ପ୍ରବାସୀ ଶ୍ରମିକଙ୍କୁ ନେଇ ଭୟ

ନୂଆପଡ଼ା ଅଫିସ,୧୫ା୫ – ନୂଆପଡ଼ା ଜିଲାବାସୀଙ୍କ ଜୀବନରେଖା କୁହାଯାଉଥିବା ରାୟପୁର-ବ୍ରହ୍ମପୁର ୩୫୩ନଂ.ଜାତୀୟ ରାଜପଥ ଏବେ ପ୍ରବାସୀ ଶ୍ରମିକଙ୍କ ଚଲାପଥ ପାଲଟିଛି ା ଦିନ ରାତି ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକମାନେ ଚାଲିଚାଲି, ସାଇକେଲ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ଯାତାୟାତ କରୁଛନ୍ତି ା ସେମାନଙ୍କ ଉପରେ କୌଣସି ରୋକ୍‌ ନାହିଁ ା ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏ ସଂକ୍ରାନ୍ତରେ କୌଣସି କଟକଣା ଜାରି କରିନାହାନ୍ତି ା ଫଳରେ ସେହି ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଆତଙ୍କ ପ୍ରକାଶ ପାଇଛି ା
ଜିଲାର ପ୍ରମୁଖ ସହର ଖରିଆରରୋଡ, ନୂଆପଡା, ଉଦ୍ୟାନବନ୍ଧ, କୋମନା ଏବଂ ଖଡିଆଳ ସହର ଦେଇ ୩୫୩ନଂ ଜାତୀୟ ରାଜପଥ ଯାଇଛି ା ଏହାର ଗୋଟିଏ ପଟେ ପଡୋଶୀ ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରକୁ ସଂଯୋଗ କରୁଥିବାବେଳେ ଅନ୍ୟପଟେ ବିଶାଖାପାଟଣାକୁ ଲମ୍ବିଛି ା ଫଳରେ ପ୍ରବାସୀ ଶ୍ରମିକମାନେ ଏହି ରାଜପଥ ଦେଇ ଦିନରାତି ଫେରୁଛନ୍ତି ା ସେମାନେ ସହରର ବିଭିନ୍ନ ସ୍ଥାନ ତଥା ଜନଗହଳି ସ୍ଥାନରେ ଅଟକି ଖାଦ୍ୟ ସାମଗ୍ରୀ କିଣୁଛନ୍ତି ା ନିତ୍ୟକର୍ମ ପାଇଁ ପୋଖରୀ, ନଳକୂଅ, ନଦୀ ଜଳକୁ ବ୍ୟବହାର କରୁଛନ୍ତି ା ଏହାଦ୍ୱାରା କରୋନା ଭୂତାଣୁ ସଂକ୍ରମିତ ହେବା ଆଶଙ୍କା ପ୍ରକାଶ ପାଇଛି ା
ଗତ କିଛିଦିନ ତଳେ କୋମନା ନଦୀରେ କେତେଜଣ ଶ୍ରମିକ ଗାଧୋଇବା ପରେ ଗ୍ରାମବାସୀ ସେହି ନଦୀ ଜଳକୁ ବ୍ୟବହାର କରି ନ ଥିଲେ ା ନଦୀର ଜଳଯୋଗାଣ ପ୍ରକଳ୍ପ ୨ ଦିନ ବନ୍ଦ ରହିଥିଲା ା ପରେ ଗ୍ରାମବାସୀ ସମଗ୍ର ନଦୀକୁ ସାନିଟାଇଜ କରି ବ୍ୟବହାର କରିଥିଲେ ା ନୂଆପଡ଼ା ଏବେ ବି ଗ୍ରୀନ୍‌ଜୋନ୍‌ରେ ରହିଛି ା ହେଲେ ପ୍ରବାସୀ ଶ୍ରମିକଙ୍କ ଆତଙ୍କ ଜିଲାବାସୀଙ୍କୁ ଘାରିଛି ା
ଏ ସଂକ୍ରାନ୍ତରେ ସାମାଜିକ କର୍ମୀ ଦିବାକର ପ୍ରଧାନ କହିଛନ୍ତି, ଜାତୀୟ ରାଜପଥ ଉପରେ ଆମେ ସବୁ ସମୟରେ ଭରସା କରିଥାଉ ା ହେଲେ ସେହି ରାସ୍ତା ଏବେ ପ୍ରବାସୀ ଶ୍ରମିକଙ୍କ ଚଲାପଥ ପାଲଟିଛି ା ଏପରି ଶ୍ରମିକଙ୍କ ଉପରେ ଜିଲା ପ୍ରଶାସନ ନଜର ରଖିବା ଉଚିତ୍‌ ା ନ ହେଲେ ଅବସ୍ଥା ସାଂଘାତିକ ହେବ ା ଏବିଭିପି କର୍ମୀ ସୁମନ୍ତ ବେହେରା କହିଛନ୍ତି, ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ କାହାରି ନଜର ରହୁନାହିଁ ା ସେମାନେ ବିନା ମାସ୍କରେ ବଜାରରେ ବୁଲୁଛନ୍ତି ା ସାମାଜିକ ଦୂରତା ନିୟମ ପାଳନ କରୁନାହାନ୍ତି ା ଏହା ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜରୁରୀ ା ଉପରୋକ୍ତ ଅଭିଯୋଗକୁ ନେଇ ଅତିରିକ୍ତ ଜିଲାପାଳ ଦୁର୍ଗାପ୍ରସାଦ ମହାରଣାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ା ସେ କହିଛନ୍ତି, ଆମେ ବିଭିନ୍ନ କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛୁ ା ଯଦି ପ୍ରବାସୀ ଶ୍ରମିକମାନେ କରେନା କଟକଣାକୁ ଉଲ୍ଲଂଘନ କରୁଛନ୍ତି ସେଥିପ୍ରତି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri