ପ୍ରଦୀପଙ୍କ ଶିବ ଓ ସାବିତ୍ରୀ

ପ୍ରଦୀପ ବେହେରା ଏକାଧାରରେ ଜଣେ ନାଟ୍ୟକାର ଆଉ ନିର୍ଦ୍ଦେଶକ। ଚଳିତବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ତାଙ୍କ ରଚିତ ତଥା ନିର୍ଦ୍ଦେଶିତ ନାଟକଗୁଡ଼ିକ ଚର୍ଚ୍ଚାରେ ରହିବ ବୋଲି ଦର୍ଶକମାନେ ମତବ୍ୟକ୍ତ କରୁଛନ୍ତି। ତାଙ୍କ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’, ‘ଲକ୍ଷେ ଶିବ ପୂଜି ପାଇଛି ତତେ’, ‘ଆପଣମାନେ ଖୁସି ତ’ ଏବଂ ‘ଲକ୍ଷେ ପୁଅ ନଷ୍ଟ ତୋରି ପାଇଁ’। ପ୍ରଥମ ତିନୋଟି ନାଟକକୁ ସେ ରଚନା କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଚଳିତ ଖଣ୍ଡଗିରି ଯାତ୍ରା ମେଳା ପାଇଁ ଏହି ନାଟ୍ୟକାର-ନିର୍ଦ୍ଦେଶକ ମୁଖ୍ୟତଃ ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’ ଏବଂ ‘ଲକ୍ଷେ ଶିବ ପୂଜି ପାଇଛି ତତେ’କୁ ନେଇ ଆଶାବାଦୀ ଅଛନ୍ତି। ସ୍ବାମୀକୁ ଦେବତା ଭଳି ଭଲ ପାଉଥିବା ଜଣେ ସାବିତ୍ରୀ (ପତ୍ନୀ) ଏମିତି ଏକ ପରିସ୍ଥିତିରେ ପଡୁଛି ଯେ, ସେ ତା’ର ସ୍ବାମୀକୁ ଆଉ ଜଣକୁ ଦେଇଦେବା ପାଇଁ ବାଧ୍ୟ ହେଉଛି। ନିଜ ଛାତିରେ ପଥର ରଖି ସେ ଅନ୍ୟମାନଙ୍କର ମଙ୍ଗଳ ପାଇଁ ଏଭଳି ଭୟଙ୍କର ତ୍ୟାଗ କରୁଛି। ଏପରି ଏକ ସମ୍ବେଦନଶୀଳ କାହାଣୀକୁ ନେଇ ରଚିତ ହୋଇଛି ନାଟକ ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’। ସେହିଭଳି ସ୍ବାମୀ, ସ୍ତ୍ରୀ ଓ ପୁଅ ମଧ୍ୟରେ ରହିଥିବା ସମ୍ପର୍କର ଏକ ନିଚ୍ଛକ କାହାଣୀ ହେଉଛି ‘ଲକ୍ଷେ ଶିବ ପୂଜି ପାଇଛି ତତେ’। ଶିବଙ୍କ କୃପାରୁ ସ୍ବାମୀ ସ୍ତ୍ରୀ ପରସ୍ପରକୁ ପାଇଛନ୍ତି। ପୁଣି ଶିବଙ୍କୁ ପୂଜି ସେମାନେ ପୁଅଟିଏ ପାଇଛନ୍ତି। ହେଲେ ସେହି ପୁଅ କ’ଣ ବାପମା’ଙ୍କ ସେବା, ତ୍ୟାଗର ମୂଲ୍ୟ ବୁଝୁଛି। ଅବହେଳିତ ହୋଇ ବି କ’ଣ ସ୍ବାମୀ ସ୍ତ୍ରୀ ପରସ୍ପରର ହାତ ଛାଡ଼ି ଦେଉଛନ୍ତି। ଏମିତି ଅନେକ ପ୍ରଶ୍ନର ଉତ୍ତର ହେଉଛି ପ୍ରଦୀପ ବେହେରାଙ୍କ ରଚିତ ନିର୍ଦ୍ଦେଶିତ ନାଟକ ‘ଲକ୍ଷେ ଶିବ ପୂଜି ପାଇଛି ତତେ’।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ଶେଷ ଚଳଚ୍ଚିତ୍ର ନୁହେଁ ‘ଜନ ନାୟକନ’! ମୁଖ୍ୟମନ୍ତ୍ରୀ ହେବା ପରେ ବି ଜାରି ରହିବ ଅଭିନୟ? ସସପେନ୍ସ ବଢାଇଲେ…

ମୁମ୍ବାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଥଲାପତି ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟକନ’ ଉପରେ ଦୀର୍ଘ ସମୟରୁ କଟକଣା ଲାଗି ରହିଥିଲା। ଏହି ଚଳଚ୍ଚିତ୍ରଟି ଏହି ବର୍ଷ…

ଫ୍ଲାଟ୍‌ କିଣିଲେ ଜନ୍‌ ଆବ୍ରାହମ୍‌: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ବଲିଉଡରେ ଦୁଇ ଦଶନ୍ଧି ଧରି କାମ କରୁଥିବା ପ୍ରଖ୍ୟାତ ଅଭିନେତା ଜନ୍‌ ଆବ୍ରାହମ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ସେ କେବଳ ତାଙ୍କ ଫିଲ୍ମ ପାଇଁ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri