ପ୍ଲାଜ୍‌ମା ଥେରାପିର ଅଧିକ ପରୀକ୍ଷା ଆବଶ୍ୟକ: ବିଶେଷଜ୍ଞଙ୍କ ମତ

ନୂଆଦିଲ୍ଲୀ,୫ା୫: କରୋନା ଭୂତାଣୁକୁ ନାଶ କରିବା ପାଇଁ ପ୍ଲାଜ୍‌ମା ଥେରାପି ଉପଯୁକ୍ତ ଚିକିତ୍ସା ବୋଲି କହିହେବ ନାହିଁ। ଏହି ଚିକିତ୍ସାର ପ୍ରଭାବ ସମ୍ପର୍କରେ ନିଶ୍ଚିତ ହେବାକୁ ହେଲେ ବ୍ୟାପକ ନିୟନ୍ତ୍ରିତ ପରୀକ୍ଷା କରାଇବାକୁ ପଡ଼ିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗୁରୁତର ଅସୁସ୍ଥ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ଲାଗି ଅନେକ ରାଜ୍ୟ ପ୍ଲାଜ୍‌ମା ଚିକିତ୍ସା ସମ୍ପର୍କରେ ବିଚାର କରୁଛନ୍ତି। ଏହି ଚିକିତ୍ସାରେ ଆରୋଗ୍ୟ ହୋଇଥିବା କରୋନା ରୋଗୀଙ୍କ ରକ୍ତରୁ ଆଣ୍ଟିବଡ଼ି ସଂଗ୍ରହ କରାଯାଇ ଏହାକୁ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଶରୀରରେ ଛଡ଼ାଯାଇଥାଏ। ଏହା ସଂକ୍ରମଣ ବିରୋଧରେ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ସକ୍ରିୟ କରିଥାଏ ବୋଲି କୁହାଯାଉଛି। ତେବେ ଏହି ଚିକିତ୍ସା ପରୀକ୍ଷାମୂଳକ ପର୍ଯ୍ୟାୟରେ ଥିବାରୁ ଏହାକୁ ପ୍ରୟୋଗ ନ କରିବା ଲାଗି ଗତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରାଇଥିଲା। ଏପରି ଚିକିତ୍ସା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଇଥିଲା। ଏହାସତ୍ତ୍ୱେ ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର ଓ ଦିଲ୍ଲୀ ସରକାର ପ୍ଲାଜ୍‌ମା ଥେରାପି ଚିକିତ୍ସା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଅଳ୍ପ ସଂଖ୍ୟକ କରୋନା ଆକ୍ରାନ୍ତଙ୍କୁ ଏଭଳି ଚିକିତ୍ସା କରାଇବାକୁ କେନ୍ଦ୍ର ସରକାର କେତେକ ରାଜ୍ୟକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ବର୍ତ୍ତମାନର ଚିକିତ୍ସାଠାରୁ ଏହି ଚିକିତ୍ସାରେ ବିଶେଷ ଫରକ ଆସିବ ନାହିଁ ବୋଲି ଚିକିତ୍ସା ବିଶେଷଜ୍ଞମାନେ ଅନୁଭବ କରୁଛନ୍ତି। ଏହା ଉପରେ ବ୍ୟାପକ ପରୀକ୍ଷାର ଆବଶ୍ୟକତା ରହିଛି। ମାତ୍ର ଅଳ୍ପ କେତେଜଣ ରୋଗୀ ଏହି ଚିକିତ୍ସାରୁ ଉପକୃତ ହୋଇଥିବା ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ୍‌ ଗୁଲେରିଆ କହିଛନ୍ତି। ପ୍ଲାଜ୍‌ମା ଚିକିତ୍ସା ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ତେବେ ଏଥିପାଇଁ ଚିକିତ୍ସାରେ ନାଟକୀୟ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍ ୧ରୁ ପ୍ରତି ମାସରେ ମହିଳାଙ୍କୁ ମିଳିବ ୩୦୦୦ ଟଙ୍କା ସହ ମାଗଣା ବସ୍ ଯାତ୍ରା; ଜାଣନ୍ତୁ କେମିତି କରିବେ ଆବେଦନ

କୋଲକାତା,୨୭।୫: ପଶ୍ଚିମବଙ୍ଗର ନବନିର୍ୱାଚିତ ସରକାର ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ସେମାନଙ୍କର ସବୁଠାରୁ ବଡ଼ ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟ…

ଭିଜିଲାନ୍ସ ଜାଲରେ ACSO, ଲାଞ୍ଚ ନେବାବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଚମ୍ପୁଆ ଅତିରିକ୍ତ ସିଭିଲ ସପ୍ଲାଏ ଅଧିକାରୀ (ACSO)।  ତାଙ୍କ ନାଁ ଭୂମାରାମ ମୁର୍ମୁ ବୋଲି ଜଣାପଡ଼ିଛି।…

ତାଳଚୁଆ ସାମୁଦ୍ରିକ ଥାନାରେ ଥାର୍ଡ ଡିଗ୍ରୀ : ମହିଳା ଓ ତାଙ୍କ ପୁଅଙ୍କୁ ଥାନାରେ ମାଡ଼

ଭୁବନେଶ୍ୱର/ରାଜନଗର, ୨୭।୫(ତ୍ରିନାଥ ମହାନ୍ତି/ଭାସ୍କର ରାଉତରାୟ): ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ପତ୍ନୀ ହତ୍ୟା ସନ୍ଦେହରେ ପୋଲିସ ଉଠାଇ ଆଣି ଥାର୍ଡ ଡିଗ୍ରୀ ଦେଇ ଗୁରୁତର କରି ଆଇସିୟୁ’ରେ…

CM ବିଜୟଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଉପହାର! ଥ୍ରୀଏଟରରେ ବଦଳିବ ୭୦ ବର୍ଷର ନିୟମ, ଏବେ ହେବ ଜୋରଦାର ରୋଜଗାର

ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍‌ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।…

ଆଉ ୨ ଦିନ ଗରମ, ଗୁଳୁଗୁଳି

ଭୁବନେଶ୍ୱର ୨୭।୫ (ବନ୍ଦନା ସେଠୀ): ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ମଙ୍ଗଳବାର ଗରମ ଓ ଗୁଳୁଗୁଳି ଜାରି ରହିଥିଲା। ୨୦ ସ୍ଥାନର ତାପମାତ୍ରା ୪୦…

ବ୍ୟବସାୟୀଙ୍କ ଦୋକାନରୁ ୪୩ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ, ଅତର୍କିତ ଚଢାଉ କରି ପୋଲିସ…

ମହାକାଳପଡ଼ା, ୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା କଣ୍ଟିଲୋ ଓ ପୂର୍ବ ସୁନୀତି ଗ୍ରାମରେ ଦୁଇ ବ୍ୟବସାୟୀଙ୍କ ଦୋକାନ ଗୃହରୁ…

୧୦ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା ଘଟଣାର ପ୍ରେସମିଟ୍‌ କରୁଥିବାବେଳେ ହସି ହସି ଗଡ଼ିଲେ ୩ IPS: ଭିଡିଓ ଭାଇରାଲ ପରେ…

କୋଏମ୍ବାଟୁର,୨୭।୫: ତାମିଲନାଡୁର କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ନୃଶଂସ ହତ୍ୟାକାଣ୍ଡ ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ବିଜୟ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri