ପ୍ରଥମ ସାମୁଦ୍ରିକ କବରଖାନା

କୋଝିକୋଡ: ସମୁଦ୍ରର ଅଥଳ ଜଳରାଶିଠାରୁ ଆରମ୍ଭ କରି ଏଭେରଷ୍ଟ, ଆମାଜନର ଘଞ୍ଚ ଜଙ୍ଗଲରୁ ସାହାରାର ବିସ୍ତୀର୍ଣ୍ଣ ମରୁପ୍ରାନ୍ତ ଯାଏ ସବୁଠି ମନୁଷ୍ୟକୃତ ଆବର୍ଜନାର ପାହାଡ଼। ଜାଣତ କିମ୍ବା ଅଜାଣତରେ ପ୍ରାକୃତିକ ପରିବେଶରେ ଏପରି ହସ୍ତକ୍ଷେପ ଏବେ ମଣିଷ ଜାତି ପାଇଁ ବୁମେରାଂ ପାଲଟିଛି। ଏହାଦ୍ୱାରା ଯେ କେବଳ ମାନବ ସଭ୍ୟତା ଧ୍ୱଂସ ପାଇବା ଆଶଙ୍କା ରହିଛି ତାହା ନୁହେଁ, ବରଂ ଏହା ଅନ୍ୟ ପ୍ରାଣୀଙ୍କୁ ମଧ୍ୟ ବିଲୁପ୍ତ ଅବସ୍ଥାକୁ ଟାଣିନେଲାଣି। ବଢୁଥିବା କଂକ୍ରିଟ ଜଙ୍ଗଲ ଏବଂ କମୁଥିବା ସବୁଜ ବନାନୀ ପାଇଁ ଅନେକ ଜୀବଜନ୍ତୁ ବଞ୍ଚତ୍ବାକୁ ସଂଘର୍ଷ କରୁଛନ୍ତି। ଏପରି ସ୍ଥିତିରେ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବାକୁ କେରଳର କୋଝିକୋଡ଼ରେ ନିର୍ମାଣ କରାଯାଉଛି ପୃଥିବୀର ପ୍ରଥମ ସାମୁଦ୍ରିକ କବରଖାନା। ବିଲୁପ୍ତ ହୋଇସାରିଥିବା ମାଛମାନଙ୍କ ପାଇଁ ଏହାକୁ ଉତ୍ସର୍ଗ କରାଯାଇଛି।
ବିଷାକ୍ତ ହେବାରେ ଲାଗିଛି ପରିବେଶ। ଜଳ, ବାୟୁ ଭଳି ପ୍ରାକୃତିକ ତତ୍ତ୍ୱ ଉପରେ ମନୁଷ୍ୟର ଅଯଥା ହସ୍ତକ୍ଷେପ ଜୀବନଚକ୍ରକୁ ପ୍ରଭାବିତ କରୁଛି। ଏଥିରେ ସର୍ବାଧିକ ପ୍ରଭାବିତ ହେଉଛି ସମୁଦ୍ର। ସବୁଜଗ୍ରହ ପୃଥିବୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସମୁଦ୍ର ଏବେ ଆବର୍ଜନାକୁଣ୍ଡରେ ପରିଣତ ହେଲାଣି। ଏହାଦ୍ୱାରା କେତେ ଯେ ସାମୁଦ୍ରିକ ଜୀବ ବିଲୁପ୍ତ ହୋଇସାରିଲେଣି ତାହା କଳିବା ଅସମ୍ଭବ। ଖାସ୍‌ ଏହି କଥାକୁ ଜନମାନସରେ ପ୍ରଚାର କରିବାକୁ ସେଠାକାର ଜିଲା ପ୍ରଶାସନ ଆରମ୍ଭ କରିଛି ‘କ୍ଲିନ ବିଚ୍‌ ମିଶନ’। ଏଥିସହ ପ୍ରଶାସନ, ବେପୋର ପୋର୍ଟ ଏବଂ ଜେଲିଫିସ୍‌ ଓ୍ବାଟରସ୍ପୋଟର୍‌ସର ମିଳିତ ସହଯୋଗରେ ନିର୍ମାଣ କରାଯାଉଛି ଏହି ସାମୁଦ୍ରିକ କବରସ୍ଥାନ। ସବୁଠାରୁ ମଜାକଥା ହେଉଛି, ଏହାର ଢାଞ୍ଚା ତିଆରି ହେଉଛି ସିଙ୍ଗଲ ୟୁଜଡ ପ୍ଲାଷ୍ଟିକ୍‌ରେ। ଏହାକୁ ବିଲୁପ୍ତ ହୋଇସାରିଥିବା ୮ ପ୍ରଜାତିର ସାମୁଦ୍ରିକ ମାଛଙ୍କ ଉଦ୍ଦେଶ୍ୟରେ ସମର୍ପତ କରାଯାଇଛି। ଏଥିରେ ରହିଛି ସି-ହର୍ସ, ପ୍ୟାରଟ ଫିସ, ଇଗଲରେସ୍‌, କଇଁଛ, ଜେବ୍ରା ସାର୍କ, ହାମରହେଡ୍‌ ଭଳି ବିଲୁପ୍ତ ପ୍ରଜାତିର ସାମୁଦ୍ରିକ ଜୀବ। କେବଳ ଏତିକି ନୁହେଁ, ସ୍ଥାନୀୟ ମଧୁର ଜଳ ମାଛ ‘ମିସ୍‌ କେରଳ’ର ସ୍ମାରକୀ ମଧ୍ୟ ଏଠାରେ ସ୍ଥାନ ପାଇଛି।
ମିଶନ ସମ୍ପର୍କରେ ପୋର୍ଟ ଅଫିସର କ୍ୟାପ୍‌ଟେନ୍‌ ଅଶ୍ୱିନୀ ପ୍ରତାପ କୁହନ୍ତି, ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକରୁ ବଢୁଥିବା ପ୍ରଦୂଷଣ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହା ହେଉଛି ଏକ ପ୍ରତୀକାତ୍ମକ ସ୍ମାରକ। ମଣିଷ ସବୁବେଳେ ଅନ୍ୟ ଜୀବଙ୍କ ଆବାସସ୍ଥଳୀରେ ହସ୍ତକ୍ଷେପ କରୁଛି। ସମୁଦ୍ର, ନଦୀରେ ପ୍ଲାଷ୍ଟିକ ଭଳି ବିପଜ୍ଜନକ ଆବର୍ଜନା ଫିଙ୍ଗିବା ଫଳରେ ଅନେକ ଜୀବ ବିଲୁପ୍ତ ଅବସ୍ଥାକୁ ଆସିଗଲେଣି। ଏହି ସ୍ମାରକ ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାରର ସାଂଘାତିକ ପରିଣାମ ବିଷୟରେ ଅବଗତ କରାଇବ। ଏକ ରିପୋର୍ଟ ଅନୁଯାୟୀ ପାଣି ଓ ପବନରେ ବଢୁଥିବା ପ୍ରଦୂଷଣ ଯୋଗୁ ପୃଥିବୀର ୭୦୦ ପ୍ରଜାତିର ଜୀବ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ
କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri