Posted inଫୁରସତ

ପ୍ରଥମ ଦରମା ଥିଲା ୨୦ଟଙ୍କା: ଲୋକପ୍ରିୟ ବିଜ୍ଞାନ ଲେଖକ ଶରତ ଚନ୍ଦ୍ର ମିଶ୍ର

ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଆର୍ମଳା ଗାଁରେ ମୋ ଜନ୍ମ। ରେମୁଣା ହାଇସ୍କୁଲ୍‌ରୁ ୧୯୭୧ ମସିହାରେ ମାଟ୍ରିକ୍‌ ପାସ୍‌ କରି ଫକୀର ମୋହନ କଲେଜରେ ଅଧ୍ୟୟନ କଲି। ପଶୁ ଡାକ୍ତରୀ ପଢ଼ିବାର ସୁଯୋଗ ମିଳିଥିଲେ ବି ଆର୍ଥିକ ଅନଟନ ଯୋଗୁ ପଢ଼ି ନ ପାରି ଉଦ୍ଭିଦ ବିଜ୍ଞାନ ସମ୍ମାନ ନେଇ ବି.ଏସ୍‌ସି. ପାସ୍‌ କଲି। ଏହାପରେ ନୂତନ ଭାବେ ଗଢ଼ି ଉଠିଥିବା ଆର୍ମଳା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ଚାକିରି କରିଥିଲି। ମାସକୁ ଦରମା ମାତ୍ର ୨୦ ଟଙ୍କା। ପ୍ରଥମ ଦରମା ପାଇଲା ପରେ ବାପାଙ୍କ ପାଇଁ ଏକ ଗାମୁଛା କିଣିଥିଲି। ଆଉ ଯେଉଁ ଟଙ୍କା ବଳିଲା, ସେଥିରେ ଚକୋଲେଟ୍‌ କିଣି ମୁଁ ପଢ଼ାଉଥିବା ସ୍କୁଲ୍‌ ପିଲାମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲି। ସେତେବେଳେ ଏହି ସ୍କୁଲ୍‌ଟି ଅନ୍ୟ ଶିକ୍ଷକମାନଙ୍କ ପାଇଁ ଏକ ପ୍ଲାଟଫର୍ମ ସଦୃଶ ଥିଲା। ନୂତନ ଚାକିରି ବା ପଢ଼ାପଢ଼ିର ସୁଯୋଗ ଆସିଲେ ସେମାନେ ଏ ସ୍କୁଲ୍‌ ଛାଡ଼ି ଚାଲି ଯାଉଥିଲେ। କିନ୍ତୁ ମୋ ପାଇଁ ମୋ ବାପା, ଗ୍ରାମବାସୀ ତଥା ସ୍କୁଲ୍‌ ପରିଚାଳନା କମିଟି ସଦସ୍ୟମାନଙ୍କର ଆଭିମୁଖ୍ୟ ଥିଲା ଟିକେ ଭିନ୍ନ। ସେମାନଙ୍କର ଉକ୍ତି ଥିଲା-‘ମୁଁ ଚାଲିଗଲେ ସ୍କୁଲ୍‌ଟି ଭାଙ୍ଗିଯିବ’। ତେଣୁ ସେମାନଙ୍କ କଥାକୁ କାଟି ମୁଁ କୁଆଡ଼େ ଯାଇପାରିଲି ନାହିଁ। ହେଲେ ଅର୍ଥାଭାବ, ମାନସିକ ଦୁଶ୍ଚିନ୍ତା ତଥା ସ୍କୁଲ୍‌ର ପରିଚାଳନାକୁ ନେଇ ମୋତେ ଖୁବ୍‌ ବ୍ୟସ୍ତ, ବିବ୍ରତ ଲାଗୁଥିଲା ଓ ମନକୁ ଅନେକ ଭାବନା ଆସୁଥିଲା। ଶେଷରେ ସେହି ଭାବନାକୁ ନେଇ ‘ଧୂସର ଚନ୍ଦ୍ର’ ନାଁରେ ଏକ ଗପ ଲେଖିଲି। ଏହା ସେ ସମୟର ଏକ ପ୍ରତିଷ୍ଠିତ ପତ୍ରିକା ‘ନବରବି’ରେ ପ୍ରକାଶିତ ହେବା ପରେ ଅନେକ ଶୁଭେଚ୍ଛୁ ମୋତେ ଅଭିନନ୍ଦନ ପଠାଇଲେ। ଫଳରେ ମୁଁ ଲେଖାଲେଖି ଜାରି ରଖିଲି। ଏପଟେ ଶିକ୍ଷକତା ସହିତ କୃତିତ୍ୱର ସହ ଓଡିଆରେ ଏମ୍‌.ଏ, ବି.ଏଡ୍‌ ଓ ଏମ୍‌.ଏଡ୍‌ ମଧ୍ୟ ପାସ୍‌ କଲି। ହେଲେ ଚାକିରି ପାଇଁ ଅନ୍ୟତ୍ର ସୁଯୋଗ ପାଇଥିଲେ ମଧ୍ୟ ଯାଇପାରିଲି ନାହିଁ। କାରଣ ସେତେବେଳକୁ ଏ ସ୍କୁଲ୍‌ ପ୍ରତି ମୋ ମନରେ ଦୁର୍ବଳତା ସୃଷ୍ଟି ହୋଇସାରିଥିଲା। ତା’ସାଙ୍ଗକୁ ସ୍କୁଲ୍‌ ଛାଡି ନ ଯିବା ପାଇଁ ପୂର୍ବରୁ ମୋତେ ଯେଉଁ ଆକଟ କରାଯାଇଥିଲା, ତାକୁ ମଧ୍ୟ ଏଡାଇ ନ ପାରି ମୁଁ ସେହି ସ୍କୁଲ୍‌ର ପ୍ରଧାନଶିକ୍ଷକର ଗୁରୁ ଦାୟିତ୍ୱ ତୁଲାଇ ଚାଲିଲି। ଏମିତି କିଛିବର୍ଷ ଅଭାବ, ଅସୁବିଧା ଓ ଅନଟନ ମଧ୍ୟରେ କଟିବା ପରେ ସରକାର ଉକ୍ତ ସ୍କୁଲ୍‌କୁ ଅନୁଦାନ ଦେଲେ। ୧୯୮୫ରେ ଆମର ସର୍ଭିସ୍‌ ବୁକ୍‌ ଖୋଲା ହେଲା ଏବଂ ଆମେ ସରକାରୀ ହାରରେ ଦରମା ପାଇଲୁ। ସେ ସମୟରେ ଏକକାଳୀନ ସବୁ ବକେୟା ଦରମା ମିଳିଥିଲା। ଫଳରେ ବାପା, ବୋଉ, ଭାଇ, ପତ୍ନୀ ଓ ଝିଅ ପାଇଁ ନୂଆ ଲୁଗା କିଣିବା ସହ ମୋ ପାଇଁ ଗୋଟିଏ ହାତଘଣ୍ଟା ଓ ପକେଟ୍‌ ରେଡିଓଟିଏ କିଣିଥିଲି। ବାକି ଯାହା ବଳିଥିଲା ତାକୁ ବାପାଙ୍କୁ ଦେଇଥିଲି। ସେଦିନ ବାପା ମୋ ଦରମା ଟଙ୍କାକୁ ହାତରେ ଧରି ବହୁତ କାନ୍ଦିଥିଲେ, ଯାହା ଥିଲା ମୋ ପାଇଁ ଏକ ଅଭୁଲା ସ୍ମୃତି। ଏମିତି ସମୟ ବିତିଚାଲିଲା। ୨୫ ବର୍ଷ ଉକ୍ତ ସ୍କୁଲ୍‌ରେ ରହିବା ପରେ ଘରଠାରୁ ପ୍ରାୟ ୪୦ କି.ମି. ଦୂର ହଳଦୀପଦାର ଅଗରଓ୍ବାଲା ଉଚ୍ଚ ବିଦ୍ୟାପୀଠକୁ ପ୍ରଧାନଶିକ୍ଷକ ଭାବେ ବଦଳି ହୋଇଗଲି। ସେଠାରେ ଅନେକ ପୁରାତନ, ଅଭିଜ୍ଞ ଓ ଉତ୍ସାହୀ ଶିକ୍ଷକଙ୍କର ସାହାଯ୍ୟ, ସହଯୋଗରେ ବିଦ୍ୟାପୀଠର ବାର୍ଷିକ ପରୀକ୍ଷାଫଳ, ପରିବେଶ ଓ ପରିଚାଳନା ବେଶ୍‌ ଉନ୍ନତ ହେବାକୁ ଲାଗିଲା। ଫଳରେ ଉକ୍ତ ବିଦ୍ୟାପୀଠକୁ ଜିଲାର ଏକ ପ୍ରମୁଖ ବିଦ୍ୟାଳୟର ପରିଚିତି ମିଳିଲା। ତା’ସହିତ ମୋତେ ମଧ୍ୟ ୨୦୦୯ରେ ‘କୃତୀ ଶିକ୍ଷକ’ ଭାବେ ଓଡିଶା ସରକାରଙ୍କ ଦ୍ୱାରା ସମ୍ମାନିତ କରାଗଲା। ସେତେବେଳକୁ ମୁଁ ଲେଖାଲେଖିରେ କିଛି ପଥ ଅତିକ୍ରମ କରିସାରିଥାଏ। ପଠନ, ଲିଖନ ଓ ଚିନ୍ତନ ସହ ବିଜ୍ଞାନକୁ ଜନପ୍ରିୟ ଓ ଲୋକାଭିମୁଖୀ କରାଇବା ନିମନ୍ତେ ଚେଷ୍ଟା ମଧ୍ୟ ଜାରି ରଖିଥାଏ। ଛାତ୍ରୀଛାତ୍ରମାନେ ବିଜ୍ଞାନକୁ କିପରି ଭଲପାଇବେ ଓ ଅଙ୍ଗେନିଭାଇ ଅନୁଭୂତିକୁ ସାଉଁଟିବେ ସେଥିପାଇଁ ମୁଁ ପାଞ୍ଚଖଣ୍ଡ ‘ବିଜ୍ଞାନ ପ୍ରଦର୍ଶନୀ ପ୍ରଯୋଜନା’ ପୁସ୍ତକ ଓ ପ୍ରାୟ ୧୫ ଖଣ୍ଡ ବିଜ୍ଞାନଧର୍ମୀ ପୁସ୍ତକ ରଚନା କରିଥିଲି, ଯେଉଁଥିପାଇଁ ୨୦୧୦ରେ ଓଡ଼ିଶା ବିଜ୍ଞାନ ଏକାଡେମୀ ମୋତେ ସମ୍ମାନନୀୟ ‘ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାର’ରେ ସମ୍ମାନିତ କରିଥିଲେ। ସେହିଭଳି ଗଣିତକୁ ସରଳ, ସାବଲୀଳ ଓ ସର୍ବ ଜନାଦୃତ କରାଇବା ପାଇଁ ୫ ଖଣ୍ଡ ପୁସ୍ତକ ମଧ୍ୟ ରଚନା କରିଥିଲି। ତେବେ ୨୦୧୩ ଫେବୃୟାରୀ ମାସରୁ ମୁଁ ଚାକିରିରୁ ଅବସର ଗ୍ରହଣ କରିସାରିଥିଲେ ହେଁ ଶିକ୍ଷାଦେବାରୁ ବିରତି ନେଇନାହିଁ। ଏବେ ବି ବିଭିନ୍ନ ବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରାଇବା ସହ ସେମାନଙ୍କୁ ଅନ୍ଧବିଶ୍ୱାସରୁ ମୁକୁଳାଇବା ଓ ଗଣିତ ବିଦ୍ୟାକୁ ଭୟମୁକ୍ତ କରି ଆନନ୍ଦଦାୟୀ କରାଇବା ନିମନ୍ତେ ଚେଷ୍ଟା ମୋର ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri