ପ୍ରେମିକାର ପୋଷା କୁକୁରକୁ ଭୁଲିପାରୁନି

ଏବେ ତ ଲକ୍‌ଡାଉନ୍‌ ଚାଲିଛି। ଯେହେତୁ ଶୁଟିଂ ନାହିଁ, ତେଣୁ ଘରେ ହିଁ ରହିବାକୁ ପଡୁଛି । ଏହି ସମୟରେ ନିଜ ଶୁଟିଂ ସମୟର ଅନୁଭୂତି ବିଷୟରେ ଦୀପକ ଯାହା କୁହନ୍ତି….

ବର୍ତ୍ତମାନ ଓଡ଼ିଆ ସିନେମାର ଅନ୍ୟତମ ରୋମାଣ୍ଟିକ ନାୟକ ଭାବରେ ଦୀପକ ନିଜକୁ ପରିିଚିତ କରାଇ ପାରିଛନ୍ତି। ‘ତୁମେ ଥିଲେ ସାଥୀରେ‘, ‘ଚାନ୍ଦ ନା ତମେ ତାରା’, ‘ଆଖି ଖୋଲିଦେଲେ ତୁ ହି ତୁ’, ‘ସପନର ନାୟିକା’ ଆଦି ଚଳଚ୍ଚିତ୍ରର ନାୟକ ସାଜିସାରିଛନ୍ତି ସେ। ଖାସ୍‌ କଥା ହେଲା, ଦୀପକଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ମନ ମୋର ପ୍ରଜାପତି’। ପ୍ରଯୋଜକ ଅନାମ ଚରଣ ସାହୁ ତାଙ୍କୁ ନାୟକ ଭାବରେ ବ୍ରେକ୍‌ ଦେଇଥିଲେ। ଉକ୍ତ ସିନେମାର ଏକ ସିକୁଏନ୍ସକୁ ଏ ପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି ଦୀପକ। ଏ ସମ୍ପର୍କରେ ସେ କହନ୍ତି, ‘କାହାଣୀ ଅନୁସାରେ ଏହି ଫିଲ୍ମରେ ମୋ ପ୍ରେମିକା (ବଙ୍ଗୀୟ ଅଭିନେତ୍ରୀ କୋଏଲ ବାନାର୍ଜୀ))ଙ୍କର ଏକ କୁକୁର ଥିଲା। ମୁଁ ଯେତେବେଳେ ପ୍ରେମିକାକୁ ଭେଟିବାକୁ ଯାଉଛି ସେହି କୁକୁର ମୋତେ ଗୋଡାଉଛି। ଯେତେବେଳେ ଶଟ୍‌ ନିଆଗଲା, କୁକୁର ଗୋଡାଇବା କଥା ଭାବିଲା ମାତ୍ରେ ମୋ ମନରେ ଭୟ ଆସିଥିଲା। ମୁଁ ଭାବିଲି, କାଳେ ସେହି କୁକୁର ମୋତେ କାମୁଡି ଦେବ ? କିନ୍ତୁ ଠାକୁରଙ୍କୁ ଡାକି କ୍ୟାମେରା ସାମନା କରିଥିଲି। ଅସଲ କଥା ହେଲା ଶଟ୍‌ଟି ଏକାଥରେ ଓକେ ହୋଇଥିଲା।’


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ମାତ୍ର ୫ ମାସ ପରେ ଛାଡ଼ପତ୍ର ନେଲେ ବାଦ୍‌ଶାହା: ପୋଷ୍ଟ ଶେୟାର କରି କହିଲେ…

ରାପର୍‌ ବାଦଶାହା ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ବିବାହର ମାତ୍ର ପାଞ୍ଚ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।…

ବ୍ରେକଅପ୍‌ ପରେ ଭାଙ୍ଗିପଡ଼ିଥିଲେ ବିଜୟ, ସମ୍ଭାଳିଥିଲେ ରଶ୍ମିକା! ଚମକାଇଲା ଅଭିନେତାଙ୍କ ବଡ଼ ଖୁଲାସା

ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri