ପ୍ରଧାନମନ୍ତ୍ରୀ ଆବାସ, ବିଜୁପକ୍କାଘର ଯୋଜନା:ହିତାଧିକାରୀଙ୍କୁ ମିଳିନି ଶ୍ରମ ଦିବସର ଟଙ୍କା

ଜୁନାଗଡ,୧୭।୮(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାଲୋପଲା ପଞ୍ଚାୟତରେ ଗତ ୨୦୧୬-୧୭ ଏବଂ ୨୦୧୭-୧୮ ବର୍ଷରେ ବିଜୁପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ କରିଥିବା ହିତାଧିକାରୀଙ୍କୁ ଏ ପର୍ଯ୍ୟନ୍ତ ଶ୍ରମ ଦିବସ ଟଙ୍କା ମିଳିନାହିଁ। ଏହି ସମସ୍ୟା ପଞ୍ଚାୟତ ମୁଖ୍ୟାଳୟ କାଲୋପଲା ଗ୍ରାମ ପ୍ରାୟ ହିତାଧିକାରୀଙ୍କ ପାଖରେ ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ହିତାଧିକାରୀଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଯେ, ଗତ ୨୦୧୬-୧୭ ଏବଂ ୨୦୧୭-୧୮ରେ କାଲୋପଲା ଗ୍ରାମର ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁପକ୍କାଘର କାର୍ଯ୍ୟାଦେଶ ପାଇ ଘର କାମ ଆରମ୍ଭ କରିଥିଲେ। ବର୍ତ୍ତମାନ ହିତାଧିକାରୀଙ୍କ ଘର ନିର୍ମାଣ ଶେଷ ହୋଇ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ଶ୍ରମ ଦିବସର ଟଙ୍କା ମିଳି ନ ଥିବା ଅଭିଯୋଗ କରିଛନ୍ତି। ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରିଥିବା ହିତାଧିକାରୀଙ୍କୁ ୯୫ ଶ୍ରମ ଦିବସ ପାଇଁ ପାଖାପାଖି ୧୬ ହଜାର ୫ ଶହ ଟଙ୍କା ମିଳିବାର କଥା। ହେଲେ ଏ ଯାଏଁ ସେମାନଙ୍କୁ ଏହି ଟଙ୍କା ମିଳିନାହଁି। ଏହି ଟଙ୍କାକୁ ସ୍ଥାନୀୟ ଜିଆରଏସ (ଗ୍ରାମ ରୋଜଗାର ସେବକ) ହଡପ କରିଥିବା ଅଭିଯୋଗ କରିଛନ୍ତି। ସେହିପରି ସ୍ଥାନୀୟ ପିଇଓ ମଧ୍ୟ ଏଥିପ୍ରତି ଜାଣିଶୁଣି ଚୁପ୍‌ ରହିବା ସାଧାରଣରେ ଚର୍ଚ୍ଚାର ବିଷୟ। ଏହି ପଞ୍ଚାୟତରେ ଗୃହ ସଂଯୋଗ ଅଧିକାରୀ (ଟେଗ ଅଫିସର) ଭାବେ ସ୍ଥାନୀୟ ପିଇଓ ଓ ଜିଆରଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ଯାହାକୁ ନେଇ ଏହି ଘଟଣା ପରେ ଏବେ ଉଭୟଙ୍କ ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଗତ କିଛି ମାସ ତଳେ ହିତାଧିକାରୀମାନେ ଏ ସମ୍ପର୍କରେ ଧର୍ମଗଡ ଉପଜିଲାପାଳଙ୍କଠାରେ ଫେରାଦ ହୋଇଥିଲେ। ଏହା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। ଗ୍ରାମର ସୁନ୍ଦର ଲାଲ ମାଝି, ଘନ ସିଂହ, ଅରୁଣି ସିଂହ, ଯୁଗରାଜ ସିଂହ, ସୁରେଶ ସିଂହ, ତ୍ରିନାଥ ସଂହ, ସ୍ବାମନୀ ବେୱା ପ୍ରମୁଖ ହିତାଧିକାରୀ ଘର ନିର୍ମାଣ କରି ଦୀର୍ଘ ମାସ ପରେ ଶ୍ରମ ଦିବସର ଟଙ୍କା ପାଇ ପାରିନାହାନ୍ତି। କେବଳ ଏମାନେ ନୁହଁନ୍ତି ଗ୍ରାମର ଅନେକ ହିତାଧିକାରୀ ମଧ୍ୟ ଘର ନିର୍ମାଣ କରି ଏ ପର୍ଯ୍ୟନ୍ତ ଶ୍ରମ ଦିବସର ଟଙ୍କା ପାଇ ନ ଥିବା ଜଣାପଡିଛି। ଏ ନେଇ କାଲୋପଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶୈଲେଶ ଚନ୍ଦ୍ର ନାଏକଙ୍କୁ ପଚାରିବାରୁ ଏ ବିଷୟରେ ଜିଆରଏସଙ୍କୁ ଡାକି ପଞ୍ଚାୟତ ବୈଠକରେ ଆଲୋଚନା କରାଯାଇଥିଲା। ଏହାସହ ଘଟଣା ସମ୍ପର୍କରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ (ପିଡି)ଙ୍କୁ ମଧ୍ୟ ଜଣାଇଛି ବୋଲି କହିଥିଲେ। ସେହିପରି ସ୍ଥାନୀୟ ଜିଆରଏସ୍‌ ଚୁଡାମଣି ରାଉତଙ୍କୁ ପଚାରିବାରୁ ଠିକ୍‌ ସମୟରେ ଉକ୍ତ ହିତାଧିକାରୀମାନେ କାଗଜ ପତ୍ର ଦେଇ ନ ଥିବାରୁ ଏପରି ହୋଇଛି ବୋଲି କହିଥିଲେ। ସେହିପରି ଟଙ୍କା ହଡପ କରିଥିବା କଥାକୁ ଅସ୍ବୀକାର କରିଥିଲେ। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ତଥା ଭିଜିଲାନ୍ସ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଜୁନାଗଡ ବିଡିଓ ଦୁଲାରାମ ମାରାଣ୍ଡିଙ୍କୁ ପଚାରିବାରୁ ଘଟଣାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri