ପ୍ରବାସୀ ଶ୍ରମିକଙ୍କୁ ସରପଞ୍ଚଙ୍କ ଗାଲିଗୁଲଜ ଭିଡିଓ ଭାଇରାଲ

ଦେଓଗାଁ, ୨୫ା୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦୁପୁର ପଞ୍ଚାୟତର ସରପଞ୍ଚ ବାଳକ ପଧାନ ପ୍ରବାସୀ ଶ୍ରମିକଙ୍କୁ ଫୋନରେ ଗାଲିଗୁଲଜ କରିବା ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ସରପଞ୍ଚ ଅଡୁଆରେ ପଡିଛନ୍ତି ା ସୋମବାର ମୂଳନିବାସୀ ଏକତା ମିଶନ ସଭାପତି ପ୍ରଭାତ ମହାନନ୍ଦ, ଭୀମ ଆର୍ମୀର ଶିବ ପ୍ରସାଦ ନାଗ, ଦଳିତ ଏକ୍ଟିଭିଷ୍ଟ ନେତ୍ରାନନ୍ଦ ଦୀପ ,ମାଞ୍ଚନ ବାରିକ ପ୍ରମୁଖ ବିଡିଓ ନବୀନ କିଶୋର ପାଢ଼ୀଙ୍କୁ ଭେଟି ସରପଞ୍ଚଙ୍କ ବିରୋଧରେ ତଦନ୍ତପୂର୍ବକ କାର୍ଯ୍ୟାନୁ୍‌ଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ା ସେହିପରି ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ବ୍ଲକ କୁଲୁତା ସମାଜ ତରଫରୁ କାନ୍ତେଶ୍ୱର ପଧାନ, ସୁରେଶ ଚନ୍ଦ୍ର ଭୋଇ, ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ରାଜେନ୍ଦ୍ର ବିଶ୍ୱାଳ, ଗୋବର୍ଦ୍ଧନ ସାହୁ, ସୁଶାନ୍ତ ସାହୁ ପ୍ରମୁଖ ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ା ଅନ୍ୟପକ୍ଷେ ଜିଲା ଯୁବ କୁଲୁତା ସମାଜ ସଭାପତି ଅସିମ ଭୋଇଙ୍କ ନେତୃତ୍ୱରେ ଜିଲା ଜରୁରୀକାଳୀନ ଅଧିକାରୀ ଶଙ୍କର୍ଷଣ ପ୍ରଧାନଙ୍କୁ ଭେଟି ବିହିତ କାର୍ଯ୍ୟାନୁଷ୍ଠାନ ସକାଶେ ଅଭିଯୋଗ କରିଛନ୍ତି ା
ଅଭିଯୋଗ ଅନୁସାରେ ଚଳିତ ମାସ ୨୦ ତାରିଖରେ ଜାମଝରଣ, ତେଲପାଲି ଅଞ୍ଚଳର କେତେକ ପ୍ରବାସୀ ଶ୍ରମିକ ଦେଓଗାଁ ବସ୍‌ଷ୍ଟାଣ୍ଡରେ ଓହ୍ଲାଇବାପରେ ସ୍ଥାନୀୟ ନୋଡାଲ ୟୁପି ସ୍କୁଲରେ ଆଶ୍ରୟ ନେଇଥିଲେ। ସେଠାରୁ ନିଜ ପଞ୍ଚାୟତର ସରପଞ୍ଚ ବାଳକ ପଧାନଙ୍କୁ କ୍ୱାରାଣ୍ଟାଇନରେ ରଖିବା ଓ ଖାଇବା ବ୍ୟବସ୍ଥା କରିବା ପାଇଁ ଯୋଗାଯୋଗ କରିଥିଲେ ା ହେଲେ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରା ନ ଯିବାରୁ ସେମାନେ ପୁଣିଥରେ ସରପଞ୍ଚଙ୍କୁ ଫୋନ କରିଥଇଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସରପଞ୍ଚ ଉକ୍ତ ପ୍ରବାସୀମାନଙ୍କୁୁ ଗାଲିଗୁଲଜ କରି ଜାତିଆଣ ଆକ୍ଷେପ କରିଥିଲେ ବୋଲି ଅଭିଯୋଗ ହୋଇଛି। ଉକ୍ତ ବାର୍ତ୍ତାଳାପକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ା ଏ ନେଇ ସରପଞ୍ଚ ପଧାନଙ୍କ ମତ ଲୋଡିବାରୁ ପ୍ରବାସୀ ଶ୍ରମିକଙ୍କୁ ପ୍ରଶାସନ ଖାଇବା ଓ ରହିବା ବ୍ୟବସ୍ଥା କରିବା କଥା ା ହେଲେ ମୋତେ ସେମାନେ ବାରମ୍ବାର ଫୋନ କରି ଗାଳି କରିବାରୁ ତାର ପ୍ରତିଉତ୍ତର ଦେଇଥିଲି ା କୁଲୁତା ସମାଜକୁ ମୁଁ ସମ୍ମାନ କରେ, ଏଣୁ କିଛି ତ୍ରୁଟି ହୋଇଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛି ା ତେବେ ସମ୍ପୂର୍ଣ୍ଣ କଲ ରେକର୍ଡକୁ ଯାଞ୍ଚ କରାଗଲେ ସବୁକଥା ସାମ୍ନାକୁ ଆସିବ ବୋଲି ସେ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ: ଘରୁ ଡ଼ାକି ନେଇ ଯୁବତୀଙ୍କୁ ବଳାତ୍କାର, ତାପରେ….

ପାଟଣାଗଡ଼ ୧୫।୬ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ୪ ଜଣ…

ଦାମୀଗାଡ଼ିରେ ଗଞ୍ଜେଇ ଚାଲାଣ, ପାଟ୍ରୋଲିଂବେଳେ ଦୁଇ ଅଭିଯୁକ୍ତଙ୍କୁ…

ବଲାଙ୍ଗୀର,୧୪ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଅବକାରୀ ବିଭାଗ ରବିବାର ଭୋରରୁ ତୁଷୁରା-ଆଟଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର ଗାଡ଼ିରେ ଚାଲାଣ ହେଉଥିବା…

କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହର ମାଛ ବଜାର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌କୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ଆମ ଆଦମୀ ପାର୍ଟି, ବଲାଙ୍ଗୀର ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆମ ଆଦମୀ ପାର୍ଟି ଜିଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ୯୦ ଦିନର ସମୟ

ବଲାଙ୍ଗୀର,୧୧ା୬(ସୁନିଲ କୁମାର ମହାନ୍ତି): ଅଟୋ ଓ ପ୍ରାଇଭେଟ ଗାଡ଼ିର ବୃତ୍ତିଗତ ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ କରିବା ଏବଂ ଡ୍ରାଇଭରମାନଙ୍କୁ ନିର୍ବାଚନରେ ତାଙ୍କର ମତଦାନ ଦେବାର…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା।…

ସ୍କୁଟିରେ ଯାଉଥିବାବେଳେ ମା’ ଝିଅଙ୍କୁ ଧକ୍କା ଦେଲା ଟ୍ରକ୍‌, ଘଟଣାସ୍ଥଳରେ ଘଟିଲା …

ବଲାଙ୍ଗୀର, ୯।୬ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଗାନ୍ଧୀନଗର ପଡ଼ାରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମା’ ଝିଅଙ୍କ ଜୀବନ ଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri