ପ୍ରବଳ ବର୍ଷାରେ ଘରେ ପଶିଲା ପାଣି: ଡ୍ରେନ ସଫେଇ ଦାବିରେ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୬ା୯: ବଲାଙ୍ଗୀର ସହରରେ ଶୁକ୍ରବାର ସକାଳ ୮ଟାରୁ ପ୍ରାୟ ୨ ଘଣ୍ଟାର ପ୍ରବଳ ବର୍ଷାରେ ଅନେକ ଅଞ୍ଚଳରେ ପୁଣି ଥରେ ବନ୍ୟା ଭ୍ରମ ସୃଷ୍ଟି ହୋଇଥିଲା । ରାସ୍ତାଘାଟ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେବା ସହ ଶତାଧିକ ବ୍ୟକ୍ତିଙ୍କ ଘରକୁ ବର୍ଷାଜଳ ପଶିଯାଇଥିଲା । ମାଡପଡା, ତେଲିଗୋଠପଡା, ପ୍ରତାପସାଗରପଡା, ତୁଲସୀନଗର, ଠିକାଦାରପଡା ଓ ସହରର ଅନ୍ୟ ଅଞ୍ଚଳର ଶତାଧିକ ବ୍ୟକ୍ତିଙ୍କ ଘରେ ବର୍ଷାଜଳ ପଶି ଯିବାରୁ ପୁଣି ଥରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନେକ ଆସବାବପତ୍ର, ଜିନିଷପତ୍ର ନଷ୍ଟ ହୋଇଯାଇଛି। ଘରେ ପାଣି ଜମି ରହିବାରୁ ଲୋକେ ରୋଷେଇ କରିପାରି ନାହାନ୍ତି ।
ମାଲପଡାରେ ସାମାନ୍ୟ ବର୍ଷା ହେଲେ ଡ୍ରେନ୍‌ ପାଣି ଘରକୁ ପଶିଯାଉଛି । ମ୍ୟୁନିସିପାଲିଟି ଡ୍ରେନ୍‌ ସଫେଇ କରାଯାଇ ନ ଥିବାରୁ ଓ ଅନେକ ସ୍ଥାନରେ ଜବରଦଖଲ ସମସ୍ୟା ରହିଥିତ୍ବାରୁ ଡ୍ରେନ୍‌ ପାଣି ନିଷ୍କାସିତ ହୋଇପାରୁ ନାହିଁ । ଶୁକ୍ରବାର ପୂର୍ବାହ୍ନ ୮ଟାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ଏହାର ମାତ୍ର କିଛି ସମୟ ମଧ୍ୟରେ ମାଳପଡା ରାସ୍ତାରେ ପ୍ରବଳ ବର୍ଷାଜଳ ପ୍ରବାହିତ ହୋଇ ବିଭିନ୍ନ ଲୋକଙ୍କ ଘରକୁ ଡ୍ରେନ୍‌ ପାଣି ପଶିଯାଇଥିଲା । ଏହାର ପ୍ରତିବାଦରେ ପଡାର ଶତାଧିକ ଯୁବକ ଓ ଜନସାଧାରଣ ବିକ୍ରମ ଛକରୁ ରେଲୱେ ଷ୍ଟେଶନ୍‌କୁ ଯାଇଥିବା ରାସ୍ତାକୁ ଅବରୋଧ କରିଥିଲେ । ଅରେଞ୍ଜ ହୋଟେଲ ନିକଟରେ ରାସ୍ତା ଅବରୋଧ କରାଯିବା ଫଳରେ ରେଳଷ୍ଟେଶନ୍‌ ରାସ୍ତାରେ ଶତାଧିକ ଗାଡିମୋଟର ଅଟକି ରହିଥିଲା । ବହୁ ଲୋକ ବୁଲିକରି ଯିବା ଆସିବା କରୁଥିତ୍ବା ଦେଖାଯାଇଥିଲା ।ପ୍ରତାପ ସାଗରରୁ ରାଣୀବନ୍ଧକୁ ଯାଇଥିବା କେନାଲ ଜବରଦଖଲ ଯୋଗୁଁ ବନ୍ଦ ହୋଇପଡିଛି । ଫଳରେ ଏହି ରାସ୍ତାରେ ପାଣି ପ୍ରବାହିତ ହୋଇ ନ ପାରି ଏହା ପ୍ରତାପସାଗର ରାସ୍ତାଦେଇ ତେଲିଗୋଠପଡା ରାସ୍ତା ଉପର ଦେଇ ମାଳପଡା ଭିତରକୁ ଛୁଟୁଛି । ଏହା ସହିତ ରେଳଷ୍ଟେଶନ୍‌ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ୍‌ ସଫେଇ ହୋଇ ନାହିଁ। ଏହି ଡ୍ରେନ୍‌ରେ ଜବରଦଖଲ ସମସ୍ୟା ଥିବାରୁ ପାଣି ନିଷ୍କାସିତ ହୋଇ ନ ପାରି ରାସ୍ତା ଉପର ଦେଇ ଘର ଭିତରକୁ ପଶି ଯାଉଛି । ମ୍ୟୁନିସିପାଲିଟି ଜାଣି ଶୁଣି ଏହି ଡ୍ରେନ୍‌କୁ ସଫେଇ କରୁନାହିଁ ଓ ଜବରଦଖଲ ଉଚ୍ଛେଦ କରୁନାହିଁ ବୋଲି ରାସ୍ତା ଅବରୋଧ କରିଥିବା ଲୋକେ ଅଭିଯୋଗ କରିଥିଲେ । ଦୀର୍ଘ ସମୟ ପରେ ରାସ୍ତାରୋକୋ ସ୍ଥଳକୁ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ୍‌ ଦୀପ ପହଞ୍ଚତ୍ଥିଲେ । ଉତ୍ତ୍ୟକ୍ତ ରାସ୍ତା ଅବରୋଧକାରୀମାନେ ନିର୍ବାହୀ ଅଧିକାରୀଙ୍କୁ ନାନା ପ୍ରଶ୍ନ କରିବା ସହ କେଉଁ କାରଣରୁ ଏହି ଡ୍ରେନ୍‌ ସଫେଇ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ । ଆଗାମୀ ୭ ଦିନ ମଧ୍ୟରେ ଡ୍ରେନ୍‌ ସଫେଇ ସହ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ-ପଞ୍ଚାୟତ ପ୍ରଶାସନର ଟାଳଟୁଳ ନୀତି: ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ସୂର୍ଯ୍ୟଙ୍କୁ ମିଳିନି ବିଧବା ଭତ୍ତା

ଥୁଆମୂଳ ରାମପୁର,୨୧।୭ (ଦୁର୍ଗା କୀର୍ତ୍ତି): ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀମାନେ ଏହାରୁ ବଞ୍ଚିତ ହେଉଥିବା…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଶୌଚ ପାଇଁ ଯାଇଥିବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଚାଲିଗଲା ଦିବ୍ୟାଙ୍ଗ ପଞ୍ଚାଙ୍କ ଜୀବନ

ଦିଗପହଣ୍ଡି/ପାଟପୁର,୨୧।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ଅଙ୍ଗେଇତ ବନ୍ଧ ପୋଖରୀରେ ବୁଡ଼ି ଜଣେ ଦିବ୍ୟାଙ୍ଗ ଯୁବକ ମୃତ୍ୟୁବରଣ କରିଛନ୍ତି ।…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri