ପ୍ରସ୍ତାବିତ ଟ୍ରକ ଟର୍ମିନାଲ ବିରୋଧରେ ମହିଳାଙ୍କ ବିକ୍ଷୋଭ

କୁଜଙ୍ଗ,୧୧ା୭(ସ୍ବ.ପ୍ର.): ପାରାଦୀପ ବନ୍ଦର ପକ୍ଷରୁ ଭୂତମୁଣ୍ଡାଇଠାରେ ୧୦ହଜାର ଟ୍ରକ୍‌ ରହଣୀ ପାଇଁ ଏକ ଟ୍ରକ୍‌ ଟର୍ମିନାଲ ନିର୍ମାଣ କରିବାକୁ ଉଦ୍ୟମ ଚାଲିଛି। ତେବେ ଏକ ଜନବସତି ଅଞ୍ଚଳରେ ଏଭଳି ଏକ ପ୍ରଦୂଷଣ ସୃଷ୍ଟିକାରୀ ପ୍ରକଳ୍ପ ନିର୍ମାଣକୁ ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିଛନ୍ତି। ଗତ ୮ ତାରିଖରେ ୫ ପଞ୍ଚାୟତର ସରପଞ୍ଚ ଓ ଗ୍ରାମବାସୀ କୁଜଙ୍ଗଠାରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଏହି ପ୍ରସଙ୍ଗରେ ଦାବିପତ୍ର ଦେଇଥିଲେ। ସେତେବେଳେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉକ୍ତ ସ୍ଥାନକୁ ନିଜେ ବୁଲି ଦେଖିବା ପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ କେତେଜଣ ଠିକାଦାରଙ୍କ ଧମକଚମକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଫୋର୍ସ ମୁତୟନ କରାଯାଇ ବଳପୂର୍ବକ ଟ୍ରକ ଟର୍ମିନାଲ ନିର୍ମାଣ କରାଯିବ ବୋଲି ପ୍ରଚାର ହେବାରୁ ବୁଧବାର ଏଠାରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଭୂତମୁଣ୍ଡାଇ ପଞ୍ଚାୟତର ଶତାଧିକ ମହିଳା ଏନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରସ୍ତାବିତ ଟ୍ରକ୍‌ ଟର୍ମିନାଲ ସ୍ଥାନ ଓ ବଜାର ପାର୍ଶ୍ୱରେ ସଭା କରିଛନ୍ତି। କୌଣସି ଜଟିଳ ପରିସ୍ଥିତି ଆସିଲେ ମୁକାବିଲା କରାଯିବ ଓ ଆନ୍ଦୋଳନରେ ମହିଳାମାନେ ଆଗରେ ରହି ଲଢ଼େଇ କରିବେ ବୋଲି ଏଥିରେ ସଂକଳ୍ପ ନେଇଥିଲେ। ଭୂତମୁଣ୍ଡାଇ ପଞ୍ଚାୟତର ନାରିନେତ୍ରୀ ସୌଦାମିନୀ ସ୍ବାଇଁ ମହିଳାମାନଙ୍କୁ ସଂକଳ୍ପ କରାଇ ନିର୍ମାଣ କାର୍ଯ୍ୟ ଚାଲିଲେ ବିରୋଧ କରାଯିବ ଓ ମାଟିଗୋଡ଼ି ପକାଇ ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ। ପରେ ମହିଳାମାନେ ଭୂତମୁଣ୍ଡାଇ ସରପଞ୍ଚ ଜ୍ୟୋତିର୍ମୟୀ ସ୍ବାଇଁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ପଡ଼ିଆଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଶ୍ୱାଳି ପଞ୍ଚାୟତର ସରପଞ୍ଚ ସୁପ୍ରଭା ସାହୁ, ସମିତି ସଭ୍ୟ ରଞ୍ଜନ ସେଠୀ, ଆଲୋକ ସାହୁ, ସୁନ୍ଦରମଣି ସ୍ବାଇଁ, ଅରକ୍ଷିତ ଦାସ, ଦୁଷ୍ମନ୍ତ ମାଝି, ରଞ୍ଜିତା ପଣ୍ଡା, ଅରକ୍ଷିତ ଦାସ, ଦେବବାଳା ମହାପାତ୍ର, ପ୍ରମୋଦ ଜେନା ଓ ଶାରଦା ପ୍ରସନ୍ନ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଗଠିତ ଆଞ୍ଚଳିକ ସୁରକ୍ଷା ସମିତିର ମୁଖପାତ୍ର ଶ୍ରୀବଲ୍ଲଭ କର ଏହାକୁ ସଞ୍ଚାଳନା କରିଥିଲେ। ପୂର୍ବତନ ସରପଞ୍ଚ ସଞ୍ଜୟ ସ୍ବାଇଁ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୨ରେ ପିଡିଏ (ପାରାଦୀପ ଡେଭଲପମେଣ୍ଟ ଅଥରିଟି) ପକ୍ଷରୁ ଆଖପାଖ ୫ ପଞ୍ଚାୟତର ନେତୃତ୍ୱଙ୍କୁ ନେଇ ସଭା କରାଯାଇଥିଲା। ସରକାରୀ ନକ୍‌ସା ମୁତାବକ ଯେଉଁ ସ୍ଥାନରେ ଟ୍ରକ ଟର୍ମିନାଲ ନିର୍ମାଣ ସେତେବେଳେ ନିଷ୍ପତ୍ତି ହୋଇଥିଲା, ବର୍ତ୍ତମାନ ବନ୍ଦର କର୍ତ୍ତୃପକ୍ଷ ସେହି ସ୍ଥାନରେ ନିର୍ମାଣ ନ କରି ଏକ ଜନବସତି ଅଞ୍ଚଳକୁ ଚିହ୍ନଟ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲର ମାଡ଼ରେ ମରୁଛନ୍ତି ଅଲିଭ ରିଡ୍‌ଲେ

କୁଜଙ୍ଗ,୧୩।୨(ମନୋଜ ପ୍ରଧାନ): ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପାରାଦୀପରେ କଇଁଛ କରିଡର କରିବାକୁ ବଜେଟରେ ଘୋଷଣା କରିଥିବା ବେଳେ କୁଜଙ୍ଗ ବନାଞ୍ଚଳ ନୂଆଗାଁ ବନକ୍ଷେତ୍ର…

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

ପତାକା ଅବତରଣ ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ…

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ କଲା…

ବସ୍‌ ମାଲିକ ସଂଘର ବଡ଼ ନିଷ୍ପତ୍ତି: ପାରାଦୀପରୁ ଗଡ଼ିବନାହିଁ ଘରୋଇ ବସ୍‌

ପାରାଦୀପ,୧୮।୧: ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର ସକାଳ ୬ଟାରୁ ପାରାଦୀପ ବସ୍‌ଷ୍ଟାଣ୍ଡରୁ…

ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ, ତା’ପରେ ଯାହା ଘଟିଲା…

ଜଗତ୍‌ସିଂହପୁର,୧୮ା୧(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ପୁନଙ୍ଗସ୍ଥିତ ପୁନେଶ୍ୱର ମହାଦେବ ମନ୍ଦିରରେ ଶନିବାର ଅଭାବନୀୟ ଘଟଣା ଘଟିଛି। ମନ୍ଦିରର ପାତାଳଫୁଟା ଶିବଲିଙ୍ଗ ଉପରୁ ମନ୍ଦିର ପୂଜକ ଓମ୍‌ପ୍ରକାଶ ପଣ୍ଡା…

ସ୍ତ୍ରୀଙ୍କୁ କରଣୀରେ ହାଣିଲେ ସ୍ବାମୀ: କାରଣ ଜାଣିଲେ…

ପାରାଦୀପ,୧୭।୧(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବଡପଡିଆ ସିନେମାହଲ ସମ୍ମୁଖ ବସ୍ତିରେ ଶନିବାର ସକାଳୁ ଅଭାବନୀୟ ଘଟଣା ଘଟିଛି।ନିଜ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ସ୍ବାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri