ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। ଜିଲାପାଳଙ୍କ ସୂଚନା ଅନୁସାରେ କମିଟିରେ ଆଗତ ପ୍ରସ୍ତାବ ଅନୁସାରେ ସର୍ବସମ୍ମତ୍ତିକ୍ରମେ ଧାନ ସଂଗ୍ରହ ପ୍ରକିୟା ଅରମ୍ଭ ପାଇଁ ମେ ୧୦ତାରିଖ ଧାର୍ଯ୍ୟ ହୋଇଛି।
ଧାନକ୍ରୟ ପାଇଁ ଜିଲାର ୯ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କ ସହିତ ୩୦ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଓ ବୃହତ ଅଞ୍ଚଳ ବହୁମୁଖୀ ସମିତି(ଲାମ୍ପ୍ସ) ଅଂଶଗ୍ରହଣ କରିବେ। ସେହିପରି ଧାନ ସଂଗ୍ରହ ପାଇଁ ସମଗ୍ର ଜିଲାରେ ୬୧ଟି ଧାନକ୍ରୟ କେନ୍ଦ୍ର ଖୋଲାଯିବ। ଧାନ କଷ୍ଟମ ମିଲିଂ ପାଇଁ ଚଳିତ ବର୍ଷ ମୋଟ ୪୬ଜଣ ମିଲର ଅଂଶଗ୍ରହଣ କରିବେ। ଧାନ ବିକ୍ରୟ ପାଇଁ ୧୫,୫୬୮ ଜଣ ଚାଷୀ ପଞ୍ଜିକରଣ ପାଇଁ ଆବେଦନ କରିଥିବା ବେଳେ ଯାଞ୍ଚ ପରେ ୧୫,୫୩୪ଙ୍କୁ ପଞ୍ଜିକରଣ କରାଯାଇଛି। ଅନଲାଇନ୍‌ ମୋଡ୍‌ରେ ରିଅଲ୍‌ ଟାଇମ୍‌ କ୍ରୟ ପାଇଁ ପି-ପାସ୍‌ ଜରିଆରେ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କ୍ରୟ କରାଯିବ। ଏଥିପାଇଁ ଚାଷୀମାନଙ୍କୁ କେନ୍ଦ୍ରୀୟ ଟୋକନ୍‌ ଜାରି କରାଯିବ। ଉକ୍ତ ଟୋକନଗୁଡ଼ିକୁ ସମ୍ପୃକ୍ତ କୃଷକଙ୍କ ପଞ୍ଜିକୃତ ମୋବାଇଲକୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପ୍ରେରଣ କରାଯିବ। କେବଳ ଆଧାର ପ୍ରମାଣପତ୍ର ଓ ଆଇରିସ୍‌ ସ୍କାନର ଜରିଆରେ ଚିହ୍ନଟ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କିଣାଯିବ। ଧାନ କ୍ରୟ ପରେ ୨୪ରୁ ୪୮ଘଣ୍ଟା ମଧ୍ୟରେ ଧାନର ପରିମାଣ ଅନୁଯାଇ ସମ୍ପୃକ୍ତ ଚାଷୀଙ୍କ ବ୍ୟାଙ୍କ ଜମାଖାତାରେ ଧାନ ବିକ୍ରୟ ରାଶି ଅନ୍‌ ଲାଇନ୍‌ ମୋଡ୍‌ରେ ଜମା କରାଯିବ। ସମସ୍ତ ପ୍ରସ୍ତାବିତ ମାର୍କ୍ରେଟ୍‌ ୟାର୍ଡ ଓ ଧାନକ୍ରୟ କେନ୍ଦ୍ରଗୁଡ଼ିକ ଗୁରୁବାର ୨୫ତାରିଖଠାରୁ କାର୍ଯ୍ୟକ୍ଷମ ହେବ।

୨୦୨୩-୨୪ ରେ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୧୮୩ ଟଙ୍କା ଏବଂ ଗ୍ରେଡ୍‌ ‘ଏ’ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୨୦୩ ଟଙ୍କା ଧାର୍ଯ୍ୟ ହୋଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହ ଓ ପ୍ରାକ ମୌସୁମୀକୁ ଦୃଷ୍ଟିରେ ରଖି ସମସ୍ତ ଧାନକ୍ରୟ କେନ୍ଦ୍ରଗୁଡ଼ିକରେ ଯେକୌଣସି ଅସୁବିଧା ବା ସମସ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଦାୟିତ୍ୱରେ ଥିବା ଆର୍‌ଏମ୍‌ସି ସମ୍ପାଦକମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେଥିମଧ୍ୟରେ ସମସ୍ତ କ୍ରୟ କେନ୍ଦ୍ରରେ ପାନୀୟ ଜଳ, ବିଜୁଳି, ଛାଇ ପାଇଁ ତାରପୋଲିନ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳିର ବ୍ୟବସ୍ଥା ସହିତ ଯଥେଷ୍ଟ ପରିମାଣର ଓଆର୍‌ଏସ୍‌ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଗତ ବର୍ଷମାନଙ୍କରେ ଧାନ ସଂଗ୍ରହ ସମୟରେ ହେଉଥିବା କଟନୀ ବା ଅନ୍ୟ କୌଣସି ଅନିୟମିତତାକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଏକ ସବ୍‌ କମିଟି ଗଠନ କରାଯାଇଛି। ଉକ୍ତ ସବ୍‌-କମିଟି ଧାନ ସଂଗ୍ରହ ପ୍ରକ୍ରିୟାରେ ଯେକୌଣସି ଅନିୟମିତତା ଉପରେ ନଜର ରଖିବ। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ପରେ ଅନୁଷ୍ଠିତ ବୈଠକରେ ଉକ୍ତ ସବ୍‌-କମିଟି ସମସ୍ତ ଅନିୟମିତାର ସମୀକ୍ଷା କରିବ। ମିଲର୍‌ମାନେ କଟନୀ ଛଟନୀକୁ ଅଧିକ ପ୍ରୋସତ୍ାହିତ କରୁଥିବା ବେଳେ ଏଭଳି କୌଣସି ଖବର ମିଳିଲେ ସମ୍ପୃକ୍ତ ମିଲରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ବୈଠକରେ ଚାଷୀ ପ୍ରତିନିଧି, ମିଲର ସଂଘ ପ୍ରତିନିଧିମାନଙ୍କ ଦ୍ୱାରା ଉପସ୍ଥାପିତ ଗତବର୍ଷ ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ବୈଠକରେ ଉପସ୍ଥିତ ସମସ୍ତ ଚାଷୀ ଓ ମିଲରଙ୍କୁ ଜିଲାପାଳ ଆସନ୍ତା ମେ ୨୫ରେ ମତଦାନ କରିବାକୁ ଅନୁରୋଧ କରିଥିଲେ।
ବୈଠକରେ ଜିଲା ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲାପାଳ(ରାଜସ୍ବ) ଅଜାମ୍ବର ମହାନ୍ତି, କୁଚିଣ୍ଡା ଉପଜିଲାପାଳ ହେମସାଗର ଭୋଇ, ଜିଲା ମୁଖ୍ୟକୃଷି ଅଧିକାରୀ ଗୌରୀ ଶଙ୍କର ସିଂ, ଜିଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ଅତିରିକ୍ତ ଯୋଗାଣ ଅଧିକାରୀ ବୀରେନ୍ଦ୍ର ସୋରେଙ୍ଗ, ସଦର ଅତିରିକ୍ତ ଯୋଗାଣ ଅଧିକାରୀ ସୌଭାଗ୍ୟ ନାୟକ, ଅତିରିକ୍ତ ଯୋଗାଣ ଅତିରିକ୍ତ ଯୋଗାଣ ଅଧିକାରୀ(ଏସ୍‌ଏମ୍‌ସି) ବିଶ୍ୱରଞ୍ଜନ ସାହୁ, ଜିଲା ଚାଷୀ ସଙ୍ଗଠନ କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ଓ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?