ପ୍ରଦୂଷଣ ବଳୟରେ ଖୋର୍ଦ୍ଧା

ଖୋର୍ଦ୍ଧ ଅଫିସ,୫ା୬: ଶିଳ୍ପ, କ୍ରଶର, ପଥର ଖଣିରେ ବିସ୍ଫୋରଣ, ଯାନବାହନ ଚଳାଚଳ ଯୋଗୁ ଖୋର୍ଦ୍ଧା ପ୍ରଦୂଷଣ ବଳୟରେ ଫସିଯାଉଛି। ସଚେତନତା ଅଭାବ ଓ ବିକାଶ ନଁାରେ ବିନାଶ ଚାଲିଥିବାରୁ କେବଳ ସ୍ଥଳ, ଜଳ ଓ ବାୟୁ ପ୍ରଦୂଷିତ ହେବାରେ ଲାଗିଛି। ବିବର୍ତ୍ତମାନ ପରିବେଶ, ଅସୁନ୍ତଳିତ ଜଳବାୟୁ ଓ ବିପର୍ଯ୍ୟୟମୁଖୀ ସବୁଜିମା ଖୋର୍ଦ୍ଧା ଜିଲାରେ ଜୀବଜଗତକୁ ଧ୍ୱଂସ ମୁହଁକୁ ଠେଲି ନେଉଛି।
ଜିଲାର ଜଙ୍ଗଲିଆ ଅଞ୍ଚଳରେ ପଥର ମାଫିଆମାନେ ଡିଟୋନେଟର, ଜିଲୋଟିନ, ଆମୋନିୟମ ନାଇଟ୍ରେଟ୍‌ ଭଳି ବିସ୍ଫୋରକ ଦ୍ୱାରା ଦିନରାତି ଗ୍ରାନାଇଟ ପାହାଡ଼ରେ ବ୍ଲାଷ୍ଟିଂ କରୁଛନ୍ତି। ବହୁ ପଥର ଖଣି ରହିଥିବାରୁ ଜିଲାରେ ୩ ଶହରୁ ଊର୍ଦ୍ଧ୍ୱ କ୍ରଶର ରହିଛି। ଏପରିକି ବେଆଇନ ଅଥବା ପଞ୍ଜୀକୃତ କ୍ରଶରରେ ସାଇଟିଙ୍ଗ୍‌ ନିୟମକୁ ଉଲ୍ଲଂଘନ କରାଯାଉଛି। ଏ କ୍ଷେତ୍ରରେ ଜିଲା ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ଚୁପ୍‌ ରହୁଥିବାରୁ ପ୍ରଦୂଷଣ ବଢ଼ୁଛି। କେବଳ ଅଦାଲତଙ୍କ ନିର୍ଦ୍ଦେଶ ମିଳିଲେ ଆଖିଦୃଶିଆ ଚଢାଉ କରି କାର୍ଯ୍ୟ ଶେଷ କରାଯାଉଛି। ଅନ୍ୟପକ୍ଷେ ମନଇଚ୍ଛା ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ଯୋଗୁ ପରିବେଶ ଜନିତ ଅସନ୍ତୁଳନତା ଦେଖାଦେଉଛି। ଖୋର୍ଦ୍ଧା ଓ ସାରୁଅ ଶିଳ୍ପାଞ୍ଚଳରେ ୮୦ରୁ ଊର୍ଦ୍ଧ୍ୱ ଛୋଟ ବଡ ଶିଳ୍ପ ରହିଛି। ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ସବୁ କିଛି ନିୟମ ପାଳନ କରିବାକୁ କହି ମାଲିକମାନେ ଅଣଦେଖା କରି ଚାଲିଛନ୍ତି। ଶିଳ୍ପ ପରିସରରେ ଗଛ ଲଗାଯାଉନାହିଁ। ସେହିପରି ଯାନବାହନ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଅଧିକାଂଶ ଯାନବାହନ କିରୋସିନ ଓ ଗ୍ୟାସରେ ଚାଲୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ନାହିଁ। ପୁଣି ଖରାଦିନେ ଜଙ୍ଗଲରେ ନିଅଁା ଲାଗି ଔଷଧୀୟ ଓ ଅନ୍ୟ ବୃକ୍ଷ ନଷ୍ଟ ହୋଇଯାଉଛି। ଅଙ୍ଗାର ପାଇଁ ଜଙ୍ଗଲ ପୋଡୁଛି। ବେଆଇନ ଶିକାର ଯୋଗୁ ଏହାର ପ୍ରଭାବ ପରିବେଶ ଉପରେ ପଡୁଛି। ଫନୀରେ ବହୁ ଗଛ ଉପୁଡି ପଡିଲା। ପୁଣି ସାଧାରଣ ଲୋକ ଓ କାଠମାଫିଆ ଜଙ୍ଗଲରୁ ଗଛକାଟି ଲୁଟ୍‌ କରୁଛନ୍ତି। ବିକାଶର ଆଳ ଦେଖାଇ ରାସ୍ତା ପ୍ରଶସ୍ତୀକରଣ ନଁାରେ ୫୭ ନଂ. ଓ ୧୬ ନଂ. ଜାତୀୟ ରାଜପଥ, ଖୋର୍ଦ୍ଧା ମୁଖ୍ୟ ରାସ୍ତା କଡରୁ ବଡବଡ ଗଛ କଟାଯାଇଛି। ନୂଆ ବୃକ୍ଷରୋପଣ ଉପରେ ଗୁରୁତ୍ୱ ନାହିଁ। ବୃକ୍ଷରୋପଣ ସ୍ଥାନରେ ରକ୍ଷଣାବେକ୍ଷଣ ପାଇଁ ଚେଷ୍ଟା ନ ଥିବାରୁ ୪ ଭାଗରୁ ୧ ଭାଗ ଗଛ ବି ବଞ୍ଚୁ ନାହିଁ। ସେହିପରି ପଲିଥିନର ବ୍ୟବହାର ମଧ୍ୟ ପରିବେଶକୁ ବିପଦ ମୁହଁରେ ପହଞ୍ଚାଇଛି।
ଏଭଳି ସ୍ଥିତିରେ ଜୀବଜଗତର ସୁରକ୍ଷା ପାଇଁ ପରିବେଶକୁ ସନ୍ତୁଳିତ ରଖିବା ନିମିତ୍ତ ସଚେତନତା ସୃଷ୍ଟି ହିଁ ବିଶ୍ୱ ପରିବେଶ ଦିବସ ପାଳନର ମୂଳଲକ୍ଷ୍ୟ। ପ୍ରକୃତି ସହ ବନ୍ଧୁତା ଓ ନିବିଡ ସମ୍ପର୍କ ରକ୍ଷା ହିଁ ବିଶ୍ୱ ପରିବେଶ ଦିବସର ସାମଗ୍ରିକ ବାର୍ତ୍ତା।
ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ ହାଡିବନ୍ଧୁ ପାଣିଗ୍ରାହୀ କୁହନ୍ତି, ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରାଯାଉନି। ହେଲେ ଏହା ସରକାରୀ ନୀତିନିୟମ ଭିତିରେ ରହୁ। କ୍ରଶରଗୁଡିକ ମଧ୍ୟ ସରକାରୀ ନୀତିନିୟମ ମାନି କାର୍ଯ୍ୟ କରନ୍ତୁ। ଏ ନେଇ ସଚେତନତା ସତ୍ତ୍ବେ ସୁଫଳ ମିଳୁନି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୭ଦିନ ପ୍ରବଳ ଶୀତ

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ):  ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ...

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri