ପ୍ରଭାବିତ କ୍ଷେତ୍ର ଲାଗି ଆସିବ ଆର୍ଥତ୍କ ପ୍ୟାକେଜ

ନୂଆଦିଲ୍ଲୀ,୨୦-୩: କରୋନା ଦ୍ୱାରା କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ସହାୟତା ପ୍ୟାକେଜ ପ୍ରଦାନ କରିବେ। ଏଥିଲାଗି ଏକ ଟାସ୍କଫୋର୍ସ ଗଠନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଘୋଷଣା କରିଛନ୍ତି। ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, କରୋନାର ପ୍ରଭାବରୁ କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସହାୟତା କରିବା ଲାଗି ଇକୋନୋମିକ ରେସପନ୍ସ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କଫୋର୍ସ ତ୍ୱରିତ ଭିତ୍ତିରେ ଅଂଶୀଦାରଙ୍କ ସହ ନିରନ୍ତର ସମ୍ପର୍କରେ ଆସିବା ସହ ମତାମତ ସଂଗ୍ରହ କରିବ। ସ୍ଥିତିକୁ ସମୀକ୍ଷା କରିବା ପରେ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବ। ଅର୍ଥ ବ୍ୟବସ୍ଥାର ପ୍ରଭାବିତ ସ୍ଥିତିକୁ ସୁଧାରିବା ଲାଗି ବିଭିନ୍ନ ପଦକ୍ଷେପ ଯେଭଳି ଠିକ୍‌ ଭାବେ କାର୍ଯ୍ୟ କରୁଛି ତାହା ଟାସ୍କଫୋର୍ସ ଦେଖିବ ବୋଲି ମୋଦି ସ୍ପଷ୍ଟ କରିଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକ ଅନୁଧ୍ୟାନ କରିବା ପରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବ । ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ ଭଳି ଅନ୍ୟ କ୍ଷେତ୍ରଗୁଡିକୁ ସରକାର ପୁନରୁଦ୍ଧାର ପ୍ୟାଜେଜ ପ୍ରଦାନ କରିବେ ବୋଲି ଜଣାପଡିଛି। ସୂଚନା ମୁତାବକ ସୀତାରାମନ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରି, ପଶୁ ସମ୍ପଦ ମନ୍ତ୍ରୀ ଗିରିରାଜ ସିଂ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କ ସହ ଶୁକ୍ରବାର ଏକ ବୈଠକ କରିବେ। ସରକାର ଅର୍ଥ ବ୍ୟବସ୍ଥା ଉପରେ ନିରନ୍ତର ଭିତ୍ତିରେ ନଜର ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥମନ୍ତ୍ରଣାଳୟ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ସହ ମାରାଥନ ବୈଠକ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri