Posted inଖେଳ

ପ୍ରଥମ ଦେଖାରେ ଅନୁଷ୍କାଙ୍କୁ ଏମିତି କହିଥିଲେ ବିରାଟ

ଭାରତର ରନ ମେସିନ ବିରାଟ କୋହଲି ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବହୁ ପ୍ରତିଷ୍ଠିତ କ୍ରିକେଟର୍‌ ଓ ବଲିଉଡ କଳକାର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କୋହଲି ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସହ ଭୁଟାନରେ ନିଜ ଜନ୍ମଦିନ ମନାଉଛନ୍ତି। କିନ୍ତୁ ଜାଣିଛନ୍ତି କି ଅନୁଷ୍ପା ଶର୍ମାଙ୍କୁ ପ୍ରଥମ ଦେଖାରେ ବିରାଟ କ’ଣ କହିଥିଲେ। ୨୦୧୩ରେ ଏକ ସାମ୍ପୋ ବିଜ୍ଞାପନ ଶୁଟିଂବେଳେ ଉଭୟଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଥିଲା। ପ୍ରଥମ ଦେଖରାରେ ଅନୁଷ୍କାଙ୍କୁ ଦେଖି ଡରିଯାଇଥିଲେ ବିରାଟ। ଶୁଟିଂ ସେଟକୁ ଅନୁଷ୍କା ଆସିବା ମାତ୍ରେ ବିରାଟ ମନେ ମନେ ଭାବୁଥିଲେ, ସେ(ଅନୁଷ୍କା) ମୋଠାରୁ ବହୁତ ଅଧିକ ଉଚ୍ଚତା ଦେଖାଯାଉଛନ୍ତି। ତେଣୁ ତାଙ୍କୁ ମଜାକରେ କହିଲେ, ‘ତୁମକୁ କଣ ଆଉ ଅଧିକ ଉଚ୍ଚ ହିଲ୍‌ ମିଳିଲାନି’ ଏହି କଥା ଶୁଣି ଅନୁଷ୍କା କହିଲେ ଏକ୍ସକ୍ୟୁଜ୍‌ ମି। ତତ୍‌କ୍ଷଣାତ୍‌ ବିରାଟ କହିଥିଲେ, ମୁଁ ମଜାକ କରୁଛି। ଏହାପରେ ସବୁକିଛି ଠିକ୍‌ ହୋଇଯାଇଥିଲା। ଉଭୟ ବିଜ୍ଞାପନ ଶୁଟିଂ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri