ପ୍ରାକୃତିକ ବିପର୍ଯ୍ୟୟଠାରୁ ବଳିଯାଉଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର, ୯।୭ (ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ହୋଇଛି। ପ୍ରତିବର୍ଷ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏପରି କି ଏହା ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁଠାରୁ ମଧ୍ୟ ଢେର ଅଧିକ। ଗତ ୩ ବର୍ଷରେ ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୬୨୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଡ଼କ ଦୁର୍ଘଟଣାରେ ଗତ ୨ ବର୍ଷ ମଧ୍ୟରେ ୧୯ ହଜାର ଲୋକଙ୍କର ଜୀବନ ଯାଇଛି। ଏହି ସମୟରେ ୯ ଲକ୍ଷ ୩୮ ହଜାର ଲୋକ ଆହତ ହୋଇଛନ୍ତି।
୨୦୧୭ ତୁଳନାରେ ୨୦୧୮ରେ ରାଜ୍ୟରେ ୧୧ ପ୍ରତିଶତ ଦୁର୍ଘଟଣା ବୃଦ୍ଧି ପାଇଥିବା ବେଳେ ଜାନୁୟାରୀରୁ ମେ’ ମାସ ମଧ୍ୟରେ ୨୦୧୮ ତୁଳନାରେ ୨୦୧୯ ସଡ଼କ ଦୁର୍ଘଟଣା ହାର ୧୧.୭୯ ପ୍ରତିଶତ ବୃଦ୍ଧି ପାଇଛି। ଯେଉଁଠିକି ଜାତୀୟ ହାର ରହିଛି ମାତ୍ର ୦.୬ ପ୍ରତିଶତ। ଗଞ୍ଜାମ, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ଅନୁଗୋଳ, ସମ୍ବଲପୁର, ବାଲେଶ୍ୱର, କୋରାପୁଟ ଏବଂ ଢେଙ୍କାନାଳ ଆଦି ୧୨ଟି ଜିଲାରେ ସର୍ବାଧିକ ବ୍ୟକ୍ତିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୨୦୧୭ରେ ଏହି ଜିଲାଗୁଡିକରେ ୪୭୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ୫୩୧୫ ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୮ରେ ଗଞ୍ଜାମ ଜିଲାରେ ସର୍ବାଧିକ ୪୦୪ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ୩୭୪, ଖୋର୍ଦ୍ଧା ୩୪୬, କଟକ ୩୪୧, କେନ୍ଦୁଝର ୩୧୬, ଯାଜପୁର ୨୬୦, ମୟୂରଭଞ୍ଜ ୨୫୯, ଅନୁଗୋଳ ୨୫୮, ସମ୍ବଲପୁର ୨୩୫, ବାଲେଶ୍ୱର ୨୨୮ ଏବଂ କୋରାପୁଟ ଜିଲାରେ ୨୦୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ହାର କମାଇବାକୁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି, ସେନେଇ ଜୁଲାଇ ୩୧ ତାରିଖ ସୁଦ୍ଧା ସୁପ୍ରିମକୋର୍ଟଙ୍କ କମିିଟି ନିକଟରେ ରାଜ୍ୟ ସରକାର ରିପୋର୍ଟ ଦେବେ। ତେଣୁ ଆସନ୍ତା ୧୫ ତାରିଖ ସୁଦ୍ଧା ଏ ନେଇ ରିପୋର୍ଟ ଯୋଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ, ଜିଲାପାଳ, ଏସ୍‌ପି, ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତା ଦୁର୍ଘଟଣା ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ବିଭିନ୍ନ ରାଜ୍ୟରେ ହେଉଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ରାଧାକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ପ୍ରତିବର୍ଷ ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ପୂର୍ବବର୍ଷଠାରୁ ୧୦ ପ୍ରତିଶତ ହ୍ରାସ କରିବାକୁ କମିଟି ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଥିଲା। ମାତ୍ର ବିଡ଼ମ୍ବନାର ବିଷୟ, ଓଡ଼ିଶାରେ ଏହି ମୃତ୍ୟୁହାର କମିବା ବଦଳରେ ବୃଦ୍ଧି ପାଇଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ରେ ଦେଶରେ ୧ ଲକ୍ଷ ୪୯ ହଜାର ଦୁର୍ଘଟଣା ଘଟିଥିବା ବେଳେ ଓଡ଼ିଶାରେ ୫୩୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ୫ ହଜାରରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁ ଦୁର୍ଘଟଣା ହାର ବଢୁଛି। ୨୦୧୯ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ୧୩୦୮ ଜଣ ମଦ୍ୟପ ଗାଡ଼ି ଚାଳକଙ୍କୁ ଧରାଯାଇଥିବା ବୈଠକରେ ସୂଚନା ଦିଆଯାଇଛି। କଟକ ଓ ଭୁବନେଶ୍ୱର ରାଜ୍ୟ ରାଜପଥର ପିତାପଲ୍ଲି ଠାରୁ ଜଗତପୁର ମଧ୍ୟରେ ୨୧ଟି ସ୍ଥାନରେ ବ୍ଲକସ୍ପଟ୍‌ ଚିହ୍ନଟ କରାଯାଇଛି। ଏହିସବୁ ସ୍ଥାନରେ ସାଇଜେନ ବ୍ୟବସ୍ଥା କରିବା, ମୁମ୍ବାଇ-ପୁନେ ଜାତୀୟ ରାଜପଥ ଢାଞ୍ଚାରେ ଖୋର୍ଦ୍ଧାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଦୁର୍ଘଟଣା ରୋକିବା, ଭାରିଯାନଗୁଡିକ ଆବଶ୍ୟକତାଠାରୁ ଅଧିକ ପରିମାଣରେ ସାମଗ୍ରୀ ପରିବନ ନ କରିବା, ରାଜ୍ୟର ସମସ୍ତ ଜିଲା ସଦର ମହକୁମାରେ ଷ୍ଟୁଡେଣ୍ଡ ଟ୍ରାଫିକ ଭଲ୍ୟୁଣ୍ଟିୟର ବ୍ୟବସ୍ଥା ଲାଗୁ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ଅଜଣା ଗାଡ଼ି ଧକ୍କାରେ କୌଣସି ବ୍ୟକ୍ତି ଗୁରୁତର ଆହତ କିମ୍ବା ମୃତ ହେଲେ ଆହତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ। ମୃତ ବ୍ୟକ୍ତିଙ୍କୁ ୨ ଲକ୍ଷ ଏବଂ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବେ। ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଯଦି ଧରା ନ ପଡ଼େ, ସେ କ୍ଷେତ୍ରରେ ଏହି କ୍ଷତିପୂରଣ ସରକାର ନିଜେ ବହନ କରିବେ। ଏଥିପାଇଁ ରାଜ୍ୟ ସରକାର ୫ କୋଟି ଟଙ୍କାର ଏକ ସୋଲାଟିୟମ ପାଣ୍ଠି ଯୋଜନା ଆରମ୍ଭ କରିଛନ୍ତି। ସୋମବାର ସଚିବାଳୟଠାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକ ଶେଷରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ଜି. ଶ୍ରୀନିବାସ। ୨୦୧୦ ସୁଦ୍ଧା ମୃତ୍ୟୁହାର ୫୦ ପ୍ରତିଶତ କମାଇବା ଓ ପ୍ରତିବର୍ଷ ପୂର୍ବବର୍ଷ ତୁଳନାରେ ୧୦ ପ୍ରତିଶତ କମାଇବା ଲକ୍ଷ୍ୟରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ଦୁର୍ଘଟଣାଗ୍ରସ୍ତ ଛାତ୍ର ଆଶୀର୍ବାଦ ବସ୍ତିଆଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଆର.କେ. ଶର୍ମା, କୃଷି ଉତ୍ପାଦନ କମିଶନର ଗଗନ ଧଳ, ପରିବହନ କମିଶନର ଅନିଲ ସାମଲ, ପରିବହନ ବିଭାଗ ସ୍ବତନ୍ତ୍ର ସଚିବ ମନୋରଞ୍ଜନ ମିଶ୍ର, ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି, ବସ୍‌ ମାଲିକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri