Posted inଜାତୀୟ

ପ୍ରିୟଙ୍କାଙ୍କ ପଛଘୁଞ୍ଚା ରଣନୀତି

ନୂଆଦିଲ୍ଲୀ,୨୭ା୪: ପ୍ରଥମେ କଳ୍ପନାଜଳ୍ପନା, ପରେ ନିଜେ ସଙ୍କେତ ଦେଇଥିଲେ ‘ରାହୁଲ କହିଲେ ଲଢ଼ିବି’ ଆଉ ଶେଷରେ ପଛଘୁଞ୍ଚା। ଦେଶର ସବୁଠୁ ହଟ୍‌ ସିଟ୍‌ କୁହାଯାଉଥିବା ଉତ୍ତରପ୍ରଦେଶ (ୟୁପି)ର ବାରାଣସୀ ଲୋକ ସଭା ଆସନରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଏଭଳି ଯବନିକା ପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରିୟଙ୍କା ପ୍ରତିଦ୍ୱନ୍ଦ୍ୱିତା ନ କରିବାର କାରଣକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହା ପଛରେ ଏଆଇସିସିର ଭିନ୍ନ ରଣନୀତି ଥିବା କୁହାଯାଉଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୟୁପିର ଅମେଠି ଓ କେରଳର ଓ୍ବାୟନାଡ୍‌ ଆସନରେ ବିଜୟୀ ହେଲେ ଦୁଇଟିରୁ ଗୋଟିଏ ଆସନ ଭଉଣୀ ପ୍ରିୟଙ୍କାଙ୍କୁ ଛାଡ଼ିଦେବେ। ସେଠାରେ ଉପନିର୍ବାଚନ ହେଲେ ପ୍ରିୟଙ୍କା ସହଜରେ ବିଜୟୀ ହୋଇ ଆନୁଷ୍ଠାନିକ ଭାବେ ନିଜ ରାଜନୈତିକ କ୍ୟାରିୟରର ମୂଳଦୁଆ ପକାଇବାରେ ସକ୍ଷମ ହେବେ ବୋଲି କଂଗ୍ରେସ ହାଇକମାଣ୍ଡ ବିଚାର କରୁଛନ୍ତି। କାରଣ ବାରାଣସୀରେ ମୋଦି ଏକପ୍ରକାର ଅପରାଜେୟ ହୋଇଥିବାରୁ ସେଠାରେ ପ୍ରିୟଙ୍କା ବିଫଳତାର ସ୍ବାଦ ଚାଖି ରାଜନୈତିକ ଜୀବନ ଆରମ୍ଭ କରନ୍ତୁ ବୋଲି ଉଭୟ ଭାଇ ରାହୁଲ ଓ ମା’ ସୋନିଆ ଗାନ୍ଧୀ ଚାହୁଁ ନ ଥିବା ବିଶ୍ଳେଷକମାନେ ମତ ଦେଇଛନ୍ତି।
୨୦୧୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣସୀରେ ପ୍ରତିଦ୍ୱନ୍ଦ୍ୱିତା କରି ତୃତୀୟ ସ୍ଥାନରେ ରହିଥିଲେ କଂଗ୍ରେସ ନେତା ଅଜୟ ରାୟ। ଏପରି କି ତାଙ୍କ ଅମାନତ ମଧ୍ୟ ରହି ନ ଥିଲା। ମୋଦି ୫,୮୧,୦୨୨ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଅଜୟ ମାତ୍ର ୭୫,୬୧୪ ଭୋଟ ହାସଲ କରି ଶୋଚନୀୟ ପରାଜୟବରଣ କରିଥିଲେ। ୨,୦୯,୨୩୮ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ଏଏପି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବା ତାଙ୍କର ଭୁଲ ଥିଲା ବୋଲି ସ୍ବୀକାର କରିଥିଲେ। ଏପରି ସ୍ଥଳେ ପୂର୍ବରୁ କେବଳ ରାହୁଲଙ୍କ ଅମେଠି ଓ ସୋନିଆଙ୍କ ରାଏବରେଲି ଲୋକ ସଭା ଆସନରେ ପ୍ରଚାରରେ ସୀମିତ ରହୁଥିବା ପ୍ରିୟଙ୍କା ଗତ ଫେବୃୟାରୀ ୪ରେ ପୂର୍ବ ୟୁପି ସାଧାରଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ। ସେବେଠୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ତାଙ୍କର ଆକ୍ରମଣାମତ୍କ ମନ୍ତବ୍ୟ ଓ ପ୍ରଚାର ଶୈଳୀକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା ଯେ, ପ୍ରିୟଙ୍କା ଏଥର ମୋଦିଙ୍କ ବିପକ୍ଷରେ ବାରାଣସୀରୁ ଲଢ଼ିବେ। ଏହାକୁ ନେଇ ରାହୁଲ ଗାନ୍ଧୀ ‘ସସ୍‌ପେନ୍ସ ଇଜ୍‌ ଗୁଡ୍‌’ ବୋଲି କହିବା ପରେ ସମସ୍ତେ ଭାବିଥିଲେ ପ୍ରିୟଙ୍କା ସେଠାରୁ ହିଁ ପ୍ରାର୍ଥୀ ହେବେ। କେହି କେହି ପ୍ରିୟଙ୍କାଙ୍କୁ କଂଗ୍ରେସର ତ୍ରାଣକର୍ତ୍ତା ମନେକରୁଥିଲେ ତ ପୁଣି କେତେକେ ତାଙ୍କୁ ଭାବୀ ପ୍ରଧାନମନ୍ତ୍ରୀ ଭାବେ ଅଭିହିତ କରିବାରେ ଲାଗିଥିଲେ। ହେଲେ ଶେଷରେ ମୋଦି ନାମାଙ୍କନପତ୍ର ଦାଖଲ ଲାଗି ବାରାଣସୀରେ ମେଗା ରୋଡ୍‌ ଶୋ କରିବାର କିଛି ସମୟ ପୂର୍ବରୁ ପୂର୍ବତନ ବିଧାୟକ ତଥା ବାହୁବଳୀ ନେତା ଅଜୟ ରାୟଙ୍କୁ କଂଗ୍ରେସ ସେଠାରେ ପୁଣିଥରେ ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀଙ୍କ ବିଜୟକୁ ସୁନିଶ୍ଚିତ କରିଛି ବୋଲି ଆଲୋଚନା ହେଉଛି। ସମ୍ଭବତଃ ଏଇଥିପାଇଁ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟ୍‌ଲୀ ନିଜ ବ୍ଲଗ୍‌ରେ ଲେଖିଛନ୍ତି, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭୟଭୀତ ହୋଇ ପ୍ରତିଦ୍ୱନ୍ଦ୍ୱିତାରୁ ବାହାରି ଯାଇଛନ୍ତି। ଏବେ ନିର୍ବାଚନର ଅବଶିଷ୍ଟ ପର୍ଯ୍ୟାୟଗୁଡ଼ିକରେ କଂଗ୍ରେସର ନିଜ ଗୋଲ୍‌ରୁ ଭାଜପାକୁ ଫାଇଦା ମିଳିବାକୁ ଯାଉଛି। ବିଶେଷକରି ୟୁପିର ଅବଶିଷ୍ଟ ଆସନଗୁଡ଼ିକରେ, ଯେଉଁଠି ସମ୍ଭବତଃ ୨୦୧୯ର ବିଜେତା ସ୍ଥିର ହେବ।
ବାରାଣସୀ ଆସନ ବିରୋଧୀ ମହାମେଣ୍ଟର ସମାଜବାଦୀ ପାର୍ଟି (ଏସ୍‌ପି) ଭାଗରେ ପଡ଼ିଛି। ଏଠାରେ ଶାଳିନୀ ଯାଦବଙ୍କୁ ଏସ୍‌ପି ଟିକେଟ ଦେଇଛି। ପ୍ରିୟଙ୍କା ବାରାଣସୀରୁ ନାମାଙ୍କନପତ୍ର ଦାଖଲ କରିଥିଲେ ମୋଦିଙ୍କୁ ହରାଇବା ପାଇଁ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ହୁଏତ ଖୁସିରେ ଶାଳିନୀଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ କହିଥାନ୍ତେ। ତେବେ ପ୍ରିୟଙ୍କା ନିର୍ବାଚନ ଲଢ଼ିବା ନେଇ ବାହାରେ ଯେତେ କହୁଥିଲେ ମଧ୍ୟ ସୋନିଆ ଓ ରାହୁଲ ଏନେଇ ଗମ୍ଭୀରତା ସହ ଚିନ୍ତା କରିନାହାନ୍ତି ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି। ଏବେ ୟୁପିର ଯେଉଁ ୧୮ ଆସନରେ କଂଗ୍ରେସର ସ୍ଥିତି ଅପେକ୍ଷାକୃତ ଭଲ ଅଛି, ସେହି ସିଟ୍‌ଗୁଡ଼ିକରେ ପ୍ରିୟଙ୍କା ଧୂଆଁଧାର ପ୍ରଚାର କରି ଭାଜପାର ଷ୍ଟାର କ୍ୟାମ୍ପେନର ମୋଦିଙ୍କୁ ବାରାଣସୀରେ ବାନ୍ଧିରଖିବାକୁ ଉଦ୍ୟମ କରିବେ। ମେ ୨୩ରେ ନିର୍ବାଚନ ଫଳ ଆସିବା ପରେ କଂଗ୍ରେସ ହାଇକମାଣ୍ଡ ବିଚାର କରିବେ ରାହୁଲ ଅମେଠି କିମ୍ବା ଓ୍ବାୟନାଡ୍‌ କେଉଁ ଆସନରୁ ପ୍ରତିନିଧିତ୍ୱ କରିବେ ଓ କେଉଁ ଆସନ ପ୍ରିୟଙ୍କାଙ୍କ ପାଇଁ ଛାଡ଼ିଦେବେ। ଆସନ ଛାଡ଼ିବାର ୬ ମାସ ମଧ୍ୟରେ ଉପନିର୍ବାଚନ ହେବ। ସେତେବେଳେ ପ୍ରିୟଙ୍କାଙ୍କ ବିରୋଧରେ ଭାଜପା କାହାକୁ ପ୍ରାର୍ଥୀ କରିବ ତାହା ଉପରେ ପ୍ରିୟଙ୍କାଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରିବ ବୋଲି ବିଶ୍ଳେଷକମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri