ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ରାସ୍ତାରେ ଭିଡ଼ ଅସମ୍ଭାଳ

ଭୁବନେଶ୍ୱର,୩।୨(ବ୍ୟୁରୋ): ସ୍ମାର୍ଟ ସିଟିରେ ଦିନକୁଦିନ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବାରେ ଲାଗିଛି। ଏବେ କମିଶନରେଟ୍‌ ପୋଲିସ ପକ୍ଷରୁ କଳ୍ପନାରୁ ରାଜମହଲ ମୁଖ୍ୟରାସ୍ତା ସମେତ ବାପୁଜୀ ନଗର ବଜାରରେ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଥିବାବେଳେ ଏହା ଉପରେ ପୂରା ଫୋକସ୍‌ ଦେଉଛି। ଏପଟେ କିନ୍ତୁ ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଜାମ୍‌ ଭିତରେ ଘଣ୍ଟା ଘଣ୍ଟା ଫସି ରହି ନାନା ହଟହଟା ହେଉଛନ୍ତି ଲୋକେ। ପ୍ରଦର୍ଶନୀ ପଡ଼ିବା ସମ୍ମୁଖ ରାମ ମନ୍ଦିରରୁ ୧୧ ତାଲା ଛକ ରାସ୍ତାରେ ଅସମ୍ଭାଳ ଭିଡ଼ ହେଉଛି। ଫଳରେ ୨/୩ ମିନିଟ୍‌ର ରାସ୍ତାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ଏବେ ପ୍ରଦର୍ଶନୀ ପଡ଼ିବାରେ ଦୁଇଟି ବଡ଼ ମେଳା ଚାଲିଛି। ଆଦିବାସୀ ମେଳା ଓ ହସ୍ତତନ୍ତ ମେଳା ପାଇଁ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗିରହୁଥିବା ଜଣାପଡ଼ିଛି। ସ୍ଥିତି ଏପରି ହୋଇଛି ଯେ ନିୟୋଜିତ ଟ୍ରାଫିକ୍‌ ପୋଲିସ ଓ ସୁରକ୍ଷା କର୍ମୀ ନାକେଦମ୍‌ ହୋଇପଡୁଛନ୍ତି।
ବାରମ୍ବାର ଘଟିଲାଣି ଦୁର୍ଘଟଣା
ମେଳା ସମୟରେ ଟ୍ରାଫିକ୍‌ ପରିଚାଳନା ଠିକ୍‌ ରହୁ ନ ଥିବାରୁ ଗାଡ଼ିମୋଟର ମନଇଚ୍ଛା ଚଳାଚଳ କରୁଛି। ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି। ରବିବାର ସନ୍ଧ୍ୟାରେ ମେଳା ଦେଖିବାକୁ ଆସିଥିବା ଲୋକେ ରାସ୍ତା ପାର୍‌ ହେଉଥିବା ସମୟରେ ଏକ କାର ମାଡ଼ି ଯାଇଥିଲା। କାର ଧକ୍କାରେ ଜଣେ ଶିଶୁ ତଳେ ପଡ଼ିଯିବା ସହ ତାଙ୍କ ମୁଣ୍ଡ ମାଡ଼ ହୋଇଥିଲା। ଏପରି ଲୋକେ ଭୟ ଓ ଆଶଙ୍କା ଭିତରେ ଯାଉଛନ୍ତି। ଦୁର୍ଘଟଣା କେତେବେଳେ ବି ଜୀବନ ନେଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ରାସ୍ତା ଉପରେ ଗାଡ଼ି ପାର୍କିଂ, ବିଏମ୍‌ସି ଷ୍ଟାଣ୍ଡ
ରାସ୍ତା ଉପରେ ଗାଡ଼ି ପାର୍କିଂ କରାଯିବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସବୁଠୁ ବଡ଼ କଥା ହେଲା ଭିଆଇପି କିମ୍ବା ଅତିଥିମାନେ ମେଳାକୁ ଆସିଲେ ସେମାନଙ୍କ ଗାଡ଼ି ରାସ୍ତା ଉପରେ ରଖାଯାଉଛି। ସେହିଭଳି ଗୋଟିଏ ପାର୍ଶ୍ୱରେ ରାସ୍ତା ଉପରକୁ ମାଡ଼ି ଗାଡ଼ି ପାର୍କିଂ ଷ୍ଟାଣ୍ଡ କରାଯାଇଛି। ନିୟୋଜିତ କର୍ମଚାରୀମାନେ ଗାଡ଼ି ପାର୍କିଂ ଫି’ ରଖି ବିଏମ୍‌ସି ରସିଦ୍‌ ଧରାଉଛନ୍ତି। ଫଳରେ ରାସ୍ତା ସଂକୁଚିତ ହେବା ସହ ଟ୍ରାଫିକ ଜାମ୍‌ ଲାଗି ରହୁଛି। ଅନେକ ସମୟରେ ଏହାକୁ ନେଇ ଉତ୍ତେଜନା ଦେଖାଦେଉଛି। ଭିଭିଆଇଙ୍କ ଗାଡ଼ିକୁ ନ ହଟାଇ ସାଧାରଣ ଲୋକଙ୍କୁ ବାରଣ କରୁଥିବାରୁ ପୋଲିସ ସହ ମୁହାଁମୁହିଁ ହେଉଛନ୍ତି। ଶେଷରେ ପୋଲିସ ଚୁପ୍‌ ରହୁଥିବାରୁ ଲୋକେ ଯିଏ ଯେଉଁଠି ପାରିଲେ ଗାଡ଼ି ରଖି ଚାଲିଯାଉଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ୁଛି।
ଉଠା ଦୋକାନୀଙ୍କ ଅଧା କବ୍‌ଜା
ରାସ୍ତାଟି ଅଧିକ ଓସାର ହୋଇଥିଲେ ମଧ୍ୟ ସବୁବେଳେ ଦୁଇପାର୍ଶ୍ୱରେ ଉଠା ଦୋକାନୀ ଓ ବୁଲା ବେପାରୀ ପସରା ମେଲାଉଛନ୍ତି। ମେଳା ସମୟରେ ଏହି ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିଯାଉଛି। ସେମାନେ ଫୁଟ୍‌ପାଥ୍‌ ସହ ରାସ୍ତାକୁ କବ୍‌ଜା କରି ରହୁଥିବାରୁ ଗାଡ଼ିମୋଟର ଚଳାଚଳ ଓ ଲୋକଙ୍କ ଯାତାୟାତା ବାଧାପ୍ରାପ୍ତ ହେଉଛି। ଏଥିପ୍ରତି ନା ପାଲିସ ଅବା ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି।

କଟକଣା ମାନୁନାହାନ୍ତି : ଟ୍ରାଫିକ୍‌ ଡିସିପି

ଟ୍ରାଫିକ୍‌ ଜାମ୍‌ ଦୂର ପାଇଁ ରାମମନ୍ଦିରରୁ ବୁଦ୍ଧ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ତଥାପି ଟ୍ରାଫିକ୍‌ ସମସ୍ୟା ସୃଷ୍ଟିହୋଇ ଲୋକେ ହୀନସ୍ତା ହେବା ଏହାର ପରିଚାଳନାରେ ତ୍ରୁଟି ଥିବା କୁହାଯାଉଛି। ଏ ନେଇ ଟ୍ରାଫିକ୍‌ ଡିସିପି ସାଗରିକା ନାଥ କହିଛନ୍ତି, ଉକ୍ତ ରାସ୍ତାକୁ ଓ୍ବାନ୍‌ ଓ୍ବେ କରାଯାଇଛି। ତଥାପି ଲୋକେ ମାନୁନାହାନ୍ତି। ତେଣୁ ମେଳା ଶେଷହେବା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଗାଡି ଚଳାଚଳ ବନ୍ଦ କରିବା ପାଇଁ ଯୋଜନା କରାଯାଉଛି। ଏପରି କି ଆସନ୍ତା ବର୍ଷ ଏପରି ଦୁଇଟି ମେଳାକୁ ଅଲଗା ଅଲଗା ସ୍ଥାନରେ ଆୟୋଜନ କରିବାକୁ ପ୍ରଶାସନକୁ ପ୍ରସ୍ତାବ ଦେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri