Posted inଖେଳ

ପ୍ଲେ ଅଫ୍‌ ଆଶାରେ କିଙ୍ଗ୍ସ, ରୟାଲ୍ସ

ଧର୍ମଶାଳା,୧୯ା୫(ପି.ଟି.): ଆଇପିଏଲ୍‌ର ଜଟିଳ ପ୍ଲେ ଅଫ୍‌ ଅଙ୍କକଷା ମଧ୍ୟରେ ନିଜର ଅନ୍ତିମ ମ୍ୟାଚ୍‌ ଖେଳିବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ। ଉଭୟ ଦଳର ପ୍ରଦର୍ଶନ ଅସ୍ଥିର ରହିଛି। ଅନ୍ତିମ ମ୍ୟାଚରେ ଉଭୟ ଦଳ ପରସ୍ପରକୁ ଭେଟୁଥିବା ବେଳେ ଏହି ମ୍ୟାଚ୍‌ ଜିତି ପ୍ଲେ ଅଫ୍‌ର ସାମାନ୍ୟ ସମ୍ଭାବନା ବଜାୟ ରଖିବାକୁ ଚେଷ୍ଟା କରିବେ। ଉଭୟ ଦଳ ୧୩ ମ୍ୟାଚ୍‌ ଖେଳି ୬ ବିଜୟ ସହିତ ୧୨ ପଏଣ୍ଟ ହାସଲ କରିଛନ୍ତି। କୌଣସି ଦଳ ବିଜୟ ହେଲେ ୧୪ ପଏଣ୍ଟ ସହିତ ଏହା ଅନ୍ୟ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭର କରିବ। ପଞ୍ଜାବ କିଙ୍ଗ୍ସର ବୋଲିଂ ବିଭାଗ ବେଶ୍‌ ଦୁର୍ବଳ ରହିଥିବା ବେଳେ ରାଜସ୍ଥାନ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରିଛି। ପଞ୍ଜାବ ନିକଟରେ କାଗିସୋ ରାବାଡା, ଅର୍ଶଦୀପ ସିଂ ଓ ସାମ୍‌ କୁରାନଙ୍କ ଭଳି ବୋଲର ରହିଥିଲେ ହେଁ ଦଳ ଏହାର ଫାଇଦା ଉଠାଇ ପାରିନାହିଁ। ୩ ବୋଲରଙ୍କ ଇକୋନୋମି ୧୦ ଉପରେ ରହିଛି, ଯାହାକି ଚିନ୍ତାଜନକ। ଅନ୍ୟପକ୍ଷରେ ଟୁର୍ନାମେଣ୍ଟର ଅଧା ଯାଏ ପର୍ପଲ କ୍ୟାପ ଦୌଡରେ ରହିଥିବା ଅର୍ଶଦୀପଙ୍କ ବୋଲିଂ ଏତେଟା ପ୍ରଭାବଶାଳୀ ରହିନାହିଁ। ରାବାଡା ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ନ ଥିବା ବେଳେ ସାମ୍‌ କୁରାନ୍‌ଙ୍କ ପ୍ରଦର୍ଶନରେ ମଧ୍ୟ ସ୍ଥିରତା ନାହିଁ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ହରପ୍ରୀତ ବ୍ରାରଙ୍କୁ ମ୍ୟାଚ୍‌ର ଅନ୍ତିମ ଓଭର ପକାଇବାକୁ ଦେଇଥିଲେ ଶିଖର ଧାଓ୍ବନ। ଏହି ଓଭରରେ ୨୦ ରନ୍‌ ବ୍ୟୟ କରିବା ମ୍ୟାଚରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ସେହିପରି ଶିଖର ଧାଓ୍ବନଙ୍କ ବ୍ୟାଟ୍‌ ମଧ୍ୟ ନୀରବ ରହିଛି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଟୁର୍ନାମେଣ୍ଟ ଆରମ୍ଭରୁ ବେଶ୍‌ ଶକ୍ତିଶାଳୀ ଦଳ ମନେହେଉଥିଲା। ପ୍ରଥମ ୫ ମ୍ୟାଚରୁ ୪ଟିରେ ବିଜୟୀ ହୋଇଥିଲା ଦଳ। ୟୁଜବେନ୍ଦ୍ର ଚହଲ ଓ ଯଶସ୍ବୀ ଜୟସ୍ବାଲଙ୍କ ପରି ଖେଳାଳି ବ୍ୟକ୍ତିଗତ ଭାବରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସମର୍ଥ ହୋଇଥିଲେ। ତେବେ କିଛି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ହାରିବା ରୟାଲ୍ସକୁ ମହଙ୍ଗା ପଡିଥିଲା। ଜୋସ୍‌ ବଟଲର ଚଳିତ ସିଜନ ଦୃଢ ଭାବରେ ଆରମ୍ଭ କରିଥିବା ବେଳେ ପରେ ସମାନ ବ୍ୟାଟିଂ ନଜର ଆସି ନ ଥିଲା। ବୋଲିଂରେ ଆର. ଅଶ୍ୱିନ୍‌, ଚହଲ, ଟ୍ରେଣ୍ଟ ବୋଲ୍ଟ ଓ ସନ୍ଦୀପ ଶର୍ମାଙ୍କ ପ୍ରଦର୍ଶନ ମଧ୍ୟ ଠିକ୍‌ଠାକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri