ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ବାତିଲ ଦାବିରେ ରାସ୍ତାରୋକୋ

ଜଳେଶ୍ୱର, ୧।୨(ଡି.ଏନ.ଏ.)-ଜଳେଶ୍ୱର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଆଦେଶ ବାତିଲ ଦାବିରେ ପରିଚାଳନା କମିଟି ଓ ଅଭିଭାବକମାନେ ଆଜକୁ ୪ ଦିନ ଧରି ବିଦ୍ୟାଳୟ ସମ୍ମୁଖରେ ଧାରଣା ଚାଲୁ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜଳେଶ୍ୱର ବିଇଓ ବିଜୟ ନାଥ ବିଦ୍ୟାଳୟକୁ ଆସିଥିବା ବେଳେ ଅଭିଭାବକମାନେ ତାଙ୍କୁ ଅଟକାଇ ଦାବି ସମ୍ପର୍କରେ କ’ଣ ପଦକ୍ଷେପ ନିଆଯାଇଛି ପ୍ରଶ୍ନ କରିଥିଲେ। ଧାରଣା ଚାଲିଥିବା ବେଳେ ହଠାତ୍‌ ମଧ୍ୟାହ୍ନ ୧୨ଟାରେ ଆନ୍ଦୋଳନକାରୀମାନେ ଧାରଣାରୁ ଉଠିଯାଇ ରାସ୍ତାରୋକୋ କରିଥିଲେ। ଫଳରେ ଉଭୟ ପଟରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଘଟଣାସ୍ଥଳରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ପୋଲିସ ବାହିନୀ ସହ ପହଞ୍ଚତ୍ଥିଲେ। ରାସ୍ତାରୋକୋରେ ଯୋଗ ଦେଇଥିବା ଛାତ୍ରୀଛାତ୍ରମାନଙ୍କୁ ପୋଲିସ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri