ଖପ୍ରାଖୋଲ, ୧୦ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ଏବେ ପ୍ରବାସୀଙ୍କ ଫେରିବା ଲାଗି ରହିଛି। ବ୍ଲକରୁ ୧୪ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଫେରିବା ଆଶା କରାଯାଉଥିବାବେଳେ ଏଯାଏ ପ୍ରାୟ ୯ହଜାର ପଞ୍ଜୀକରଣ କରିଥିବା ଜଣାପଡିଛି। ହେଲେ ପ୍ରବାସୀମାନେ ଫେରିଲା ପରେ ସେମାନଙ୍କ ସଙ୍ଗରୋଧକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଦେଖାଦେଇଛି। ବାହାର ରାଜ୍ୟରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ। ହେଲେ ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ଗଞ୍ଜାମ, କଟକ, ପୁରୀ, ରାୟଗଡା ପ୍ରଭୃତି ଜିଲାରୁ ବହୁ ସଂଖ୍ୟାରେ ଶ୍ରମିକ ବିଭିନ୍ନ ଗାଡିରେ ଫେରୁଛନ୍ତି। ପ୍ରଶାସନ ତରଫରୁ ଗାଡି ଯୋଗେ ଛକମାନଙ୍କରୁ ନିଜ ଘରକୁ ସେମାନଙ୍କୁ ଛଡାଯାଉଛି। ହେଲେ ରାଜ୍ୟ ଭିତରୁ ଫେରୁଥିବା ପ୍ରବାସୀଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ ପ୍ରଶାସନ କହୁଥିବାରୁ ଲୋକେ ଦ୍ୱନ୍ଦ୍ୱରେ ରହିଛନ୍ତି। ପଞ୍ଚାୟତମାନଙ୍କରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରମାନ ଖୋଲା ଯାଇଥିବାବେଳେ ସେଠାରେ କାହିଁକି ରଖା ଯାଉ ନାହିଁ ବୋଲି ଅନେକ ପ୍ରଶ୍ନ କରୁଛନ୍ତି। ଏପରିକି ଗାଁରେ ସଂକ୍ରମଣ ଭୟରେ ସ୍ଥାନବିଶେଷରେ ପ୍ରବାସୀଙ୍କୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ପ୍ରଶାସନ ନାକେଦମ୍ ହେଲାଣି। ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କୁଲିହାମୁଣ୍ଡା ଗାଁରେ ପ୍ରବାସୀଙ୍କ ଘରେ ସଙ୍ଗରୋଧକୁ ନେଇ ସରପଞ୍ଚ ଏବଂ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ପରେ ଏହାର ସମାଧାନ ହୋଇଥିଲା। ସେହିପରି ସାନଉଡେନ, ଅନକାମରା, ଛିନ୍ଦବାହାଲି ପ୍ରଭୃତି ଗାଁରେ ମଧ୍ୟ ପ୍ରବାସୀଙ୍କୁ ସ୍କୁଲ ଘରେ ରହିବାକୁ କୁହାଯାଉଥିବା ଜଣାଯାଇଛି। ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ପଚାରିବାରୁ ରାଜ୍ୟ ଭିତରର ପ୍ରବାସୀ ଶ୍ରମିକଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରଖିବା ବ୍ୟବସ୍ଥା କରାଯାଉଛି। କେତେକ ସ୍ଥାନରେ ଲୋକେ ସମସ୍ତଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରଖିବା ପାଇଁ ଦାବି କରଛନ୍ତି। ପ୍ରଶାସନ ତରଫରୁ ସେମାନଙ୍କୁ ବୁଝାସୁଝା ଚାଲିଛି ବୋଲି ସେ କହିଛନ୍ତି।
ପ୍ରବାସୀ ଫେରନ୍ତା ସଙ୍ଗରୋଧକୁ ନେଇ ଦ୍ୱନ୍ଦ୍ୱ, ଲୋକଙ୍କୁ ବୁଝାଇବାରେ ପ୍ରଶାସନ ନାକେଦମ୍
Posted inଆମ ଜିଲା ଖବର, ବଲାଙ୍ଗୀର View All
ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍ଅପ୍
ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…
୨ ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର: ବିଦ୍ୟାଳୟ ପ୍ରତି ନିଷ୍ଠାକୁ ଭୂୟସୀ ପ୍ରଶଂସା
କେସିଙ୍ଗା,୧।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନୁର୍ଗତ ବାଲସି ଗ୍ରାମ ଅଧିନସ୍ଥ ଜବହାର ଉଚ୍ଚ ବିଦ୍ୟାପୀଠ-କର ଦୁଇଜଣ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି। ଏହି ଉପଲକ୍ଷେ…
ଛାତ୍ରୀଛାତ୍ରଙ୍କ ପ୍ରେରଣାର ଉତ୍ସ ଥିଲେ ଶଙ୍କର ପ୍ରସାଦ: ସୁପ୍ରଶାସକଙ୍କ ଭାବପୂର୍ଣ୍ଣ ଅବସର
ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜର ଅଧ୍ୟକ୍ଷ ମେଜର୍ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କୁ ତାଙ୍କର…
ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର
ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…
ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପ୍ରତିବାଦରେ ଉତ୍ତେଜନା: ସବଷ୍ଟେସନରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା
ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ବିଦ୍ୟୁତ୍ ବିଭାଗର ଚରମ ଅବହେଳାକୁ ନେଇ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ…
ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ
ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…
ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ
ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…
ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ
ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…
Archives

