ପ୍ରସଙ୍ଗ ଆଧାରରେ ହୋଇପାରେ ଭୋଟ

କଟକ ଅଫିସ୍‌, ୨୧ା୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାରରେ ପୂର୍ଣ୍ଣଚ୍ଛେଦ ପଡିବ। ପ୍ରଚାର ପାଇଁ ହାତରେ ମାତ୍ର ୨୪ଘଣ୍ଟା ସମୟ ଥିବାରୁ ପ୍ରାର୍ଥୀମାନେ ଶେଷ ଦମ ଲଗାଇ ଦେଇଛନ୍ତି। କଟକ ଲୋକ ସଭା ଆସନରେ ମୋଟ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଲଢେଇ ମୁଖ୍ୟତଃ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ଭାଜପା ପ୍ରାର୍ଥୀ ପ୍ରକାଶ ମିଶ୍ର ଓ କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନ୍‌ଗୋଙ୍କ ମଧ୍ୟରେ ହେଉଛି। ବିଜୟ ପାଇଁ ସମସ୍ତ ପ୍ରାର୍ଥୀ ଦମ୍ଭୋକ୍ତି ଦେଖାଉଛନ୍ତି। କିନ୍ତୁ ଭୋଟରଙ୍କ ମୁଡକୁ ଦେଖି କେହି ବିଜୟ ପାଇଁ ସ୍ଥିରନିଶ୍ଚିତ ହୋଇପାରୁନାହାନ୍ତି। କାରଣ ଲୋକ ସଭା ଆସନ ଅଧୀନ ବିଧାନସଭା କ୍ଷେତ୍ରଗୁଡିକରେ ଗୋଳମାଳିଆ ସମୀକରଣ ଏମପି ପ୍ରାର୍ଥୀଙ୍କୁ ସନ୍ଦିହାନରେ ରଖିଛି।
କଟକ ଲୋକ ସଭା କ୍ଷେତ୍ର ଅଧୀନରେ ବାରବାଟୀ-କଟକ, ଚୌଦ୍ୱାର-କଟକ, ଆଠଗଡ଼, ବଡମ୍ବା, ବାଙ୍କୀ, କଟକ ସଦର ଓ ନୟାଗଡ଼ ଜିଲାର ଖଣ୍ଡପଡ଼ା ବିଧାନସଭା ଆସନ ରହିଛି। ଏଥିମଧ୍ୟରୁ କେଉଁଠି ବିଜେଡି ସହିତ କଂଗ୍ରେସର ପ୍ରତିଦ୍ୱନ୍ଦ୍ୱିିତା ହେଉଛି ତ କେଉଁଠି ବିଜେଡି ସହିତ ଭାଜପା ଓ କେଉଁଠି ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଲୋକଙ୍କ ଆଲୋଚନାରୁ ଜଣାପଡ଼ୁଛି ଯେ, କଟକ-ବାରବାଟୀରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱିନ୍ଦ୍ୱିତା ହେଉଥିବାବେଳେ ଚୌଦ୍ୱାର-କଟକରେ ବିଜେଡି, ଭାଜପା ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉଛି। ସେହିପରି ଆଠଗଡ଼ରେ ବିଜେଡି ସହିତ କଂଗ୍ରେସ, କଟକ ସଦରରେ ବିଜେଡି ସହିତ ଭାଜପା, ବାଙ୍କୀରେ ବିଜେଡି ସହିତ କଂଗ୍ରେସ, ବଡ଼ମ୍ବାରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେଇ ହେଉଥିବା ବେଳେ ଖଣ୍ଡପଡାରେ ବିଜେଡି, ଭାଜପା ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉଛି।
୨୦୧୯ ନିର୍ବାଚନରେ ଭୋଟରଙ୍କ ମଧ୍ୟରେ ଆଉ ଏକ ନୂଆ କଥା ଓ ଆଗ୍ରହ ଦେଖିବାକୁ ମିଳୁଛି। ତାହା ହେଉଛି ଗୋଟିଏ ଭୋଟ ଶଙ୍ଖକୁ ଅନ୍ୟ ଭୋଟଟି ପଦ୍ମକୁ। ଅର୍ଥାତ୍‌ ବିଧାୟକଙ୍କ ଭୋଟ ବିଜେଡିକୁ ଓ ଏମପି ଭୋଟ ଭାଜପାକୁ ଦେବାକୁ ଭୋଟରଙ୍କ ମଧ୍ୟରେ ଏକପ୍ରକାର ଆଗ୍ରହ ଥିବା ଦେଖିବାକୁ ମିଳୁଛି। ବିଶେଷକରି ସହରାଞ୍ଚଳ ଓ ଯୁବ ଭୋଟରଙ୍କ ମଧ୍ୟରେ ଏହି ଟ୍ରେଣ୍ଡ ଏବେ ରାଜନୀତିକୁ ଅଧିକ ଗୋଳମାଳିଆ କରିଛି। ଏହି ଭୋଟରଙ୍କ ହାର ଓ ଏମାନଙ୍କ ଭୋଟ କେତେମାତ୍ରାରେ ନିର୍ଣ୍ଣାୟକ ହେବ ସେ ନେଇ ରାଜନୀତି ସମୀକ୍ଷକମାନେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରୁନାହାନ୍ତି। ରାଜନୈତିକ ସମୀକ୍ଷକ ପ୍ରଦୀପ ସାହୁଙ୍କ ମତରେ ଯଦି ୧୦ ପ୍ରତିଶତ ଭୋଟର ଏଭଳି କରନ୍ତି, ତେବେ ଏମପି ଭୋଟ ଫଳାଫଳ ସମସ୍ତ ପୂର୍ବାନୁମାନକୁ ଓଲଟପାଲଟ କରିଦେବ। ଏହାବ୍ୟତୀତ ଗ୍ରାମାଞ୍ଚଳ ଲୋକେ ଯଦି ଗୋଟିଏ ଧାରାରେ ସେମାନଙ୍କ ମତ ଦିଅନ୍ତି ତେବେ ମଧ୍ୟ ହାୱା ଓ ବାସ୍ତବତା ମଧ୍ୟରେ ଫରକ ରହିବ।
ଏ ସବୁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ସାଧାରଣ ଭୋଟରଙ୍କ ମତ ଭିନ୍ନ ରହିଛି। ଭୋଟରମାନେ ଚଳିତଥର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ଭୋଟ ଦେବେ ବୋଲି ମତ ଦେଇଛନ୍ତି। କଟକ ସଦର ନିର୍ବାଚନମଣ୍ଡଳୀ ଅଧୀନ ରଘୁନାଥପୁର ଗ୍ରାମର ଭୋଟର ରବିନାରାୟଣ ଦାସ କୁହନ୍ତି, ବେକାରି ସବୁଠୁ ବଡ଼ ସମସ୍ୟା। ୧୮ବର୍ଷ ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ ବର୍ଗଙ୍କ ପାଇଁ ଅନେକ ଯୋଜନା କରିଥିବାବେଳେ ଶିକ୍ଷିତ ବେକାରମାନଙ୍କ ପାଇଁ ଆଖିବୁଜି ଦେଇଛନ୍ତି। ରାମକୁମାରପୁର ଗ୍ରାମର ଭୋଟର ଚାଷୀ ପ୍ରସଙ୍ଗ ଉଠାଇଥିବା ବେଳେ ବାଙ୍କୀ ରତାଗଡ ଅଞ୍ଚଳର ଭୋଟର ପ୍ରଦୀପ ସାହୁ, ରମେଶ ଭଞ୍ଜ, ସଞ୍ଜୀବ ପରିଡା ପ୍ରମୁଖ ଜଳସେଚନ ସମସ୍ୟା ଉକ୍ତ ଅଞ୍ଚଳର ମୁଖ୍ୟ ପ୍ରସଙ୍ଗ ହେବ ବୋଲି କହିଛନ୍ତି। ବାଙ୍କୀକୁ ନଦୀ, ନାଳ ଘେରି ରହିଥିବା ବେଳେ ବନ୍ୟା ନିୟନ୍ତ୍ରଣ ଓ ଜଳସେଚନ ସୁବିଧା କରାଯାଇନାହିଁ। ସେହିପରି ମାର୍ଥାପୁର ଷ୍ଟେଶନକୁ ଯିବା ପାଇଁ ଭଲ ରାସ୍ତା ନ ଥିବା ଏହି ଭୋଟରମାନେ କହିଛନ୍ତି। ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀର ଭୋଟର ଲଳିତ ରାୟ କୁହନ୍ତି, ବଡ଼ ସହରରେ ରହୁଛୁ। କିନ୍ତୁ ଏଠାକାର ଦୁରବସ୍ଥା କହିଲେ ନ ସରେ। ଅସରାଏ ବର୍ଷାରେ ଘରେ ପାଣି ପଶୁଥିବା ବେଳେ ବିଶୁଦ୍ଧ ପାନୀୟଜଳ ପାଇବା କଷ୍ଟକର। ଏହାବାଦ୍‌ ନିଯୁକ୍ତି କ୍ଷେତ୍ରରେ କେହି ବି ତତ୍ପର ନୁହନ୍ତି। ବାରବାଟୀ-କଟକ ଅଞ୍ଚଳର ଭୋଟର ଶୁଭେନ୍ଦୁ ସ୍ବାଇଁ କୁହନ୍ତି, କେହି ଭଲ ନୁହନ୍ତି। ମୋଦି ୨୦୧୪ ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟକାରୀ ହେଲା ନାହିଁ। ପୁଣି ଭୋଟ ପାଇଁ ଏବେ ଭାଜପା ନାନାଦି ଭେଳିକି କରୁଛି। ରାଜ୍ୟରେ ଗୋଟିଏ ସରକାର ୧୯ବର୍ଷ ହେବ ରହିଥିଲେ ମଧ୍ୟ ବେକାରମାନଙ୍କ ପାଇଁ କିଛି ବି କରିନି। ତେଣୁ ଦଳ ନୁହେଁ ପ୍ରାର୍ଥୀ ଦେଖି ଭୋଟ ଦେବା ଉଚିତ।
ଭୋଟରମାନେ ଏଭଳି ମତ ଦେଇଥିବା ବେଳେ ପ୍ରାର୍ଥୀମାନେ ମଧ୍ୟ ପରସ୍ପର ବିରୋଧରେ ଥିବା ଇସ୍ୟୁ ଓ ଇସ୍ତାହାରକୁ ନେଇ ମତଦାତାଙ୍କୁ ଭେଟୁଛନ୍ତି। ଏହି ଆସନରୁ ଲଗାତର ୫ଥର ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ମହତାବ କୁହନ୍ତି, ଓଡ଼ିଶାର ସ୍ବାର୍ଥ ସ୍ବାଭିମାନକୁ ଦିଲ୍ଲୀ ଦରବାରରେ ଉପସ୍ଥାପିତ କରିବା ମୋର ମୂଳ ଲକ୍ଷ୍ୟ ରହି ଆସିଛି। ବିଗତ ଦିନମାନଙ୍କରେ ରାଜ୍ୟ ସହିତ କଟକବାସୀଙ୍କ ପାଇଁ ମଁୁ ପାର୍ଲାମେଣ୍ଟରେ ଲଢେଇ କରି ଆସିଛି। ନବୀନଙ୍କ ଲୋକପ୍ରିୟତା ଓ ବିକାଶ ପୁଣି ଥରେ ବିଜେଡିକୁ ବିପୁଳ ଭୋଟରେ ବିଜୟୀ କରିବ। କଂଗ୍ରେସ ପ୍ରାର୍ଥୀ କାନୁନ୍‌ଗୋ କୁହନ୍ତି, ଦେଶରେ ଗତ ୫ବର୍ଷ ଧରି ରହିଥିବା ସରକାର ଅସ୍ଥିରତା ସୃଷ୍ଟି କରିଛନ୍ତି। ଆର୍ଥିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇଛି। ଦେଶ ଏବେ ଏ ସରକାର ଅମଳରେ ଅସୁରକ୍ଷିତ। ସେହିପରି ରାଜ୍ୟରେ ସରକାର ୧୯ବର୍ଷ ଧର ୧୯ ମହାଦୁର୍ନୀତିରେ ସମ୍ପୃକ୍ତ ରହିଛି। ରାଜ୍ୟବାସୀଙ୍କୁ କେବଳ ଏ ସରକାର ଠକି ଚାଲିଥିବା କାନୁନ୍‌ଗୋ କହିଛନ୍ତି। ଭାଜପା ପ୍ରାର୍ଥୀ ମିଶ୍ରଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ସଭା ଓ ଶୋଭାଯାତ୍ରାରେ ଥିବା କହି କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।

ନିର୍ମଳ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଯାଞ୍ଚ ଶେଷ: ୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ବଳବତ୍ତର, ୫ ନାକଚ

ନୂଆପଡ଼ା,୨୨ା୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର…

ନୀତୀଶ କୁମାରଙ୍କ ପ୍ରଥମ ତାଲିକାରେ ଜଣେ ବି ନାହାନ୍ତି ମୁସଲମାନ ପ୍ରାର୍ଥୀ, ଜାଣନ୍ତୁ କେଉଁମାନେ ଅଛନ୍ତି ସାମିଲ…

ପାଟ୍‌ନା,୧୫ା୧୦: ଶାସକ ଦଳ ଜେଡିୟୁ ବୁଧବାର ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଜେଡିୟୁ ମୋଟ୍‌ ୫୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା…

ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର, ଏହିଦିନ ହେବ…

ପାଟ୍‌ନା,୬ା୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଏହି ନିର୍ବାଚନ ନଭେମ୍ବର ୬ରେ ଅନୁଷ୍ଠିତ ହେବ। ତେବେ ଉକ୍ତ…

ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା, ଜାଣନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ରାଜନୈତିକ ଯାତ୍ରା…

ନିମାପଡ଼ା,୧୧।୬ (ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ମାଟିର ବୋହୂ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ା ରାଜ୍ୟର ନୂତନ ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ…

୫୦୪ ନୂଆ ଏମ୍‌ପି କୋଟିପତି, ୨୫୧ଙ୍କ ନାମରେ ମାମଲା

ନୂଆଦିଲ୍ଲୀ, ୬ା୬: ଦେଶରେ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ନିର୍ବାଚନରେ ବର୍ତ୍ତମାନ ସରକାରରେ ଥିବା ଭାଜପା ଦଳକୁ ୨୪୦ ଆସନ ମିଳିଛି।…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଇଡ଼ୁ, ବଦଳିଲା ଶପଥ ଉତ୍ସବ ତାରିଖ

ନୂଆଦିଲ୍ଲୀ, ୬।୬: ବିଧାନସଭା ନିର୍ବାଚନ ଜିତିବା ପରେ ଆନ୍ଧ୍ରପ୍ରଦେଶରେ ସରକାର ଗଢ଼ିବ ଟିଡିପି ବା ତେଲୁଗୁ ଦେଶମ୍‌ ପାର୍ଟି। ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ମାତ୍ର ୨୫ ବର୍ଷରେ ସଂସଦ ଯିବେ ୪ ଏମ୍‌ପି, ନିର୍ବାଚନ ଜିତି କଲେ ରେକର୍ଡ

ନୂଆଦିଲ୍ଲୀ, ୫ା୬: ସରିଛି ୨୦୨୪ ଲୋକସଭା ନିର୍ବାଚନ। ପ୍ରକାଶ ପାଇଛି ଫଳାଫଳ । ହେଲେ ଏହି ନିର୍ବାଚନରେ ରେକର୍ଡ କରିଛନ୍ତି ୪ ଯୁବ ଏମ୍‌ପି। ସେମାନଙ୍କ ମଧ୍ୟରେ…

ବଡ଼ ନେତାଙ୍କୁ ମାତ୍‌ ଦେଲେ କନଷ୍ଟେବଳଙ୍କ ପତ୍ନୀ, ବନିଲେ ଏମ୍‌ପି

ଜୟପୁର,୫ା୬: ରାଜସ୍ଥାନର ଭରତପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଜିତିଥିବା ଜଣେ ଦଳିତ ମହିଳାଙ୍କୁ ନେଇ ଏବେ ଜୋର ଚର୍ଚ୍ଚା। ତାଙ୍କ ନାମ ସଞ୍ଜନା ଜାଟୱ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri