ପ୍ରଥମ ଦିନରେ ଗାଡ଼ି ଯାଞ୍ଚ କଡ଼ାକଡ଼ି : ୧୦ ଗୁଣା ଜରିମାନା ଗଣିଲେ ଉଲ୍ଲଂଘନକାରୀ

ଭୁବନେଶ୍ୱର,୨ା୯(ବ୍ୟୁରୋ) : ସାରା ଦେଶରେ ନୂଆ ମୋଟର ଆଇନ ରବିବାରଠାରୁ ଲାଗୁ ହୋଇଛି। ଏହି ଆଇନ ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୧୦ ଗୁଣା ଜରିମାନା ଆଦାୟ କରାଯାଉଛି। ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ଜିଲାର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ବିଶେଷକରି କଟକ, ଭୁବନେଶ୍ୱର, ରାଉରକେଲା, ପୁରୀ ଓ ଅନ୍ୟ ସହରଗୁଡ଼ିକରେ ମଧ୍ୟ ପ୍ରଥମ ଦିନରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ ସେମାନଙ୍କଠାରୁ ପୋଲିସ ମୋଟା ରକମର ଜରିମାନା ଆଦାୟ କରିଛି। ଏପରିକି ପ୍ରଥମ ଦିନରେ ମଧ୍ୟ ବିନା ଲାଇସେନ୍ସରେ ଗାଡ଼ି ଚଲାଉଥିବା ସ୍କୁଲ ପିଲାଙ୍କୁ ପୋଲିସ ଧରି ଜରିମାନା ଆଦାୟ କରିଥିଲା।
ରାଜଧାନୀରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ରବିବାର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ଛକର ଦୁଇ ପାର୍ଶ୍ୱରେ ଟ୍ରାଫିକ୍‌ ପୋଲିସ ଛକି ରହୁଥିଲେ। ବିନା ହେଲମେଟ୍‌ କିମ୍ବା ସିଟ୍‌ବେଲ୍ଟ ବାନ୍ଧି ନ ଥିବା କାର ଚାଳକଙ୍କୁ ପୋଲିସ ମାଡ଼ି ବସୁଥିଲା। ଏପରିକି ଅନେକେ ନୂଆ ନିୟମ ବିଷୟରେ ଜାଣି ନ ଥିବା, ପରବର୍ତ୍ତୀ ସମୟରେ ଏଭଳି ଭୁଲ କରିବେ ନାହିଁ ବୋଲି କହିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଛାଡ଼ି ନ ଥିଲା। ବିଶେଷ କରି ଭୁବନେଶ୍ୱରର ଏଜି ଛକ, ନାଲ୍‌କୋ ଛକ, ରାଜମହଲ, ପଟିଆ, ରାମମନ୍ଦିର, ସିଆରପି, ଆଚାର୍ଯ୍ୟବିହାର, ଜୟଦେବବିହାର ଛକ ଆଦି ସ୍ଥାନରେ ବଡ଼ଧରଣର ଯାଞ୍ଚ ୧୦ ଗୁଣା…କରାଯାଉଥିଲା। ଏପରି କି ଜେବ୍ରା କ୍ରସିଂ ଉପରେ ଗାଡ଼ି ରଖିବା, ଫୁଟ୍‌ପାଥ୍‌ରେ ଗାଡ଼ି ଚଲାଇବା ମାତ୍ରେ ପୋଲିସ ଏକ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା। ଅନେକ ଲୋକ ଜରିମାନା ପ୍ରତି ସତର୍କ ହୋଇପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା। କାରଣ ବାଇକ୍‌ ପଛରେ ବସିଥିବା ଲୋକ ମଧ୍ୟ ହେଲମେଟ୍‌ ପିନ୍ଧିଥିଲେ।
ଅନ୍ୟପକ୍ଷରେ ରବିବାର ସକାଳେ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ଏଜି ଛକରେ ଲିଫଲେଟ୍‌ ବାଣ୍ଟି ଯାତ୍ରୀଙ୍କୁ ନୂଆ ଆଇନ ବିଷୟରେ ସଚେତନ କରିଥିଲେ। ଟ୍ରାଫିକ ନିୟମ ଉଲ୍ଲଂଘନ କରି ୧୦ ଗୁଣା ଜରିମାନା ଗଣିଥିବା ଅଧିକାଂଶ ଲୋକ ନୂଆ ମୋଟର ଆଇନ ବିଷୟରେ ଅବଗତ ନଥିବା କହିଛନ୍ତି। ଏଥିପାଇଁ ସଚେତନ କରିବା ଆବଶ୍ୟକ ବୋଲି ସେମାନେ କହିଥିଲେ। ଅନେକ ଯାତ୍ରୀଙ୍କଠାରୁ ଏଭଳି ଶୁଣିବା ପରେ ଶେଷରେ ପୋଲିସ ଡାକବାଜି ଯନ୍ତ୍ରରେ ରବିବାର ଏକାଧିକ ଛକରେ ଆଇନ ସମ୍ପର୍କରେ ସଚେତନ କରିଥିଲା। ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଧରାପଡିଥିଲେ, ସେମାନେ ହଠାତ୍‌ ଏତେ ଗୁଡ଼ାଏ ଟଙ୍କା ଦେବାକୁ କୁଣ୍ଠାବୋଧ କରିଥିଲେ। ହେଲେ ପୋଲିସ ସେମାଙ୍କୁ ଛାଡିବା ପରିସ୍ଥିତିରେ ନଥିଲା। ଜରିମାନା ଯେଉଁମାନେ ଦେଉ ନ ଥିଲେ, ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଖିବା ସହ ଗାଡ଼ି ଜବତ କରି ଟ୍ରାଫିକ୍‌ ଥାନାକୁ ନେଉଥିଲା। ପ୍ରଥମ ଦିନରେ ହେଲମେଟ୍‌ ପିନ୍ଧି ନ ଥିବା ବ୍ୟକ୍ତିଙ୍କଠାରୁ ଅଧିକ ଫାଇନ ଅସୁଲ ହୋଇଥିଲା। ଯେଉଁମାନେ ଧରାପଡୁଥିଲେ ସେମାନଙ୍କ ଗାଡିର ଡ୍ରାଇଭିଂ ଲାଇସେନ୍ସ ଏବଂ ଇନ୍‌ସ୍ୟୁରାନ୍ସ ଯାଞ୍ଚ କରିବା ପରେ ପ୍ରାୟତଃ ଇନ୍‌ସୁରାନ୍ସ ନ ଥିବା ଜଣାପଡିଛି।
ଆଗାମୀ ଦିନରେ ପୋଲିସ ପକ୍ଷରୁ ସରପ୍ରାଇଜ୍‌ ଯାଞ୍ଚ କରାଯିବ। ଯେଉଁ ସ୍ଥାନରେ ଯାଞ୍ଚ ହେବ ନାହିଁ ବୋଲି ଯାତ୍ରୀ ଭାବୁଥିବେ, ସେହି ସ୍ଥାନରେ ଚଢାଉ କରାଯାଇ ଯାଞ୍ଚ କରାଯିବ ବୋଲି କଟକ-ଭୁବନେଶ୍ୱର ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା କହିଛନ୍ତି। ଡିସିପି ଅନୁପ ସାହୁ ଯାଞ୍ଚ ଚାଲିଥିବା ଅନେକ ଛକକୁ ଯାଇ ବୁଲି ଦେଖିଥିଲେ। ଏନେଇ ଡିସିପି ସାହୁ କହିଛନ୍ତି, ଆମେ ଲୋକଙ୍କୁ ସଚେତନ ହେବାକୁ କହୁଛୁ, ମୋଟା ରକମର ଜରିମାନା ଆଦାୟ କରିବା ଆମର ଉଦ୍ଦେଶ୍ୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri