରୀ ତଳେ ୨୩ ସହର

ଭୁବନେଶ୍ୱର,୭ା୧: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ। ୨୩ ସହରର ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ୩୮ସହରରେ ୧୨ ଡିଗ୍ରୀ ତଳେ ତାପମାତ୍ରା ରହିଛି।...

ଦୋକାନ ସାମଗ୍ରୀ କିଣିବାକୁ ଯାଇ ଆଉ ଫେରିଲେନି ଯୁବକ, ଖୋଜାଖୋଜି କରିବା ପରେ ଗଛରୁ ମିଳିଲା…

ପାଟଣାଗଡ଼ ୭।୧ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଧାତୁକ ପଞ୍ଚାୟତ ମଲ୍ଲିକମୁଣ୍ଡା ଗ୍ରାମର ଅନତି ଦୂରରେ ରାସ୍ତା କଡର ଏକ ଗଛରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri