ବ୍ରହ୍ମପୁର ଅଫିସ,୩୦ା୮- ବ୍ରହ୍ମପୁର ମହାନଗର ନିଗମ ଏବଂ ଛତ୍ରପୁର ଓ ଗୋପାଳପୁର ଏନ୍ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ) ସହିତ ଏହି ୩ ସହରାଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳଗୁଡ଼ିକୁ ମିଶ୍ରଣ କରି ଗ୍ରେଟର (ବୃହତ୍) ବ୍ରହ୍ମପୁର ଗଠନ ପ୍ରସ୍ତାବରେ ଅଟକି ଯାଇଛି।
ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଥିପାଇଁ ୧.୦୮ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଥିବା ସିଡିପି (କମ୍ପ୍ରେହେନସିଭ ଡେଭଲପମେଣ୍ଟ ପ୍ଲାନ) ବା ମାଷ୍ଟର ପ୍ଲାନ ୨୦୧୫ରୁ ଲୋକାର୍ପିତ ହୋଇଛି । ଏହାର ୪ ବର୍ଷ ପୂରିବା ପରେ ବି ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ଅନିଶ୍ଚିତତା ଦେଖାଯାଇଛି ।
ସୂଚନାଯୋଗ୍ୟ, ୧୯୭୬ରେ ବ୍ରହ୍ମପୁର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବ୍ରିଟ) ଗଠନ କରାଯାଇଥିଲା। ଛତ୍ରପୁର ଓ ଗୋପାଳପୁର ଏନ୍ଏସି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା। ଏହାର ୧୬ ବର୍ଷ ପରେ ବ୍ରିଟ ଭଙ୍ଗାଯାଇ ୧୯୯୩ରେ ବିଡିଏ ଗଠନ କଲେ ସରକାର । ଏହି ୩ ସହରାଞ୍ଚଳରେ କେତେକ ବିକାଶମୂଳକ କାର୍ଯ୍ୟ ବିଡିଏ ପକ୍ଷରୁ କରାଯାଉଛି। ପୁରାତନ ସହର ବ୍ରହ୍ମପୁରର ମାଷ୍ଟର ପ୍ଲାନ ହୋଇ ନ ଥିବାରୁ ଏହା ପ୍ରସ୍ତୁତି ପାଇଁ ବିଡିଏ ପକ୍ଷରୁ ଉଦ୍ୟମ କରାଗଲା ।
କେନ୍ଦ୍ର ସହରାଞ୍ଚଳ ମନ୍ତ୍ରଣାଳୟ ଅଧୀନ ଦିଲୀର ଟିସିପିଓକୁ ଦାୟିତ୍ୱ ଦିଆଯାଇଥିଲା। ସେହି ସଂସ୍ଥା ଦ୍ୱାରା ପ୍ରସ୍ତୁତ ସିଡିପି ବା ପୂର୍ଣ୍ଣାଙ୍ଗ ମାଷ୍ଟର ପ୍ଲାନ ବହୁବାର ଏଠାରେ ପ୍ରଦର୍ଶନ କରାଯାଇ ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯିବା ପରେ ତାହା ପୂର୍ଣ୍ଣାଙ୍ଗ ହୋଇଥିଲା ।
ରାଜ୍ୟ ନଗର ଉନ୍ନୟନ ବିଭାଗ ଅନୁମୋଦନ କରିବା ପରେ ବିଡିଏ ବୈଠକରେ ଉପସ୍ଥାପନ ହୋଇଥିଲା। ୨୦୧୫ରେ ବିଡିଏ ମଧ୍ୟ ଅନୁମୋଦନ କରିଛି। ତେବେ ସିଡିପି ଅନୁସାରେ ଉପରୋକ୍ତ ସହରାଞ୍ଚଳଗୁଡ଼ିକ ପାର୍ଶ୍ୱରେ ଥିବା ୧୩୯ ମୌଜାର ଗ୍ରାମଗୁଡ଼ିକୁ ନେଇ ଗ୍ରେଟର ବ୍ରହ୍ମପୁର ଗଠନ ଏଯାବତ୍ ହୋଇ ନ ଥିବା ରହସ୍ୟ ଘେରକୁ ଆସିଛି। ଅପରପକ୍ଷରେ ବ୍ରହ୍ମପୁର ପୂର୍ବ ପୌର ପରିଷଦ ୨୦୧୮ ଡିସେମ୍ବର ଶେଷରୁ ମହାନଗର ନିଗମରେ ପରିଣତ ହୋଇଛି। ସରକାରୀ ବିଜ୍ଞପ୍ତି ଅନୁସାରେ ମହାନଗର ନିଗମ ଚତୁଃପାର୍ଶ୍ୱରେ ଥିବା ବିଭିନ୍ନ ପଞ୍ଚାୟତର ୨୪ରୁ ଊର୍ଦ୍ଧ୍ୱ ଗ୍ରାମ ନିଗମ ଗଠନର ୧୦ ବର୍ଷ ବିତିବା ପରେ ମଧ୍ୟ ବିଏମ୍ସିରେ ମିଶ୍ରଣ ହୋଇନାହିିଁ।
ମହାନଗର ପାର୍ଶ୍ୱରେ ଥିବା ତଳ ଅଞ୍ଚଳଗୁଡ଼ିକ ନିଗମରେ ମିଶ୍ରଣ ଦାବି ନେଇ ଆନ୍ଦୋଳନ ଚାଲିଛି। ତଥାପି କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ବଢ଼ି ଚାଲିଛି । ମହାନଗରର ଅନେକ ଲୋକ ପାର୍ଶ୍ୱରେ ଥିବା ବ୍ରଜନଗର ସମେତ ବିଭିନ୍ନ ପଞ୍ଚାୟତ ଅଧିନ ଅଞ୍ଚଳରେ ବସବାସ କରୁଛନ୍ତି। ସେମାନେ ବିଏମ୍ସିର ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି ।
ପ୍ରପୁର ଏମ୍ପି ଚନ୍ଦ୍ରଶେଖର ସାହୁଙ୍କୁ ଯୋଗାଯୋଗ ବେଳେ ଦୀର୍ଘବର୍ଷରୁ ପ୍ରସ୍ତାବିତ ବୃହତ୍ତର (ଗ୍ରେଟର) ବ୍ରହ୍ମପୁର ଗଠନ ଲାଗି ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି। ଏଥିପାଇଁ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଦୁଇ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହିତ ଆଲୋଚନା କରି କାର୍ଯ୍ୟକାରୀ କରାଯିବାର ସେ ସ୍ପଷ୍ଟ କରିଛନ୍ତି।
ପ୍ରସ୍ତାବରେ ଅଟକିଛି ଗ୍ରେଟର (ବୃହତ୍) ବ୍ରହ୍ମପୁର ଗଠନ: ୨୦୧୫ରୁ ପ୍ରସ୍ତୁତ ହୋଇଛି (ସିଡିପି) ମାଷ୍ଟର ପ୍ଲାନ
Posted inଆମ ଜିଲା ଖବର, ଗଞ୍ଜାମ View All
ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…
ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…
ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍
ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…
ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ
ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…
ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ
ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…
ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…
ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…
ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ
ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…
ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ
ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…
ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ
ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…
Archives

