Posted inରାଜ୍ୟ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାର୍ଯ୍ୟ ନିମ୍ନମାନର: ଚାରିଦିନ ନ ଯାଉଣୁ ରାସ୍ତାରୁ ଉଠିଲା ପିଚୁ

ନୂଆଗାଁ,୧୪ା୭ (ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନୂଆଗାଁ ବ୍ଲକରେ ହେଉଥିବା ରାସ୍ତାକାର୍ଯ୍ୟ ନିମ୍ନମାନର ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। କୋରଡା ପଞ୍ଚାୟତ ରକ୍ତପଟାଠାରୁ ମୀନାଗାଡିଆ ଓ କାପ୍ତାପଲ୍ଲୀ ପଞ୍ଚାୟତର କଣବାଙ୍କଠାରୁ କାପ୍ତାପଲ୍ଲୀ ପର୍ଯ୍ୟନ୍ତ ରାସ୍ତାକାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ଏବେ ସଂପଡାଠାରେ ନିର୍ମାଣ ହେଉଥିବା ରାସ୍ତା କ୍ଷେତ୍ରରେ ମଧ୍ୟ ସମାନ ଅଭିଯୋଗ ହୋଇଛି। କାର୍ଯ୍ୟ ସରିବାର ଚାରିଦିନ ନ ଯାଉଣୁ ରାସ୍ତାରୁ ପିଚୁ ଉଠିଯାଇଥିବା ଦେଖାଯାଇଛି।
ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମହୀପୁରଠାରୁ ପାରାଢିପି ପଞ୍ଚାୟତ ଦେଇ ସଂପଡା ଯାଏ ୯ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୩ କୋଟି ୯୧ ଲକ୍ଷ ୭୬ ହଜାର ଟଙ୍କା ବ୍ୟୟ ବରାଦ ହୋଇଛି। କାର୍ଯ୍ୟ କରିବା ପାଇଁ ଟେଣ୍ଡର ମାଧ୍ୟମରେ ଠିକାଦରଙ୍କୁ କାର୍ଯ୍ୟାଦେଶ ଦିଆଯିବା ସହ ଆର୍‌ଡି ବିଭାଗକୁ ତଦାରଖ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏପରି କି ଥୁଆବାରି ନିକଟରେ ଏକ ପୋଲ ନିର୍ମାଣ କରିବାର ୧୫ଦିନ ପରେ ପୋଲ ମଝିରୁ ଫାଟି ଆଁ କରିଥିବା ଦେଖିବାକୁ ମିଳିଥିଲା । ଏ ନେଇ ଅଭିଯୋଗ ହେବାରୁ ଠିକାଦାର ସେଥିରେ ପ୍ୟାଚ ପକାଇ ମାଟି ଘୋଡାଇ ଦେଇଥିଲେ। ସେହିପରି ପାରାଢିପ ନିକଟରେ ପିଚୁ ପକାଯାଉଥିବା ସମୟରେ ନିମ୍ନମାନର କାମକୁ ଗ୍ରାମବାସୀ ବିରୋଧ କରୁଥିବା ବେଳେ ବିଭାଗୀୟ ଅଧିକାରୀ କାମ ଠିକ୍‌ ଅଛି ବୋଲି କହିଥିଲେ। ଫଳସ୍ବରୂପ ୯ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ରାସ୍ତାରେ ମେଟାଲ ଓ ଡଷ୍ଟ ମିଶାଇ ପକାଇବା ସହ କିଛିଦିନ ପରେ ଡଷ୍ଟ ସଫା କରି ସେଥିରେ ପ୍ରାଇମର ପକାଇବା ପରେ ପିଚୁ ମିଶ୍ରିତ ଚିପ୍‌ସ ଓ ପିଚୁ ମିଶ୍ରିତ ବଜୁରି ପକାଇବାର ନିୟମ ଥିବାବେଳେ ତାହା କରାଯାଇ ନାହିଁ । ଯାହା ଫଳରେ ପିଚୁ ଉଠିଯାଉଛି । ସ୍ଥାନୀୟ ଲୋକେ ବିରୋଧ କରୁଥିବାରୁ ଠିକାଦାର ରାତିଅଧିଆ କାର୍ଯ୍ୟ କରୁଥିବା ସଂପଡା ଗ୍ରାମବାସୀ କହିଛନ୍ତି। ଏହାସହ ସେମାନେ ଏହି କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ଆର୍‌ଡି ଏସ୍‌ଡିଓ ନାରାୟଣ ମୁର୍ମୁଙ୍କୁ ପଚାରିବାରୁ ସେ କହିଥିଲେ, ନିମ୍ନମାନର ହୋଇଥିବା କାର୍ଯ୍ୟରେ ବିଲ୍‌ ଦିଆଯିବ ନାହିଁ ଏବଂ ପୁନର୍ବାର କାର୍ଯ୍ୟ କରିବା କଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri