ପ୍ୟାକେଜ ଜିଡିପିର ମାତ୍ର ୧%

ନୂଆଦିଲ୍ଲୀ,୨୧।୫-କରୋନା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ୨୦ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଏକ ପ୍ୟାକେଜ ସରକାର ଘୋଷଣା କରିଛନ୍ତି। ୨୦.୯୭ ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୫ ଭାଗରେ ବିସ୍ତୃତ ଭାବେ ବିବୃତି ପ୍ରଦାନ କରିଛନ୍ତି। ଏହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ ୧୦% ହେବ ବୋଲି ସରକାର କହିଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କ ଆଶ୍ୱସ୍ତି ପ୍ୟାକେଜ ମୋଟ ଜିଡିପିର ୧୦% ହେବ ନାହିଁ। କେବଳ ୧% ହେବ ବୋଲି ବଜାର ବିଶେଷଜ୍ଞ ମତ ପୋଷଣ କରିଛନ୍ତି।
ପ୍ୟାକେଜକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହା ମଧ୍ୟରେ ରିଜର୍ଭ ବ୍ୟାଙ୍କର ଲିକ୍ୟୁଡିଟି ପଦକ୍ଷେପ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମଧ୍ୟ ସାମିଲ ହୋଇଛି। ଏହି ଯୋଜନାକୁ ଲକ୍‌ଡାଉନ ଆରମ୍ଭ ସମୟରେ ଲୋକଙ୍କ ଲାଗି ସରକାର ଘୋଷଣା କରିଥିଲେ। ମାତ୍ର ପ୍ୟାକେଜ ସମ୍ପର୍କରେ ପ୍ରାୟ ୧୨ ବ୍ୟାଙ୍କ, ବ୍ରୋକ୍‌ରେଜ ଅନୁଷ୍ଠାନ, ରେଟିଂ ଏଜେନ୍ସି ସରକାରଙ୍କ ମତ ତୁଳନାରେ ଭିନ୍ନ ମତ ପୋଷଣ କରିଛନ୍ତି। ସେମାନେ କହିଛନ୍ତି ଯେ, କରୋନା ଭାଇରସ୍‌ ଯୋଗୁ ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗିଯାଇଛି। ଏହାକୁ ସମ୍ଭାଳିବା ଲାଗି ସରକାରଙ୍କ ଘୋଷଣା ମଧ୍ୟରୁ ପ୍ରାୟ ୧% ହିଁ ପ୍ରକୃତ ପକ୍ଷେ କାର୍ଯ୍ୟ କରିବ, ଯାହା ଅର୍ଥ ବ୍ୟବସ୍ଥା ପାଇଁ ପର୍ଯ୍ୟାପ୍ତ ନୁହେଁ।
ଏହି ପ୍ରସଙ୍ଗରେ ଫିଚ୍‌ ଗ୍ରୁପ୍‌ ପକ୍ଷରୁ ଫିଚ୍‌ ସଲ୍ୟୁସନର ରିସ୍କ ଆଣ୍ଡ ଇଣ୍ଡଷ୍ଟ୍ରି ରିସର୍ଚ୍ଚର ଏକ ରିପୋର୍ଟରେ ମଧ୍ୟ ତର୍ଜମା କରାଯାଇଛି। ଏଥିରେ କୁହାଯାଇଛି ଯେ, ସରକାର ପ୍ୟାକେଜକୁ ଜିଡିପିର ୧୦% ଦର୍ଶାଉଥିଲେ ମଧ୍ୟ ଏହାଦ୍ୱାରା ପ୍ରକୃତ ପକ୍ଷେ ବିତ୍ତୀୟ ଏବଂ ଅର୍ଥନୈତିକ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ କମ୍‌ ରହିବ। ପ୍ୟାକେଜରେ ପୂର୍ବରୁ ଘୋଷଣା ହୋଇଥିବା ପଦକ୍ଷେପ ଏବଂ ମୁଦ୍ରାନୀତିଗତ ପ୍ରୋତ୍ସାହନକୁ ସାମିଲ କରାଯାଇଛି। ଅତିରିକ୍ତ ପ୍ରୋତ୍ସାହନ ବ୍ୟବସ୍ଥା କଥା ବିଚାରକଲେ ଏହା ପ୍ରାୟ ଜିଡିପିର ୧% ହିଁ ହେବ ବୋଲି ଏହି ଏଜେନ୍ସି ଆକଳନରେ କହିଛି।
ଏହାବାଦ୍‌ ମୁଡିସ୍‌ ଇନ୍‌ଭେଷ୍ଟର୍ସ ସର୍ଭିସ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ସରକାର ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅଧୀନରେ ଆର୍ଥତ୍କ ଅନୁଷ୍ଠାନଗୁଡିକ ଲାଗି ଘୋଷଣା କରିଥିବା ପଦକ୍ଷେପ ସେମାନଙ୍କ ଆସେଟ ରିସ୍କ କ୍ଷେତ୍ରରେ କିଛି ସହାୟତା କରିପାରେ। ମାତ୍ର କରୋନା ଯୋଗୁ ଅର୍ଥବ୍ୟବସ୍ଥା ଉପରେ ରହିଥିବା ସଙ୍କଟ ଏବଂ ନକାରାତ୍ମକ ପ୍ରଭାବକୁ କମ୍‌ କରିବାରେ ସହାୟକ ହେବ ନାହିଁ। ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଚାହିଦାକୁ ଫେରାଇ ଆଣିବାରେ ପ୍ୟାକେଜ ବେଶି ଯୋଗଦାନ ରଖିବ ନାହିଁ। ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ଯାହା ଅଭିବୃଦ୍ଧିକୁ ପଛକୁ ଟାଣିପାରେ। ଉକ୍ତ ଏଜେନ୍ସି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ଘୋଷଣା ମଧ୍ୟରୁ ଆର୍‌ବିଆଇର ପଦକ୍ଷେପ କେବଳ ୪%। ସଂସ୍କାର ପଦକ୍ଷେପରୁ ଅର୍ଥ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ବିତ୍ତୀୟ ପ୍ରଭାବ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ରହିବ ଯାହା ମୋଟ ଜିଡିପିର ୧% ବୋଲି ଏସ୍‌ବିଆଇ ରିସର୍ଚ୍ଚର ଗ୍ରୁପ୍‌ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟକାନ୍ତି ଘୋଷ ସୂଚନା ଦେଇଛନ୍ତି।
ଏପଟେ ଏହି ପ୍ରସଙ୍ଗ ଉପରେ ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସରକାରଙ୍କ ପଦକ୍ଷେପ ନେଇ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେ, ବିଶ୍ୱର ବିଭିନ୍ନ ଦେଶ ସେମାନଙ୍କ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ପକ୍ଷରୁ ଗ୍ରହଣ କରାଯାଇଥିବା ସହଯୋଗ ପଦକ୍ଷେପକୁ ମଧ୍ୟ ପ୍ୟାକେଜରେ ସାମିଲ କରିଛନ୍ତି। ସେଭଳି ଢଙ୍ଗରେ ଭାରତ ମଧ୍ୟ ଏହାକୁ ପ୍ୟାକେଜରେ ସାମିଲ କରିଛି। ଏହା ଏକ ଗ୍ଲୋବାଲ ପ୍ରାକ୍ଟିସ। ଅପରପକ୍ଷରେ କ୍ୟାପିଟାଲ ମାର୍କେଟ କମ୍ପାନୀ ସିଏଲ୍‌ଏସ୍‌ଏ କହିଛି ଯେ, ୨୦.୯୭ ଲକ୍ଷ କୋଟି ଟଙ୍କାର ଚୂଡ଼ାନ୍ତ ପ୍ୟାକେଜ ମଧ୍ୟରୁ କେବଳ ୧.୭୭ ଲକ୍ଷ କୋଟି(୮.୪) ୨୦୨୧ର ବିତ୍ତୀୟ ନିଅଣ୍ଟକୁ ପ୍ରଭାବିତ କରିବ। ଏହା ମୋଟ ଜିଡିପିର ୦.୮%। ସେହିଭଳି ପ୍ୟାକେଜରେ ହୋଇଥିବା ନୂଆ ଘୋଷଣା ଏହାର ୪୨% ବା ମୋଟ ଜିଡିପିର ମାତ୍ର ୦.୩୪%। ବଳକା ୫୮% ପୁରୁଣା ପଦକ୍ଷେପକୁ ଏହା ମଧ୍ୟରେ ମିଶାଇ ଦିଆଯାଇଛି, ଯାହାକୁ ପୂର୍ବରୁ ମଧ୍ୟ ଘୋଷଣା କରାଯାଇଥିଲା। ସେହିଭଳି ୟୁବିଏସ୍‌ ସିକ୍ୟୁରିଟିଜ ଇଣ୍ଡିଆର ଅର୍ଥନୀତିଜ୍ଞ ତନ୍‌ଭୀ ଗୁପ୍ତା ଜୈନ କହିଛନ୍ତି, କ୍ରେଡିଟ ଗ୍ୟାରେଣ୍ଟିଂ ଏବଂ ଲିକ୍ୟୁଡିଟି ସହାୟତା ମୋଟ ପ୍ୟାକେଜର ତିନିଚତୁର୍ଥାଂଶ ହେବ। ଏହା ମୁଦ୍ରାନୀତିଗତ ପଦକ୍ଷେପ ୧୫% ଏବଂ ବିତ୍ତୀୟ ପଦକ୍ଷେପ କେବଳ ୧୦% ରହିଛି। କୋଭିଡ୍‌-୧୯ ସହାୟତା ପ୍ୟାକେଜରେ ରାଜକୋଷକୁ ବହୁତ କମ୍‌ ପ୍ରଭାବ ଆଣିବ। କାରଣ ଅଧିକାଂଶ ସରକାରଙ୍କ ଖର୍ଚ୍ଚ ରହି ନ ଥିବାରୁ ଏହା କେବଳ ମୋଟ ଜିଡିପିର ୧.୨% ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

ଆମେରିକାର ଧମକରେ ଚିହିଁକି ଉଠିଲା ଚାଇନା, କହିଲା ଆମ ପାଇଁ ସବୁବେଳେ ହର୍ମୁଜ…

ବେଜିଂ,୧୩ା୪: ଇସଲାମାବାଦରେ ୨୧ ଘଣ୍ଟା ଧରି ଚାଲିଥିବା ମାରାଥନ ବୈଠକରେ କୌଣସି ସମାଧାନର ବାଟ ବାହାରିପାରିଲା ନାହିଁ। ଫଳରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

Video: ହର୍ମୁଜକୁ ନେଇ ହେବ ଯୁଦ୍ଧ? ଇରାନ ଜାରି କଲା ୬୦ ସେକେଣ୍ଡର ଭିଡ଼ିଓ, ଆମେରିକାକୁ ଦେଲା ସିଧା ଚେତାବନୀ

ତେହରାନ,୧୩।୪: ଯେଉଁଦିନ ଇରାନ-ଆମେରିକା ମଧ୍ୟସ୍ଥତା ନେତୃତ୍ୱାଧୀନ ଶାନ୍ତି ଆଲୋଚନା ଭାଙ୍ଗି ଯାଇଥିଲା, ସେହି ଦିନ ଇରାନ ଏକ ଭିଡିଓ ଫୁଟେଜ ଜାରି କରିଥିଲା। ଏହା ଦୁଇ ଦେଶ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri