Posted inଖେଳ

ପ୍ରଥମ ଆଶେସ ଟେଷ୍ଟଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ବର୍ମିଂହାମ, ୬।୮-
ଷ୍ଟିଭ ସ୍ମିଥଙ୍କ ଡବଲ ଶତକ ଏବଂ ନାଥାନ ଲିୟନଙ୍କ ଚମତ୍କାର ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ପ୍ରଥମ ଆଶେସ କ୍ରିକେଟ ଟେଷ୍ଟରେ ବୃହତ୍‌ ବିଜୟ ହାସଲ କରିଛି। ସୋମବାର ଶେଷ ହୋଇଥିତ୍ବା ମ୍ୟାଚରେ ଏହି ଦଳ ୨୫୧ ରନରେ ଘରୋଇ ଇଂଲଣ୍ଡକୁ ପରାସ୍ତ କରିଛି। ୩୯୮ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୪୬ ରନରେ ଅଲଆଉଟ ହୋଇ ଯାଇଥିଲା। ଫଳରେ ଟିମ୍‌ ପେନ୍‌ଙ୍କ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ଉଭୟ ଇନିଂସରେ ଶତକ ହାସଲ କରିଥିବା ଷ୍ଟିଭ୍‌ ସ୍ମିଥ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ
ଚତୁର୍ଥ ଦିବସର ଅସମାପ୍ତ ସ୍କୋର ୧୩/୦ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ୮୫ ରନରେ ୪ଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା। ପ୍ରଥମ ଇନିଂସରେ ଶତକ ହାସଲକାରୀ ରୋରି ବନର୍‌ସ ୧୧, ନିର୍ଭରଯୋଗ୍ୟ ଜାସନ ରେ ୨୮, ଜୋ ଡେନ୍‌ଲି ୧୧ ଓ ଜୋ ରୁଟ୍‌ ୨୮ ରନ କରି ଆଉଟ ହୋଇ ସାରିଥିବାରୁ ଇଂଲଣ୍ଡ ପରାଜୟ ଆଶଙ୍କାରେ ପଡ଼ିଥିଲା। ବିରତି ପରେ ଇଂଲଣ୍ଡ ଇନିଂସ ଭୁଶୁଡ଼ି ପଡ଼ିଥିଲା। କେବଳ କ୍ରିସ୍‌ ଓ୍ବକ୍ସ(୩୭ ରନ)ଙ୍କୁ ଛାଡ଼ିଦେଲେ ମିଡଲ ଏବଂ ଲୋୟର ଅର୍ଡରର କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଫଳରେ ଘରୋଇ ଦଳର ଦ୍ୱିତୀୟ ଇନିଂସ ମାତ୍ର ୫୨.୩ ଓଭରରେ ଶେଷ ହୋଇ ଯାଇଥିଲା।
ଲିୟନଙ୍କୁ ୬ ଉଇକେଟ
ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ମୁଖ୍ୟ ନାୟକ ସାଜିଥିଲେ ଅଷ୍ଟ୍ରେଲିଆ ଅଫ୍‌ ସ୍ପିନର ନାଥାନ ଲିୟନ। ପ୍ରଥମ ଇନିଂସରେ ୩ଟି ଉଇକେଟ ନେଇଥିବା ଲିୟନ ଦ୍ୱିତୀୟ ଇନିଂସରେ ୬ ଉଇକେଟ ହାସଲ କରି ଇଂଲଣ୍ଡକୁ ପରାଜୟ ମୁହଁକୁ ଠେଲି ଦେଇଥିଲେ। ଏହି ଅବସରରେ ସେ ନିଜର ୩୫୦ତମ ଟେଷ୍ଟ ଉଇକେଟ ମଧ୍ୟ ପୂରଣ କରିଥିଲେ। ଏହାକୁ ମିଶାଇ ଲିୟନ ୧୫ଥର ଅଟଷ୍ଟରେ ୫ କିମ୍ବା ତଦୁର୍ଦ୍ଧ୍ୱ ଉଇକେଟ ନେଇଛନ୍ତି। ଅନ୍ୟ ଅଷ୍ଟ୍ରେଲୀୟ ବୋଲରଙ୍କ ମଧ୍ୟରେ ପ୍ୟାଟ୍‌ କୁମିନ୍ସ ୪ଟି ଉଇକେଟ ନେଇଥିଲେ। ସେ ଏଠାରେ କ୍ୟାରିୟରର ୧୦୦ତମ ଟେଷ୍ଟ ଉଇକେଟ ପୂରଣ କରିଥିଲେ। ଏଜବାଷ୍ଟନ ଗ୍ରାଉଣ୍ଡରେ ୨୦୦୧ପରେ ଅଷ୍ଟ୍ରେଲିଆର ଏହାଥିଲା ପ୍ରଥମ ବିଜୟ। ୨୦୦୧ରେ ଶେଷଥରପାଇଁ ଆଶେସ ସିରିଜର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଏହାପରେ ଏହି ଗ୍ରାଉଣ୍ଡରେ ଇଂଲଣ୍ଡ ଖେଳିଥିବା ୧୧ଟି ଅନ୍ତର୍ଜାତୀୟ ମ୍ୟାଚରେ ଅପରାଜେୟ ରହିଥିଲା।
ସଂକ୍ଷିପ୍ତ ସ୍କୋର
* ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୨୮୪
* ଇଂଲଣ୍ଡ ପ୍ରଥମ ଇନିଂସ: ୩୭୪
* ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୪୮୭/୭(ଘୋଷଣା)
* ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୧୪୬/ଅଲଆଉଟ(କ୍ରିସ୍‌ ଓ୍ବକ୍ସ-୩୭, ଜାସନ ରୟ-୨୮, ଜୋ ରୁଟ୍‌-୨୮, ନାଥାନ ଲିୟନ-୬/୪୯, ପ୍ୟାଟ୍‌ କୁମିନ୍ସ-୪/୩୨)।
*ମ୍ୟାନ ଅଫ ଦି ମ୍ୟାଚ: ଷ୍ଟିଭ୍‌ ସ୍ମିଥ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri