ପ୍ରତ୍ୟକ୍ଷ କରରେ ବଡ଼ ଧରଣର ସଂସ୍କାର ପ୍ରସ୍ତୁତି;ସର୍ବାଧିକ ଆୟକର୨୦% ସୁପାରିସ

ନୂଆଦିଲ୍ଲୀ,୨୧-୮: କେନ୍ଦ୍ର ସରକାର ପରୋକ୍ଷ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣି ଦେଶରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ କଲେ। ଏହାଦ୍ୱାରା ପ୍ରାୟ ଏକ ଡଜନରୁ ଊର୍ଦ୍ଧ୍ୱ ପରୋକ୍ଷ ଟିକସ ଲୋପ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏବେ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାରେ ବଡ଼ ଧରଣର ସଂସ୍କାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଦେଶରେ ପ୍ରତ୍ୟକ୍ଷ କର ଆଇନ ବଦଳରେ ଡାଇରେକ୍ଟ ଟ୍ୟାକ୍ସ କୋଡ୍‌(ଡିଟିସି) ଲାଗୁ କରିବା ଲାଗି ସରକାର ଏବେ ନିଷ୍ପତ୍ତି ନେଇଛନ୍ତି। ଏହାକୁ କିପରି ଲାଗୁ କରିହେବ ସେନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା। ବିଭିନ୍ନ ଦିଗ ଉପରେ ତର୍ଜମା କରି ଟାସ୍କଫୋର୍ସ ସରକାରଙ୍କୁ ତାଙ୍କର ସୁପାରିସ୍‌ ରିପୋର୍ଟ ପ୍ରଦାନ କରିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆୟକର ସ୍ଲାବ୍‌ରେ ପରିବର୍ତ୍ତନ କରି ଆୟକର ସୀମାକୁ ସର୍ବାଧିକ ୨୦%ରେ ସୀମିତ ରଖିବା ସହ ସମସ୍ତ କମ୍ପାନୀଙ୍କ ପାଇଁ କର୍ପୋରେଟ ଟିକସକୁ ୨୫%କୁ ହ୍ରାସ କରିବା ପାଇଁ ସୁପାରିସ କରାଯାଇଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ବ୍ୟକ୍ତିଗତ ଆୟକର ସୀମାକୁ ୫ରୁ ୨୦ % ମଧ୍ୟରେ ୪ ସ୍ଲାବ୍‌ରେ ସୀମିତ ରଖିବାକୁ ଟାସ୍କଫୋର୍ସ ସୁପାରିସ କରିଛି। ବର୍ତ୍ତମାନ ସର୍ବନିମ୍ନ ୫% ଓ ସର୍ବାଧିକ ୩୦% ଟିକସ ସ୍ଲାବ୍‌ ରହିଛି। ସେହିପରି ୬୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ପାଇଁ ଆୟକର ଛାଡ଼ ସୀମା ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୫%, ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୨୦% ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ ଆଦାୟ କରାଯାଉଛି। ଉଚିତ୍‌ ନିବେଶ ଦ୍ୱାରା ଜଣେ ବ୍ୟକ୍ତି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ର ସୁବିଧା ପାଇପାରିବେ। କାରଣ ଏହା ଉପରେ ଆୟକର ବିଭାଗ ପକ୍ଷରୁ ଅନେକ ପ୍ରକାର ରିବେଟ ଦିଆଯାଇଥାଏ। ବର୍ତ୍ତମାନ ବ୍ୟବସ୍ଥାରେ ବ୍ୟକ୍ତିଗତ ଟିକସଦାତାଙ୍କର ତିନୋଟି ଶ୍ରେଣୀ(୬୦ ବର୍ଷରୁ କମ୍‌, ୬୦ରୁ ୮୦ ବର୍ଷ ଓ ୮୦ ବର୍ଷରୁ ଊର୍ଦ୍ଧ୍ୱ) ରହିଛି।
ସେହିଭଳି କର୍ପୋରେଟ ଟିକସ କ୍ଷେତ୍ରରେ ମଧ୍ୟ ସଂସ୍କାର ପାଇଁ ସୁପାରିସ୍‌ କରାଯାଇଛି। ଏଥିରେ କୁହାଯାଇଛି ଯେ, ସମସ୍ତ କମ୍ପାନୀଙ୍କ ପାଇଁ କର୍ପୋରେଟ ଟିକସକୁ ୨୫%ରେ ସୀମିତ ରଖାଯାଉ। ବର୍ତ୍ତମାନ ବାର୍ଷିକ ୪୦୦ କୋଟି ଟଙ୍କା କାରବାର କରୁଥିବା କର୍ପୋରେଟଙ୍କ ପାଇଁ ୨୫% ଟିକସ ଧାର୍ଯ୍ୟ ହୋଇଛି। ଏହା ଅଧୀନରେ ଦେଶର ୯୯.୩% ପଞ୍ଜୀକୃତ କମ୍ପାନୀ ଆସିଯାଉଛନ୍ତି। ଅବଶିଷ୍ଟ ୦.୭ ପ୍ରତିଶତ ଏଥିରୁ ବାଦ୍‌ ପଡୁଛନ୍ତି। ତେବେ ଏହି ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ହୋଇଥିଲେ ହେଁ ସେମାନେ ସର୍ବାଧିକ ଟିକସ ଦେଉଛନ୍ତି। ଏହି ଟିକସ ହ୍ରାସ ବ୍ୟବସ୍ଥାକୁ ଧୀରେ ଧୀରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ କରିବା ଲାଗି ଟାସ୍କଫୋର୍ସ ସୁପାରିସରେ ଦର୍ଶାଇଛି। ସେହିପରି ମିନିମମ୍‌ ଅଲ୍ଟରନେଟ ଟ୍ୟାକ୍ସ(ଏମ୍‌ଏଟି) ଏବଂ ଲାଭାଂଶ ବିତରଣ ଟିକସ(ଡିଡିଟି)କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଲାଗି ସୁପାରିସ କରାଯାଇଛି। ଏହାଛଡ଼ା ଆୟ ଉପରେ ଦୋହରା ଟିକସ ଆଦାୟ ବୋଝକୁ ପ୍ରତ୍ୟାହାର କରିବାକୁ କୁହାଯାଇଛି। ଉଦ୍ୟୋଗ ଜଗତ ଡିଡିଟି ଓ ଏମ୍‌ଏଟି ତଥା ଏଲ୍‌ଟିସିଜି ପ୍ରତ୍ୟାହାର କରିବାକୁ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ସୂଚନାଥାଉ କି, ସରକାର ଆୟକର ଆଇନ, ୧୯୬୧କୁ ଫାଇନାନ୍ସ ବିଲ୍‌ ମାଧ୍ୟମରେ ପ୍ରତ୍ୟାହାର କରି ନେବାକୁ ଚାହୁଁଛନ୍ତି। ସେ ସ୍ଥାନରେ ଦେଶରେ ଡାଇରେକ୍ଟ ଟ୍ୟାକ୍ସ କୋଡ(ଡିଟିସି) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଆୟକର ଆଇନ ଲାଗୁ ହେବାର ଦୀର୍ଘ ୬୦ ବର୍ଷ ଭିତରେ ଏଥିରେ ଅନେକ ସଂଶୋଧନ ହୋଇସାରିଲାଣି। ଫଳସ୍ବରୂପ ମୂଳ ଆଇନ ନିଜର ଅସ୍ତିତ୍ୱ ହରାଇଛି। ଉପା ସରକାର ୨୦୧୦ରେ ନୂଆ ଆୟକର ଆଇନ ଆଣିବାକୁ ପ୍ରୟାସ କରିଥିଲେ। ସେତେବେଳେ ମଧ୍ୟ ଡିଟିସି ଲାଗୁ ନେଇ ଗଠିତ ଏକ ଟାସ୍କଫୋର୍ସ ବହୁ ସୁପାରିସ କରିଥିଲେ। ତେବେ ଭିତରେ ଓ ବାହାରେ ବିରୋଧର ସ୍ବର ଉଠିବା ପରେ ସରକାର ନିଜ ନିଷ୍ପତ୍ତିରୁ ପଛକୁ ହଟିଥିଲେ। ବର୍ତ୍ତମାନର ଟାସ୍କଫୋର୍ସ ରିପୋର୍ଟକୁ ମତାମତ ପାଇଁ ସରକାରୀ ଓ୍ବେବସାଇଟରେ ଉଲ୍ଲେଖ କରାଯିବ। କେନ୍ଦ୍ର ସରକାର ନୂଆ ଟିକସ ଆଇନକୁ ୨୦୨୦-୨୧ ବଜେଟର ଅଂଶଭାବେ ପ୍ରକାଶ କରିବେ ବୋଲି ଆଶାକରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri