ପ୍ରଥମ ଦିନରେ ଗାଡ଼ି ଯାଞ୍ଚ କଡ଼ାକଡ଼ି : ୧୦ ଗୁଣା ଜରିମାନା ଗଣିଲେ ଉଲ୍ଲଂଘନକାରୀ

ଭୁବନେଶ୍ୱର,୨ା୯(ବ୍ୟୁରୋ) : ସାରା ଦେଶରେ ନୂଆ ମୋଟର ଆଇନ ରବିବାରଠାରୁ ଲାଗୁ ହୋଇଛି। ଏହି ଆଇନ ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୧୦ ଗୁଣା ଜରିମାନା ଆଦାୟ କରାଯାଉଛି। ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ଜିଲାର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ବିଶେଷକରି କଟକ, ଭୁବନେଶ୍ୱର, ରାଉରକେଲା, ପୁରୀ ଓ ଅନ୍ୟ ସହରଗୁଡ଼ିକରେ ମଧ୍ୟ ପ୍ରଥମ ଦିନରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ ସେମାନଙ୍କଠାରୁ ପୋଲିସ ମୋଟା ରକମର ଜରିମାନା ଆଦାୟ କରିଛି। ଏପରିକି ପ୍ରଥମ ଦିନରେ ମଧ୍ୟ ବିନା ଲାଇସେନ୍ସରେ ଗାଡ଼ି ଚଲାଉଥିବା ସ୍କୁଲ ପିଲାଙ୍କୁ ପୋଲିସ ଧରି ଜରିମାନା ଆଦାୟ କରିଥିଲା।
ରାଜଧାନୀରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ରବିବାର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ଛକର ଦୁଇ ପାର୍ଶ୍ୱରେ ଟ୍ରାଫିକ୍‌ ପୋଲିସ ଛକି ରହୁଥିଲେ। ବିନା ହେଲମେଟ୍‌ କିମ୍ବା ସିଟ୍‌ବେଲ୍ଟ ବାନ୍ଧି ନ ଥିବା କାର ଚାଳକଙ୍କୁ ପୋଲିସ ମାଡ଼ି ବସୁଥିଲା। ଏପରିକି ଅନେକେ ନୂଆ ନିୟମ ବିଷୟରେ ଜାଣି ନ ଥିବା, ପରବର୍ତ୍ତୀ ସମୟରେ ଏଭଳି ଭୁଲ କରିବେ ନାହିଁ ବୋଲି କହିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଛାଡ଼ି ନ ଥିଲା। ବିଶେଷ କରି ଭୁବନେଶ୍ୱରର ଏଜି ଛକ, ନାଲ୍‌କୋ ଛକ, ରାଜମହଲ, ପଟିଆ, ରାମମନ୍ଦିର, ସିଆରପି, ଆଚାର୍ଯ୍ୟବିହାର, ଜୟଦେବବିହାର ଛକ ଆଦି ସ୍ଥାନରେ ବଡ଼ଧରଣର ଯାଞ୍ଚ ୧୦ ଗୁଣା…କରାଯାଉଥିଲା। ଏପରି କି ଜେବ୍ରା କ୍ରସିଂ ଉପରେ ଗାଡ଼ି ରଖିବା, ଫୁଟ୍‌ପାଥ୍‌ରେ ଗାଡ଼ି ଚଲାଇବା ମାତ୍ରେ ପୋଲିସ ଏକ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା। ଅନେକ ଲୋକ ଜରିମାନା ପ୍ରତି ସତର୍କ ହୋଇପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା। କାରଣ ବାଇକ୍‌ ପଛରେ ବସିଥିବା ଲୋକ ମଧ୍ୟ ହେଲମେଟ୍‌ ପିନ୍ଧିଥିଲେ।
ଅନ୍ୟପକ୍ଷରେ ରବିବାର ସକାଳେ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ଏଜି ଛକରେ ଲିଫଲେଟ୍‌ ବାଣ୍ଟି ଯାତ୍ରୀଙ୍କୁ ନୂଆ ଆଇନ ବିଷୟରେ ସଚେତନ କରିଥିଲେ। ଟ୍ରାଫିକ ନିୟମ ଉଲ୍ଲଂଘନ କରି ୧୦ ଗୁଣା ଜରିମାନା ଗଣିଥିବା ଅଧିକାଂଶ ଲୋକ ନୂଆ ମୋଟର ଆଇନ ବିଷୟରେ ଅବଗତ ନଥିବା କହିଛନ୍ତି। ଏଥିପାଇଁ ସଚେତନ କରିବା ଆବଶ୍ୟକ ବୋଲି ସେମାନେ କହିଥିଲେ। ଅନେକ ଯାତ୍ରୀଙ୍କଠାରୁ ଏଭଳି ଶୁଣିବା ପରେ ଶେଷରେ ପୋଲିସ ଡାକବାଜି ଯନ୍ତ୍ରରେ ରବିବାର ଏକାଧିକ ଛକରେ ଆଇନ ସମ୍ପର୍କରେ ସଚେତନ କରିଥିଲା। ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଧରାପଡିଥିଲେ, ସେମାନେ ହଠାତ୍‌ ଏତେ ଗୁଡ଼ାଏ ଟଙ୍କା ଦେବାକୁ କୁଣ୍ଠାବୋଧ କରିଥିଲେ। ହେଲେ ପୋଲିସ ସେମାଙ୍କୁ ଛାଡିବା ପରିସ୍ଥିତିରେ ନଥିଲା। ଜରିମାନା ଯେଉଁମାନେ ଦେଉ ନ ଥିଲେ, ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଖିବା ସହ ଗାଡ଼ି ଜବତ କରି ଟ୍ରାଫିକ୍‌ ଥାନାକୁ ନେଉଥିଲା। ପ୍ରଥମ ଦିନରେ ହେଲମେଟ୍‌ ପିନ୍ଧି ନ ଥିବା ବ୍ୟକ୍ତିଙ୍କଠାରୁ ଅଧିକ ଫାଇନ ଅସୁଲ ହୋଇଥିଲା। ଯେଉଁମାନେ ଧରାପଡୁଥିଲେ ସେମାନଙ୍କ ଗାଡିର ଡ୍ରାଇଭିଂ ଲାଇସେନ୍ସ ଏବଂ ଇନ୍‌ସ୍ୟୁରାନ୍ସ ଯାଞ୍ଚ କରିବା ପରେ ପ୍ରାୟତଃ ଇନ୍‌ସୁରାନ୍ସ ନ ଥିବା ଜଣାପଡିଛି।
ଆଗାମୀ ଦିନରେ ପୋଲିସ ପକ୍ଷରୁ ସରପ୍ରାଇଜ୍‌ ଯାଞ୍ଚ କରାଯିବ। ଯେଉଁ ସ୍ଥାନରେ ଯାଞ୍ଚ ହେବ ନାହିଁ ବୋଲି ଯାତ୍ରୀ ଭାବୁଥିବେ, ସେହି ସ୍ଥାନରେ ଚଢାଉ କରାଯାଇ ଯାଞ୍ଚ କରାଯିବ ବୋଲି କଟକ-ଭୁବନେଶ୍ୱର ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା କହିଛନ୍ତି। ଡିସିପି ଅନୁପ ସାହୁ ଯାଞ୍ଚ ଚାଲିଥିବା ଅନେକ ଛକକୁ ଯାଇ ବୁଲି ଦେଖିଥିଲେ। ଏନେଇ ଡିସିପି ସାହୁ କହିଛନ୍ତି, ଆମେ ଲୋକଙ୍କୁ ସଚେତନ ହେବାକୁ କହୁଛୁ, ମୋଟା ରକମର ଜରିମାନା ଆଦାୟ କରିବା ଆମର ଉଦ୍ଦେଶ୍ୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଠିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri