ପ୍ରବାସୀଙ୍କୁ ଘାରିଛି ରୋଜଗାର ଚିନ୍ତା: ଜିଲାର ଅଧା ଚାଷଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: ତାଲାବନ୍ଦ ଯୋଗୁ କର୍ମନିଯୁକ୍ତି ହରାଇ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପ୍ରବାସୀ ଜିଲାକୁ ଫେରିବାରେ ଲାଗିଛନ୍ତି। ଏମାନଙ୍କୁ ଏବେ ରୋଜଗାର ଚିନ୍ତା ଘାରିଛି। କର୍ମନିଯୁକ୍ତି ପାଇଁ ସରକାର କୃଷି କ୍ଷେତ୍ରକୁ ଅଗ୍ରାଧିକାର ଦେଉଥିବା ବେଳେ ଜିଲାରେ ଅଧାରୁ ଅଧିକ ଚାଷଜମି ପାଇଁ ଜଳସେଚନ ଏକ ପ୍ରମୁଖ ସମସ୍ୟା ହୋଇଛି। ଜିଲାର ୯ ବ୍ଲକ ମଧ୍ୟରୁ ଆଳି, ରାଜନଗର ଓ ରାଜକନିକାରେ କେନାଲ ଆଦୌ ନାହିଁ ା ଜଳସମ୍ପଦ ବିଭାଗ, କୃଷି ବିଭାଗ, ପଞ୍ଚାୟତିରାଜ ବିଭାଗ, ଉଠାଜଳସେଚନ ବିଭାଗ ଆଦି ଜିଲାରେ କାର୍ଯ୍ୟ କରୁଥିଲେ ମଧ୍ୟ ରାଜନଗର, ରାଜକନିକା ଓ ମହାକାଳପଡା ବ୍ଲକରେ ରାଜ୍ୟ ସରକାରଙ୍କ ପ୍ରତି ବ୍ଲକର ୩୫ ପ୍ରତିଶତ କ୍ଷେତକୁ ଜଳଯୋଗାଣ ଘୋଷଣା ଅଦ୍ୟାବଧି କାର୍ଯ୍ୟକାରୀ କରାଯାଇ ପାରିନାହିଁ। ରାଜକନିକା ବ୍ଲକର ୩୩.୬୨ ପ୍ରତିଶତ କ୍ଷେତକୁ ଜଳ ଯୋଗାଇ ଦିଆଯାଉଥିବା ବେଳେ ରାଜନଗର ଓ ମହାକାଳପଡା ବ୍ଲକର ଚାଷୀ ଜଳସେଚନ କ୍ଷେତ୍ରରେ ବହୁ ପଛରେ ପଡିଛନ୍ତି। ତଥ୍ୟ ଅନୁଯାୟୀ, ମହାକାଳପଡା ବ୍ଲକରେ ୨୮,୦୭୦ ହେକ୍ଟର ଚାଷଜମି ଥିବାବେଳେ ମାତ୍ର ୬୮୨୩ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି। ଅର୍ଥାତ୍‌ ୨୪.୩୧ ପ୍ରତିଶତ ଜମି ଜଳସେଚିତ। ସେହିପରି ରାଜନଗରର ମୋଟ ୨୫୮୯୫ ହେକ୍ଟର ଜମି ମଧ୍ୟରୁ ମାତ୍ର ୧୯.୧୬ ପ୍ରତିଶତ ଜମି ଜଳସେଚିତ ା ପ୍ରତିବର୍ଷ ଜିଲା କୃଷି ବିଭାଗ ପକ୍ଷରୁ ଜିଲାରେ ୧ଲକ୍ଷ ୫୨ ହଜାର ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥାଏ ା ଏଥିପାଇଁ ବିହନ, ସାର, କୀଟନାଶକ ସହ ବୈଷୟିକ ଜ୍ଞାନକୌଶଳ ଆଦି ଚାଷୀଙ୍କୁ ଯୋଗାଇ ଦିଆଯାଇଥାଏ। ସେହିପରି ସରକାରୀ ରିହାତିରେ ଚାଷୀକୁ କୃଷି ଯନ୍ତ୍ରପାତି ଯୋଗାଇଦେବା ସହ ଖରିଫ ଧାନର ସ୍ବତନ୍ତ୍ର ପଦ୍ଧତି ଚାଷକୁ ପ୍ରୋତ୍ସାହନ ପାଇଁ ଅନୁଦାନ ଯୋଗାଇ ଦିଆଯାଏ ା ତେବେ ଚାଷ ପାଇଁ ଜଳସେଚନ ଏକ ସମସ୍ୟା ହୋଇଛି। ଧାର୍ଯ୍ୟଲକ୍ଷ୍ୟ ୧ ଲକ୍ଷ ୫୨ ହଜାର ହେକ୍ଟର ଚାଷ ଜମିରୁ ମାତ୍ର ୪୬୭୨୭ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ଜଳସେଚନ ହେଉଥିବା ଜିଲା କୃଷିବିଭାଗ ତଥ୍ୟରୁ ଜଣାପଡେ। ୧୧୧୪ଟି ଲିଫ୍ଟ ଇରିଗେସନ ପଏଣ୍ଟ, ୩୦୬୩ ସ୍ବାଲୋ ଟ୍ୟୁବ୍‌ୱେଲ ଦ୍ୱାରା ଜିଲାର ମୋଟ ୩୦୭୮୧ ହେକ୍ଟର ଜମିକୁ ଜଳସେଚନ ହେଉଥିବାବେଳେ ଅନ୍ୟାନ୍ୟ ଉତ୍ସରୁ ୧୦୬୨୪ ହେକ୍ଟର କ୍ଷେତକୁ ପାଣି ଯାଉଥିବା ତଥ୍ୟରେ ଦର୍ଶାଯାଇଛି। ତେବେ ଏହି ଆକଳନ ତୃଣମୂଳସ୍ତରରେ ଯାଞ୍ଚ କଲେ ଅବାସ୍ତବ ବୋଲି ବହୁ ଚାଷୀ ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି। ସେମାନଙ୍କ ମତରେ ଉଠାଜଳସେଚନ ବିଭାଗ ପକ୍ଷରୁ ଗଠନ ହୋଇଥିବା ପାଣି ପଞ୍ଚାୟତ ଏବେ ପ୍ରହସନ ପାଲଟିଛି। ସଭ୍ୟାସଭ୍ୟଙ୍କ ଅଜାଣତରେ କର୍ମକର୍ତ୍ତାମାନେ ସରକାରୀ ଅନୁଦାନକୁ ଠିକାଦାରି ଆଳରେ ହଡ଼ପ କରୁଛନ୍ତ। ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉନାହିଁ। ଅପରପକ୍ଷରେ ବିଶ୍ୱ ବ୍ୟାଙ୍କଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ରାଜ୍ୟ ସରକାର ଋଣ କରି କ୍ଷେତକୁ ଜଳ ପରିଚାଳନାର ଉନ୍ନୟନ ଯୋଜନା ପାଇଁ ଅର୍ଥ ଯୋଗାଇଦେଉଥିବା ବେଳେ ବିଭାଗୀୟ କର୍ମକର୍ତ୍ତାଙ୍କ ଅବହେଳାରୁ ହିତାଧିକାରୀଙ୍କୁ ସୁଫଳ ମିଳୁନାହିଁ। ପ୍ରତିବର୍ଷ ବନ୍ୟା ଆସି ଉପାନ୍ତ ଅଞ୍ଚଳର ଚାଷକୁ ନଷ୍ଟ କରୁଛି ା ଜଳ ନିଷ୍କାସନ ଓ ଜଳସେଚନ ପାଇଁ ଆବଶ୍ୟକ ଜଳର ଅଭାବ ଚାଷୀଙ୍କୁ ଚାଷରୁ ନିବୃତ୍ତ କରୁଛି। ବିଭିନ୍ନ ନଦୀ, କେନାଲର ଜଳ ବ୍ୟାରେଜ ଓ କ୍ରିକ୍‌ ବନ୍ଧ ଦ୍ୱାରା ଅଟକାଇ କ୍ଷେତକୁ ଜଳସେଚିତ ହୋଇପାରିବ ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ା ଏ ସମ୍ପର୍କରେ ଉପଜିଲାପାଳ ଜ୍ୟୋତି ରଞ୍ଜନ ମହାପାତ୍ର କୁହନ୍ତି ଯେ, ଜଳସେଚନ ସମସ୍ୟା ନେଇ ଗତ ଫେବୃୟାରୀ ମାସରେ ପ୍ରଶାସନିକ ବୈଠକ ହୋଇଥିଲା। ଏଥିରେ ଅଣଜଳସେଚିତ ଜମି କ୍ଷେତ୍ରରେ ଉଠାଜଳସେଚନ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

ସରକାରୀ ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ...

କାଲିର ବିରୋଧୀ ଆଜି ଭାଇ-ଭାଇ

ରାଜନଗର,୭ା୫(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନେତାଙ୍କ ଦଳ ବଦଳ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣିଛି। ଏଠାରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଜେଡି...

ଜହର ପାଲଟିଛି ଜିଲାର ୭ ନଦୀ, ନାଳର ଜଳ

କେନ୍ଦ୍ରାପଡ଼ା, ୬।୫ (ଜଗନ୍ନାଥ ଧଳ); ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ଜିଲାରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର,...

ନିର୍ବାଚନ ପୂର୍ବରୁ ଜୋରଧରିଲା ଜଳସେଚନ ସମସ୍ୟା

ପଟ୍ଟାମୁଣ୍ଡାଇ, ୬।୫(କଳ୍ପତରୁ ନାୟକ): ମୁଣ୍ଡ ଉପରେ ୨୦୨୪ ଲୋକ ସଭା ଓ ବିଧାନସଭା ନିର୍ବାଚନ। ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ଭରପୂର...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

୩ ମାସ ପାଇଁ ବନ୍ଦ ରହିବ ଭିତରକନିକା

ରାଜନଗର,୩ା୫(ଭାସ୍କର ରାଉତରାୟ):ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କର ପ୍ରଜନନ ଋତୁ ପାଖେଇ ଆସୁଛି। ଏହାକୁ ଆଖି ଆଗରେ ରଖି...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୧।୫(କଳ୍ପତରୁ ନାୟକ): ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri