Posted inରାଜ୍ୟ

ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ ବିଳମ୍ବ : ଅଗଷ୍ଟ ୧ରେ ଜିଲା ଶିକ୍ଷା କାର୍ଯ୍ୟାଳୟ ଆଗରେ ଧାରଣା

ନୟାଗଡ଼ ଅଫିସ,୨୫।୭: ନୟାଗଡ଼ ଜିଲାରେ ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତିରେ ବିଳମ୍ବ ହୋଇଥିବା ନେଇ ଜିଲା ପ୍ରାଥମିକ ଶିକ୍ଷକ ସଂଘ ଅଭିଯୋଗ କରିଛି । ଏ ନେଇ ସଂଘ ପକ୍ଷରୁ ବାରମ୍ବାର ଜିଲା ଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଫଳରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ଅଗଷ୍ଟ ୧ ତାରିଖରେ ଜିଲା ଶିକ୍ଷା କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି।
ଯେ, ପ୍ରାଥମିକ ଶିକ୍ଷକମାନେ ଷଷ୍ଠ ଲେଭଲରେ ନିଯୁକ୍ତି ପାଇଥିଲେ। ୨୦ ସେପ୍ଟେମ୍ବର ୨୦୧୭ରେ ସପ୍ତମ ବେତନ କମିଶନ ଲାଗୁ ହୋଇଥିଲା। ଏହା ପରେ ଶିକ୍ଷକମାନଙ୍କ ପଦୋନ୍ନତି ହେବା କଥା, ମାତ୍ର ତାହା ହୋଇନାହିଁ। ପଦୋନ୍ନତିରେ ବିଳମ୍ବ ହେଲେ ପ୍ରତି ୧୦, ୨୦ ଓ ୩୦ ବର୍ଷରେ ବର୍ଦ୍ଧିତ ଦରମା (ଏମ୍‌ଏସ୍‌ପି) ଦେବା ପାଇଁ ରାଜ୍ୟ ସରକାର ନିୟମ ପ୍ରଣୟନ କରିଛନ୍ତି। ଏହି ନିୟମ ଅନୁସାରେ ପ୍ରତି ବ୍ଲକରେ ବର୍ଷକୁ ଦୁଇ ଥର ସ୍କ୍ରିନିଂ କମିଟି ବସି ଯୋଗ୍ୟ ବିବେଚିତ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଚୟନ କରିବେ। ଉକ୍ତ ବ୍ଲକ ଅନ୍ତର୍ଗତ ଯେଉଁ ଶିକ୍ଷୟିତ୍ରୀ ବା ଶିକ୍ଷକମାନଙ୍କ ୧୦, ୨୦, ୩୦ ବର୍ଷ ପୂରଣ ହୋଇଥିବ ସେହି ଅନୁସାରେ ତାଙ୍କର ବର୍ଦ୍ଧିିତ ଦରମା ଲାଗୁ କରାଯିବ। ବର୍ଷକୁ ଦୁଇଥର ଜାନୁୟାରୀ ଓ ଜୁଲାଇ ମାସରେ ସ୍କ୍ରିନିଂ କମିଟି ବସିବା କଥା। ବ୍ଲକ ଶିକ୍ଷାଧିକାରୀ ଏହି କମିଟିର ସଂଯୋଜକ ହୋଇଥିବା ବେଳେ ଜିଲା ଶିକ୍ଷା ଅଧିକାରୀ ଅଧ୍ୟକ୍ଷ ଅଟନ୍ତି। ସପ୍ତମ ବେତନ କମିଶନ ଲାଗୁ ହେବା ପରେ ଜିଲାରେ ବର୍ତ୍ତମାନ ସୁଦ୍ଧା ୪ ଥର ସ୍କ୍ରିନିଂ କମିଟି ବୈଠକ ବସିବା କଥା, ମାତ୍ର ଏ ପର୍ଯ୍ୟନ୍ତ ତାହା ହୋଇପାରିନାହିଁ। ଫଳରେ ୧୦୦୦ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଶିକ୍ଷକ ଏହି ବର୍ଦ୍ଧିିତ ଦରମା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସେହିପରି ଅନେକ ଶିକ୍ଷୟିତ୍ରୀ ଶିକ୍ଷକ ବର୍ଦ୍ଧିତ ଦରମା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାହା ନ ପାଇ ଅବସର ଗ୍ରହଣ କରିସାରିଲେଣି। ୨୦୧୮ ମସିହାରେ ଓ ଗତ ଜୁଲାଇ ୯ ତାରିଖରେ ଶିକ୍ଷକ ସଂଘ ପକ୍ଷରୁ ସ୍କ୍ରିନିଂ କମିଟି ବୈଠକ ଲାଗି ଜଣାଯାଇଥିଲା। ଏ ନେଇ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଏହି କମିଟି ବୈଠକ ବସିପାରିନାହିଁ। ଏହାର ପ୍ରତିବାଦରେ ଅଗଷ୍ଟ ୧ ତାରିଖରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଶିକ୍ଷକ ସଂଘର ସଭାପତି ଜ୍ୟୋତି ରଞ୍ଜନ ଦାଶ ଓ ସାଧାରଣ ସମ୍ପାଦକ ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର ପ୍ରକାଶ କରିଛନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନଙ୍କୁ ପଚାରିବାରୁ ସେ କୁହନ୍ତି, ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ମାନେ ସଂଯୋଜକ ହୋଇଥିବାରୁ ସେମାନେ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ତାଲିକା ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତି କରି ପାରିନାହାନ୍ତି। ଫଳରେ ଏହିଭଳି ଅସୁବିଧା ଦେଖାଦେଇଛି। ବିଇଓମାନେ ଡାଟା ପ୍ରସ୍ତୁତ କରି କାର୍ଯ୍ୟାଳୟରେ ଦାଖଲ କଲା ପରେ ସ୍କ୍ରିନିଂ କମିଟି ବୈଠକ କରାଯାଇ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ପଦୋନ୍ନତି ଦିଆଯିବ ବୋଲି ଜିଲା ଶିକ୍ଷା ଅଧିକାରୀ ପ୍ରଧାନ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri