ପ୍ରୋତ୍ସାହନ ମିଳୁନି, ସଙ୍କଟରେ ଖପର କାରିଗର

ଜାମଟିକ୍ରା, ୧ା୭(ଡି.ଏନ.ଏ) ପଶ୍ଚିମ ଓଡିଶାରେ ଖପର ଘର ସଂଖ୍ୟା ଅଧିକ। ଏଥିପାଇଁ ଲୋକମାନେ ବର୍ଷା ଋତୁ ଆସିବା ପୂର୍ବରୁ ଖପର କିଣି ଛାତ ସଜାଡନ୍ତି। ଏହାକୁ ଦୃଷ୍ଟିରେ ରଖି କୁମ୍ଭାର ସମ୍ପ୍ରଦାୟର ଲୋକମାନେ ଖପର ତିଆରି କରୁଥିବାରୁ ତାକୁ କିଣିବା ପାଇଁ କାରିଗରଙ୍କ ପାଖରେ ଲୋକଙ୍କ ଭିଡ ଜମୁଛି। ବରଗଡ ଜିଲା ଅତାବିରା ବ୍ଲକ ଲଚିଦା ପଞ୍ଚାୟତର କତାବଗା ଗ୍ରାମରେ ଏହା ଦେଖିବାକୁ ମିଳିଛି। ଏଠାରେ କୁମ୍ଭାର ସମ୍ପ୍ରଦାୟର କାରିଗର ନିକଟରେ ଥିବା ଜମରୁ ମାଟି ଆଣି ଖପର ତିଆରି କରୁଛନ୍ତି। ଆଶାନୁରୂପ ଲାଭ ନ ଥିଲେ ମଧ୍ୟ କୌଳିକ ବୃତ୍ତିକୁ ଆଦରି ନେଇଛନ୍ତି ଏହି ଗାଁର ପ୍ରାୟ ୧୦ଟି ପରିବାର।
ସାଧାରଣତଃ ୧୨-୧୪ ଓ ୧୬ ଇଞ୍ଚ ମାପର ଖପର ପ୍ରସ୍ତୁତ କରାଯାଇଥାଏ। ଏକ ହଜାର ଖପର ପ୍ରସ୍ତୁତି ପାଇଁ ମାଟି ସଂଗ୍ରହରୁ ବିକ୍ରି ପର୍ଯ୍ୟନ୍ତ ୧୦ଦିନ ଲାଗିଥାଏ। ଏକ ହଜାର ଖପର ଦୁଇ ହଜାର ଟଙ୍କାରେ ବିକ୍ରି ହେଉଛି। ଏଥିପାଇଁ ୨ଜଣଙ୍କ ଶ୍ରମଦାନର ଆବଶ୍ୟକତା ପଡେ। ମାଟି ସଂଗ୍ରହ, ମାଟିକୁ ପାଣିରେ ବତୁରାଇବା, ଖପର ପୋଡିବା ପାଇଁ ଆବଶ୍ୟକ ଜାଳେଣି ସଂଗ୍ରହ, ଗଢ଼ିବା ପରେ କଞ୍ଚା ମାଟିର ଖପରକୁ ଖରାରେ ଶୁଖାଇବା ପାଇଁ ଚାରିଦିନ ଲାଗିଥାଏ। ଏହାପରେ ତଳେ ଝାଟି, କାଠି ବିଛାଇ ତା ଉପରେ ଖପରକୁ ରଖି ପାଳ ଘୋଡାଯାଏ। ଏହାକୁ ପୋଡିବା ପରେ ବିକ୍ରି ଯୋଗ୍ୟ ଖପର ପ୍ରସ୍ତୁତ ହୋଇଥାଏ। ଶେଷରେ ଏହାକୁ ସମତୁଲ କରାଯାଇ ଥାକ ଥାକ କରି ରଖି ବିକ୍ରି ସକାଶେ ସଜାଇ ଦିଆଯାଇଥାଏ। ଖପର ନିର୍ମାଣ ପାଇଁ କାଠ ତିଆରି ଏକ ଚକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଚକର ମଝି ଅଂଶରେ ବତୁରା ମାଟିର ଠେଲାକୁ ରଖି ଚକ୍ରାକାରରେ ଘୂରାଯାଏ ଓ ଖପର ନିର୍ମାଣ କରାଯାଇଥାଏ । କୁମ୍ଭାର ପରିବାରର ସଦସ୍ୟମାନେ ଏଥିପାଇଁ ବହୁ କଷ୍ଟ କରିଥାନ୍ତି। ଏଥିରୁ ଦୈନିକ ମୁଣ୍ଡ ପିଛା ୯୦ରୁ ୧୦୦ ଟଙ୍କା ମାତ୍ର ରୋଜଗାର ହୋଇଥାଏ। ଏତେ କମ୍‌ ରୋଜଗାରରେ ପରିବାର ଚଳାଇବା କଣ୍ଟସାଧ୍ୟ ବୋଲି କତାବଗାର ମନୋଜ ରଣା କହନ୍ତି। ଏବେ ସମସ୍ତେ ପକ୍କାଘର ନିର୍ମାଣ କରୁଛନ୍ତି। ଆଉ ଖପର ଘରକୁ ପସନ୍ଦ କରୁନାହାନ୍ତି। ଫଳରେ ଆମ ବେପାର ଟିକେ ମାନ୍ଦା ପଡିଛି ବୋଲି କୁଲୁଣ୍ଡା ଗ୍ରାମର ଖପର କାରିଗର ଚକାମନ ରଣା କହନ୍ତି। ସରକାରୀସ୍ତରରେ ଖପର କାରିଗରଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେଲେ ଏହି କୌଳିକ ବୃତ୍ତି ଆଗକୁ ବଢ଼ିପାରନ୍ତା ବୋଲି ପ୍ରଦୀପ ରଣା କୁହନ୍ତି। ସରକାରଙ୍କ ତରଫରୁ ଋଣ ପ୍ରଦାନ ବ୍ୟବସ୍ଥା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯିବା ସହ ଆବଶ୍ୟକ ବୈଷୟିକ ତାଲିମ ପ୍ରଦାନ କରାଯାଇପାରିଲେ କୁମ୍ଭାର ସମ୍ପ୍ରଦାୟର ଆର୍ଥିକ ପ୍ରଗତି ହୋଇ ପାରନ୍ତା ବୋଲି ସାମାଜିକ କର୍ମୀ ତଥା ବୃଦ୍ଧିଜୀବୀ ସୀତାରାମ ବନଛୁର ମତ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ରିଗଡ଼ରେ ଠାବ ମହାବଳ ବାଘର ମଳିଲା ପରିଚୟ, ବୟସ ସ୍ପଷ୍ଟ କଲା ଏନଟିସିଏ

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ଓଡ଼ିଶାର ଡେବ୍ରିଗଡ଼ ଅଭୟାରଣ୍ୟରେ ଗତ ନଭେମ୍ବର ୯ ତାରିଖରେ ପ୍ରଥମ ଥର ପାଇଁ ଠାବ ହୋଇଥିବା ଅଣ୍ଡିରା ବାଘର ପରିଚୟ ଓ ବୟସ ଜାତୀୟ…

ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା ଅଭିଯୋଗ: ସିଡିଏମ୍ଓଙ୍କୁ ଚିଠିଲେଖିଲେ ୩ ଡାକ୍ତର

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମହିଳା ଡାକ୍ତରମାନଙ୍କୁ ମାନସିକ ନିର୍ଯାତନା ଏବଂ ଅପମାନଜନକ ବ୍ୟବହାର କରାଯାଉଥିବା ନେଇ ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ…

ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଫାଶ ବସାଇବା ଯୋଜନାକୁ ବନ ବିଭାଗ ପଣ୍ଡ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ…

ହୀରାକୁଦ ଇକୋ-ରିଟ୍ରିଟ୍‌ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ, ଏଥର ୫୦ଟି ଟେଣ୍ଟ୍ ସହ ୧୨୦ ଦିନ ଧରି ମଜା ନେବେ ପର୍ଯ୍ୟଟକ

ସମ୍ବଲପୁର,୧୬।୧୧(ପ୍ରମୋଦ ବହିଦାର): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ସମ୍ବଲପୁର ଜିଲାର ହୀରାକୁଦ (ବଲବସପୁର, ଜମାଦାରପାଲି ନିକଟ) ଠାରେ ଆୟୋଜିତ ହେଉଥିବା ଚଳିତ ବର୍ଷର ‘ଇକୋ-ରିଟ୍ରିଟ୍‌’ (ସପ୍ତମ ସଂସ୍କରଣ)…

ଜଣାପଡ଼ିଲା ଦେବ୍ରିଗଡ଼ରେ ଠାବ ମହାବଳର ଗତିପଥ: କେଉଁଠୁ ଆସିଲା…

ସମ୍ବଲପୁର, ୧୫।୧୧ (ପ୍ରମୋଦ ବହିଦାର): ଚଳିତ ନଭେମ୍ବର ମାସରେ ଓଡ଼ିଶାର ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଠାବ ହୋଇଥିବା ଏକ ବିରଳ ଅଣ୍ଡିରା ମହାବଳ ବାଘର ଗତିପଥ ସମ୍ପର୍କରେ…

ମାସେ ତଳେ ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ ସାଙ୍ଗ, ଆଜି ଅଭିଯୁକ୍ତଙ୍କୁ…

ସମ୍ବଲପୁର,୧୪ା୧୧(ପ୍ରମୋଦ ବହିଦାର): ମାସେ ତଳୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ସମ୍ବଲପୁର ପୋଲିସ। ମଦ ପିଇବା ସମୟରେ ହୋଇଥିବା ବଚସାରୁ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?