ପ୍ରଭାବିତ କ୍ଷେତ୍ର ଲାଗି ଆସିବ ଆର୍ଥତ୍କ ପ୍ୟାକେଜ

ନୂଆଦିଲ୍ଲୀ,୨୦-୩: କରୋନା ଦ୍ୱାରା କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ସହାୟତା ପ୍ୟାକେଜ ପ୍ରଦାନ କରିବେ। ଏଥିଲାଗି ଏକ ଟାସ୍କଫୋର୍ସ ଗଠନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଘୋଷଣା କରିଛନ୍ତି। ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, କରୋନାର ପ୍ରଭାବରୁ କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସହାୟତା କରିବା ଲାଗି ଇକୋନୋମିକ ରେସପନ୍ସ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କଫୋର୍ସ ତ୍ୱରିତ ଭିତ୍ତିରେ ଅଂଶୀଦାରଙ୍କ ସହ ନିରନ୍ତର ସମ୍ପର୍କରେ ଆସିବା ସହ ମତାମତ ସଂଗ୍ରହ କରିବ। ସ୍ଥିତିକୁ ସମୀକ୍ଷା କରିବା ପରେ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବ। ଅର୍ଥ ବ୍ୟବସ୍ଥାର ପ୍ରଭାବିତ ସ୍ଥିତିକୁ ସୁଧାରିବା ଲାଗି ବିଭିନ୍ନ ପଦକ୍ଷେପ ଯେଭଳି ଠିକ୍‌ ଭାବେ କାର୍ଯ୍ୟ କରୁଛି ତାହା ଟାସ୍କଫୋର୍ସ ଦେଖିବ ବୋଲି ମୋଦି ସ୍ପଷ୍ଟ କରିଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକ ଅନୁଧ୍ୟାନ କରିବା ପରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବ । ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ ଭଳି ଅନ୍ୟ କ୍ଷେତ୍ରଗୁଡିକୁ ସରକାର ପୁନରୁଦ୍ଧାର ପ୍ୟାଜେଜ ପ୍ରଦାନ କରିବେ ବୋଲି ଜଣାପଡିଛି। ସୂଚନା ମୁତାବକ ସୀତାରାମନ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରି, ପଶୁ ସମ୍ପଦ ମନ୍ତ୍ରୀ ଗିରିରାଜ ସିଂ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କ ସହ ଶୁକ୍ରବାର ଏକ ବୈଠକ କରିବେ। ସରକାର ଅର୍ଥ ବ୍ୟବସ୍ଥା ଉପରେ ନିରନ୍ତର ଭିତ୍ତିରେ ନଜର ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥମନ୍ତ୍ରଣାଳୟ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ସହ ମାରାଥନ ବୈଠକ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri