ପ୍ରବାସୀ ଓଡ଼ିଆଙ୍କୁ ସରକାର ଫେରାଇ ଆଣନ୍ତୁ

ନୂଆପଡା ଅଫିସ,୧୯ା୫-ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରବାସୀ ଓଡିଆମାନେ ଫସି ରହିଛନ୍ତି। ସେମାନେ ଭୋକ ଓପାସର ସହ ଅସୁବିଧାରେ ରହିଛନ୍ତି। ଏଣୁ ସେମାନଙ୍କୁ ତୁରନ୍ତ ରାଜ୍ୟକୁ ଫେରାଇ ଆଣିବାରେ ସରକାର ପଦକ୍ଷେପ ନିଅନ୍ତୁ। ମଙ୍ଗଳବାର କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା ଏବଂ ଜଲା ସଭାପତି ସୁବ୍ରତ କୁମାର ଠାକୁରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଜିଲାପାଳ ମଧୁସ୍ମିତା ସାହୁଙ୍କୁ ଭେଟି ଏହି ଅନୁରୋଧ କରିଛନ୍ତି। ବର୍ତ୍ତମାନର ପରିସ୍ଥିତିରେ କରୋନା ଲଢେଇକୁ କିପରି ମୁକାବିଲା କରାଯାଇପାରିବ ସେ ଉପରେ ଜିଲାପାଳଙ୍କ ସହ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଏହା ଉପରେ ପଦକ୍ଷେପ ନେବେ ବୋଲି ଜିଲାପାଳ ସାହୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରସନ୍ନ କୁମାର ପାଢୀ, ସୁଶାନ୍ତ କୁମାର ପତି, ହୋମସିଂ ମାଝୀ, ମନିଜର ଆର୍ଯ୍ୟ, ତୁଲସ ପଟେଲ, ଗୋଲଡି ଅଗ୍ରୱାଲ, ମୂରଲୀଧର ସୁନା, ଚତୁର୍ଭୁଜ ଶର୍ମା, ଅଭିନନ୍ଦନ ପଣ୍ଡା, ମୁନ୍ନା ମହାପାତ୍ର, ମୁଳଚାନ୍ଦ ସୁନାନୀ, ବ୍ରଜସୁନ୍ଦର ନାଏକ ପ୍ରମୁଖ ଜିଲାପାଳଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri