ପ୍ରଧାନମନ୍ତ୍ରୀ ଆବାସ, ବିଜୁପକ୍କାଘର ଯୋଜନା:ହିତାଧିକାରୀଙ୍କୁ ମିଳିନି ଶ୍ରମ ଦିବସର ଟଙ୍କା

ଜୁନାଗଡ,୧୭।୮(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାଲୋପଲା ପଞ୍ଚାୟତରେ ଗତ ୨୦୧୬-୧୭ ଏବଂ ୨୦୧୭-୧୮ ବର୍ଷରେ ବିଜୁପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ କରିଥିବା ହିତାଧିକାରୀଙ୍କୁ ଏ ପର୍ଯ୍ୟନ୍ତ ଶ୍ରମ ଦିବସ ଟଙ୍କା ମିଳିନାହିଁ। ଏହି ସମସ୍ୟା ପଞ୍ଚାୟତ ମୁଖ୍ୟାଳୟ କାଲୋପଲା ଗ୍ରାମ ପ୍ରାୟ ହିତାଧିକାରୀଙ୍କ ପାଖରେ ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ହିତାଧିକାରୀଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଯେ, ଗତ ୨୦୧୬-୧୭ ଏବଂ ୨୦୧୭-୧୮ରେ କାଲୋପଲା ଗ୍ରାମର ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁପକ୍କାଘର କାର୍ଯ୍ୟାଦେଶ ପାଇ ଘର କାମ ଆରମ୍ଭ କରିଥିଲେ। ବର୍ତ୍ତମାନ ହିତାଧିକାରୀଙ୍କ ଘର ନିର୍ମାଣ ଶେଷ ହୋଇ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ଶ୍ରମ ଦିବସର ଟଙ୍କା ମିଳି ନ ଥିବା ଅଭିଯୋଗ କରିଛନ୍ତି। ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରିଥିବା ହିତାଧିକାରୀଙ୍କୁ ୯୫ ଶ୍ରମ ଦିବସ ପାଇଁ ପାଖାପାଖି ୧୬ ହଜାର ୫ ଶହ ଟଙ୍କା ମିଳିବାର କଥା। ହେଲେ ଏ ଯାଏଁ ସେମାନଙ୍କୁ ଏହି ଟଙ୍କା ମିଳିନାହଁି। ଏହି ଟଙ୍କାକୁ ସ୍ଥାନୀୟ ଜିଆରଏସ (ଗ୍ରାମ ରୋଜଗାର ସେବକ) ହଡପ କରିଥିବା ଅଭିଯୋଗ କରିଛନ୍ତି। ସେହିପରି ସ୍ଥାନୀୟ ପିଇଓ ମଧ୍ୟ ଏଥିପ୍ରତି ଜାଣିଶୁଣି ଚୁପ୍‌ ରହିବା ସାଧାରଣରେ ଚର୍ଚ୍ଚାର ବିଷୟ। ଏହି ପଞ୍ଚାୟତରେ ଗୃହ ସଂଯୋଗ ଅଧିକାରୀ (ଟେଗ ଅଫିସର) ଭାବେ ସ୍ଥାନୀୟ ପିଇଓ ଓ ଜିଆରଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ଯାହାକୁ ନେଇ ଏହି ଘଟଣା ପରେ ଏବେ ଉଭୟଙ୍କ ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଗତ କିଛି ମାସ ତଳେ ହିତାଧିକାରୀମାନେ ଏ ସମ୍ପର୍କରେ ଧର୍ମଗଡ ଉପଜିଲାପାଳଙ୍କଠାରେ ଫେରାଦ ହୋଇଥିଲେ। ଏହା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। ଗ୍ରାମର ସୁନ୍ଦର ଲାଲ ମାଝି, ଘନ ସିଂହ, ଅରୁଣି ସିଂହ, ଯୁଗରାଜ ସିଂହ, ସୁରେଶ ସିଂହ, ତ୍ରିନାଥ ସଂହ, ସ୍ବାମନୀ ବେୱା ପ୍ରମୁଖ ହିତାଧିକାରୀ ଘର ନିର୍ମାଣ କରି ଦୀର୍ଘ ମାସ ପରେ ଶ୍ରମ ଦିବସର ଟଙ୍କା ପାଇ ପାରିନାହାନ୍ତି। କେବଳ ଏମାନେ ନୁହଁନ୍ତି ଗ୍ରାମର ଅନେକ ହିତାଧିକାରୀ ମଧ୍ୟ ଘର ନିର୍ମାଣ କରି ଏ ପର୍ଯ୍ୟନ୍ତ ଶ୍ରମ ଦିବସର ଟଙ୍କା ପାଇ ନ ଥିବା ଜଣାପଡିଛି। ଏ ନେଇ କାଲୋପଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶୈଲେଶ ଚନ୍ଦ୍ର ନାଏକଙ୍କୁ ପଚାରିବାରୁ ଏ ବିଷୟରେ ଜିଆରଏସଙ୍କୁ ଡାକି ପଞ୍ଚାୟତ ବୈଠକରେ ଆଲୋଚନା କରାଯାଇଥିଲା। ଏହାସହ ଘଟଣା ସମ୍ପର୍କରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ (ପିଡି)ଙ୍କୁ ମଧ୍ୟ ଜଣାଇଛି ବୋଲି କହିଥିଲେ। ସେହିପରି ସ୍ଥାନୀୟ ଜିଆରଏସ୍‌ ଚୁଡାମଣି ରାଉତଙ୍କୁ ପଚାରିବାରୁ ଠିକ୍‌ ସମୟରେ ଉକ୍ତ ହିତାଧିକାରୀମାନେ କାଗଜ ପତ୍ର ଦେଇ ନ ଥିବାରୁ ଏପରି ହୋଇଛି ବୋଲି କହିଥିଲେ। ସେହିପରି ଟଙ୍କା ହଡପ କରିଥିବା କଥାକୁ ଅସ୍ବୀକାର କରିଥିଲେ। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ତଥା ଭିଜିଲାନ୍ସ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଜୁନାଗଡ ବିଡିଓ ଦୁଲାରାମ ମାରାଣ୍ଡିଙ୍କୁ ପଚାରିବାରୁ ଘଟଣାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା: ଜମି ବିକ୍ରି ଅନୁମତି ପାଇଁ ନିରାଶ ପରେ…

କେନ୍ଦ୍ରାପଡ଼ା, ୫ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଉପର ତାଲା ଶିଡି ରେଲିଂରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ…

ମୃତ ଛାତ୍ରଙ୍କ ପରିବାରକୁ ଭେଟିଲେ ବିଧାୟକ, ସମବେଦନା ସହ ଆର୍ଥିକ ସହାୟତା ପ୍ରଦାନ

ହାଟଡିହୀ/ଛେନାପଦୀ, ୫।୬ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ଅମୃତପୁର ଗ୍ରାମର ଜଣେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ଗତ…

ମହିଳା ଆଇନଜୀବିଙ୍କୁ ତହସିଲଦାରଙ୍କ ଆସୌଜନ୍ୟ ବ୍ୟବହାର ଅଭିଯୋଗ: ଧାରଣାରେ  ଆଇନଜୀବୀ

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି  ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ତାଙ୍କ ପ୍ରକୋଷ୍ଠରେ ମହିଳା ଆଇନଜୀବି ଏମ. ପ୍ରତିଭା କୁମାରୀ ରେଡ୍ଡୀଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ…

ପ୍ରକାଶ ପାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ: ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ…

ବଲାଙ୍ଗୀର,୫।୬(ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ଇଣ୍ଟ୍ରିଗେଟେଡ ବିଏଡ-ଏମଏଡ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ, ସ୍ନାତକ…

ଗୋଟିଏ ପଟେ ପ୍ରଶାସନିକ ଦାୟିତ୍ୱ: ଅନ୍ୟପଟେ ପରିବେଶ ପ୍ରତି ଅନୁରାଗ, ’ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ ହେଲେ ଦୁର୍ଗପତିସାରଦା ପ୍ରସାଦ ଦାସ

ଗଞ୍ଜାମ,୫।୬(ଅନାଥ ତରାଇ/ବିଦ୍ୟାଧର ସାହୁ ): ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଅଷ୍ଟମ ବାଟାଲିୟନର ଦୁର୍ଗପତି ସାରଦା ପ୍ରସାଦ ଦାସଙ୍କୁ ଜିଲାସ୍ତରୀୟ ସମ୍ମାନଜନକ ପ୍ରକୃତି ମିତ୍ର ପୁରସ୍କାର…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri