ପ୍ରଦୀପ ଦାଶଙ୍କୁ ‘ଶାରଳା ପୁରସ୍କାର’

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲ୍ସ ଏଣ୍ଡ୍‌ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୪୦ତମ ଶାରଳା ପୁରସ୍କାର ଉତ୍ସବ ଶନିବାର ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ବିଶିଷ୍ଟ ଲେଖକ ଡ. ପ୍ରଦୀପ ଦାଶଙ୍କୁ ସମ୍ମାନଜନକ ‘ଶାରଳା ପୁରସ୍କାର’ ପ୍ରଦାନ କରାଯାଇଛି। ତାଙ୍କ ରଚିତ ପୁସ୍ତକ ‘ଚରୁ ଚିବର ଓ ଚର୍ଯ୍ୟା’ ପାଇଁ ଏହି ସମ୍ମାନ ମିଳିଛି। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ଦାଶଙ୍କୁ ପୁରସ୍କାର ସ୍ବରୂପ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରିଛନ୍ତି। ସେହିପରି ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଓ ଲଲାଟ ମୋହନ ପଟ୍ଟନାୟକଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ ପ୍ରଦାନ କରାଯାଇଛି। ଉଭୟଙ୍କୁ ପୁରସ୍କାର ରାଶି ବାବଦକୁ ଦେଢ଼ ଲକ୍ଷ ଟଙ୍କା ଓ ମାନପତ୍ର ମିଳିଛି। ଉତ୍ସବରେ ସମ୍ମାନିତ ଅତିଥି ଭାବେ ଔପନ୍ୟାସିକ ବିବେକ୍‌ ଶାନ୍‌ଭାଗ୍‌ ଯୋଗଦେଇଥିବା ବେଳେ ‘ଶାରଳା ପୁରସ୍କାର’ ଉପଦେଷ୍ଟା ମଣ୍ଡଳୀର କାର୍ଯ୍ୟକାରୀ ସଭାପତି ମାଳବିକା ରାୟ, ସମ୍ପାଦକ ରାଜ କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଇମ୍ଫା ଟ୍ରଷ୍ଟର ଟ୍ରଷ୍ଟି ପାରମିତା ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମୃତଦେହ କାହାର? ତଦନ୍ତ ଆରମ୍ଭ

ସୋରଡା,୨୨ା୪(ରଜନି ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁରେ ଅଭାବନୀୟ ଘଟଣା । ରାସିପଙ୍କାଳ ଶଙ୍ଖ ନିକଟରେ ପଡ଼ିରହିଛି ଅଜଣା ବ୍ୟକ୍ତିର ମୃତଦେହ ।ମୃତଦେହ…

ଆନନ୍ଦପୁର କଲେଜର ସାମ୍ସ ରୁମରେ ଅଗ୍ନିକାଣ୍ଡ, ୧୦ରୁ ଅଧିକ…

ବଞ୍ଚୋ,୨୨ା୪(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର କଲେଜର ସାମ୍ସ (SAMS) ରୁମରେ ଆଜି ହଠାତ୍ ଅଗ୍ନିକାଣ୍ଡ ଘଟିଛି । ରୁମ ଭିତରେ ହଠାତ୍ ନିଆଁ ଲାଗିଯାଇଥିବାରୁ ୧୦ରୁ…

ମହିଳା ବିଲ୍‌ ଆଣିବା ପଛରେ ରହିଥିଲା ଛଳନା: ଜୟଦେବ ଜେନା

କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲା କଂଗ୍ରେସ ପକ୍ଷରୁ ମହିଳା ବିଲ ଓ ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ଏକ ପ୍ରେସ୍‌ମିଟ୍‌…

ଅଟୋ ଓଲଟି ୭ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ୯ ଦିନ ପରେ ଅଭିଯୁକ୍ତ ଚାଳକଙ୍କୁ…

ଦିଗପହଣ୍ଡି,୨୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ବ୍ଲକ ବୀରମେଖପୁର ଗାଁ ନିକଟରେ ଗତ ୧୪ ତାରିଖ ଅପରାହ୍ନରେ ଅଟୋ (ନଂ. ଓଡି ୦୭ ବିବି -୯୧୨୧)…

ପ୍ରଚଣ୍ଡ ଖରା, ସୁନ୍ଦରଗଡ଼ ଜିଲାରେ ୨୭ ଯାଏ ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ,୨୨ା୪(ଜୟ ନାରାୟଣ ମେଣ୍ଡୁଳି): ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସୁନ୍ଦରଗଡ ଜିଲାରେ ଜନ ଜୀବନ ଦୁର୍ବିସହ ହୋଇପଡିଛି । ଦିନର ତାପମାତ୍ରା ଏବେ ୪୧ଡିଗ୍ରୀ ଡେଇଁ ଲାଣି।…

ବଢ଼ିଲା ସ୍କୁଲ ଛୁଟି ଅବଧି

ସମ୍ବଲପୁର,୨୨।୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।…

ବଲାଙ୍ଗୀରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ନୀତି ସମ୍ପନ୍ନ, ଦେବଦମ୍ପତିଙ୍କ ମାତାପିତା ସ୍ଥିରୀକୃତ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ଆସନ୍ତା ୧୮ ଜୁନ୍‌ରୁ ୨୦ ଜୁନ୍‌ ପର୍ଯ୍ୟନ୍ତ ହେବ ଦେବଦମ୍ପତିଙ୍କ ଶୁଭ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା। ପବିତ୍ର ଅକ୍ଷୟ ତୃତୀୟା ତିଥିରେ…

ଭୋଜି ଖାଇବାକୁ ଯାଇଥିଲେ ୨ ଭାଇ ୩ ବର୍ଷର ନାତୁଣୀଙ୍କୁ ନେଇ ଫେରିବା ବେଳେ ଦୁର୍ଘଟଣା: ବଡ଼ଭାଇ ମୃତ, ସାନ …

ଗୁଡ଼ାରି, ୨୨।୪ (ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ର ବକାଗୁଡ଼ା ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ମଙ୍ଗଳବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri