ପ୍ରଥମ ସାମୁଦ୍ରିକ କବରଖାନା

କୋଝିକୋଡ: ସମୁଦ୍ରର ଅଥଳ ଜଳରାଶିଠାରୁ ଆରମ୍ଭ କରି ଏଭେରଷ୍ଟ, ଆମାଜନର ଘଞ୍ଚ ଜଙ୍ଗଲରୁ ସାହାରାର ବିସ୍ତୀର୍ଣ୍ଣ ମରୁପ୍ରାନ୍ତ ଯାଏ ସବୁଠି ମନୁଷ୍ୟକୃତ ଆବର୍ଜନାର ପାହାଡ଼। ଜାଣତ କିମ୍ବା ଅଜାଣତରେ ପ୍ରାକୃତିକ ପରିବେଶରେ ଏପରି ହସ୍ତକ୍ଷେପ ଏବେ ମଣିଷ ଜାତି ପାଇଁ ବୁମେରାଂ ପାଲଟିଛି। ଏହାଦ୍ୱାରା ଯେ କେବଳ ମାନବ ସଭ୍ୟତା ଧ୍ୱଂସ ପାଇବା ଆଶଙ୍କା ରହିଛି ତାହା ନୁହେଁ, ବରଂ ଏହା ଅନ୍ୟ ପ୍ରାଣୀଙ୍କୁ ମଧ୍ୟ ବିଲୁପ୍ତ ଅବସ୍ଥାକୁ ଟାଣିନେଲାଣି। ବଢୁଥିବା କଂକ୍ରିଟ ଜଙ୍ଗଲ ଏବଂ କମୁଥିବା ସବୁଜ ବନାନୀ ପାଇଁ ଅନେକ ଜୀବଜନ୍ତୁ ବଞ୍ଚତ୍ବାକୁ ସଂଘର୍ଷ କରୁଛନ୍ତି। ଏପରି ସ୍ଥିତିରେ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବାକୁ କେରଳର କୋଝିକୋଡ଼ରେ ନିର୍ମାଣ କରାଯାଉଛି ପୃଥିବୀର ପ୍ରଥମ ସାମୁଦ୍ରିକ କବରଖାନା। ବିଲୁପ୍ତ ହୋଇସାରିଥିବା ମାଛମାନଙ୍କ ପାଇଁ ଏହାକୁ ଉତ୍ସର୍ଗ କରାଯାଇଛି।
ବିଷାକ୍ତ ହେବାରେ ଲାଗିଛି ପରିବେଶ। ଜଳ, ବାୟୁ ଭଳି ପ୍ରାକୃତିକ ତତ୍ତ୍ୱ ଉପରେ ମନୁଷ୍ୟର ଅଯଥା ହସ୍ତକ୍ଷେପ ଜୀବନଚକ୍ରକୁ ପ୍ରଭାବିତ କରୁଛି। ଏଥିରେ ସର୍ବାଧିକ ପ୍ରଭାବିତ ହେଉଛି ସମୁଦ୍ର। ସବୁଜଗ୍ରହ ପୃଥିବୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସମୁଦ୍ର ଏବେ ଆବର୍ଜନାକୁଣ୍ଡରେ ପରିଣତ ହେଲାଣି। ଏହାଦ୍ୱାରା କେତେ ଯେ ସାମୁଦ୍ରିକ ଜୀବ ବିଲୁପ୍ତ ହୋଇସାରିଲେଣି ତାହା କଳିବା ଅସମ୍ଭବ। ଖାସ୍‌ ଏହି କଥାକୁ ଜନମାନସରେ ପ୍ରଚାର କରିବାକୁ ସେଠାକାର ଜିଲା ପ୍ରଶାସନ ଆରମ୍ଭ କରିଛି ‘କ୍ଲିନ ବିଚ୍‌ ମିଶନ’। ଏଥିସହ ପ୍ରଶାସନ, ବେପୋର ପୋର୍ଟ ଏବଂ ଜେଲିଫିସ୍‌ ଓ୍ବାଟରସ୍ପୋଟର୍‌ସର ମିଳିତ ସହଯୋଗରେ ନିର୍ମାଣ କରାଯାଉଛି ଏହି ସାମୁଦ୍ରିକ କବରସ୍ଥାନ। ସବୁଠାରୁ ମଜାକଥା ହେଉଛି, ଏହାର ଢାଞ୍ଚା ତିଆରି ହେଉଛି ସିଙ୍ଗଲ ୟୁଜଡ ପ୍ଲାଷ୍ଟିକ୍‌ରେ। ଏହାକୁ ବିଲୁପ୍ତ ହୋଇସାରିଥିବା ୮ ପ୍ରଜାତିର ସାମୁଦ୍ରିକ ମାଛଙ୍କ ଉଦ୍ଦେଶ୍ୟରେ ସମର୍ପତ କରାଯାଇଛି। ଏଥିରେ ରହିଛି ସି-ହର୍ସ, ପ୍ୟାରଟ ଫିସ, ଇଗଲରେସ୍‌, କଇଁଛ, ଜେବ୍ରା ସାର୍କ, ହାମରହେଡ୍‌ ଭଳି ବିଲୁପ୍ତ ପ୍ରଜାତିର ସାମୁଦ୍ରିକ ଜୀବ। କେବଳ ଏତିକି ନୁହେଁ, ସ୍ଥାନୀୟ ମଧୁର ଜଳ ମାଛ ‘ମିସ୍‌ କେରଳ’ର ସ୍ମାରକୀ ମଧ୍ୟ ଏଠାରେ ସ୍ଥାନ ପାଇଛି।
ମିଶନ ସମ୍ପର୍କରେ ପୋର୍ଟ ଅଫିସର କ୍ୟାପ୍‌ଟେନ୍‌ ଅଶ୍ୱିନୀ ପ୍ରତାପ କୁହନ୍ତି, ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକରୁ ବଢୁଥିବା ପ୍ରଦୂଷଣ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହା ହେଉଛି ଏକ ପ୍ରତୀକାତ୍ମକ ସ୍ମାରକ। ମଣିଷ ସବୁବେଳେ ଅନ୍ୟ ଜୀବଙ୍କ ଆବାସସ୍ଥଳୀରେ ହସ୍ତକ୍ଷେପ କରୁଛି। ସମୁଦ୍ର, ନଦୀରେ ପ୍ଲାଷ୍ଟିକ ଭଳି ବିପଜ୍ଜନକ ଆବର୍ଜନା ଫିଙ୍ଗିବା ଫଳରେ ଅନେକ ଜୀବ ବିଲୁପ୍ତ ଅବସ୍ଥାକୁ ଆସିଗଲେଣି। ଏହି ସ୍ମାରକ ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାରର ସାଂଘାତିକ ପରିଣାମ ବିଷୟରେ ଅବଗତ କରାଇବ। ଏକ ରିପୋର୍ଟ ଅନୁଯାୟୀ ପାଣି ଓ ପବନରେ ବଢୁଥିବା ପ୍ରଦୂଷଣ ଯୋଗୁ ପୃଥିବୀର ୭୦୦ ପ୍ରଜାତିର ଜୀବ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ
କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri