୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌ ଟନ୍‌ ପିଆଜ ରପ୍ତାନି ପାଇଁ ସରକାର ଅନୁମୋଦନ ଦେଇଛନ୍ତି। ଏହି ୬ ଦେଶ ମଧ୍ୟରେ ବାଂଲାଦେଶ, ୟୁଏଇ, ଭୁଟାନ, ବାହାରିନ୍‌, ମରିସସ୍‌ ଏବଂ ଶ୍ରୀଲଙ୍କା ରହିଥିବା ଖାଉଟି କଲ୍ୟାଣ, ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ବିବୃତି ପ୍ରକାଶ ପାଇଛି। ପଶ୍ଚିମ ଏସିଆ ଏବଂ କେତେକ ୟୁରୋପୀୟ ଦେଶର ରପ୍ତାନି ବଜାର ପାଇଁ ୨,୦୦୦ ଟନ୍‌ ସ୍ବତନ୍ତ୍ର ଭାବେ ଧଳା ପିଆଜ ରପ୍ତାନିକୁ ମଧ୍ୟ କେନ୍ଦ୍ର ଅନୁମୋଦନ କରିଛି। ସୂଚନା ଥାଉ କି, କେନ୍ଦ୍ର ସରକାର ୨୦୨୩ ଡିସେମ୍ବର ୮ରେ ପିଆଜ ରପ୍ତାନି ଉପରେ କଟକଣା ଲଗାଇଥିଲେ। ଗତ ବର୍ଷ ତୁଳନାରେ ୨୦୨୩-୨୪ରେ କମ୍‌ ଖରିଫ ଏବଂ ରବି ଉତ୍ପାଦନର ପୂର୍ବାନୁମାନକରି ପର୍ଯ୍ୟାପ୍ତ ଘରୋଇ ଉପଲବ୍ଧତା ନିଶ୍ଚିତ କରିବାକୁ ରପ୍ତାନି ଉପରେ କଟକଣା ଲଗାଯାଇଛି। ତେବେ ଏହି ୬ ଦେଶକୁ ପିଆଜ ରପ୍ତାନି କରୁଥିବା ସଂସ୍ଥା ନ୍ୟାଶନାଲ କୋ-ଅପରେଟିଭ ଏକ୍ସପୋର୍ଟ ଲିମିଟେଡ୍‌ (ଏନ୍‌ସିଇଏଲ୍‌), ଇ-ପ୍ଲାଟ୍‌ଫର୍ମ ମାଧ୍ୟମରେ ରପ୍ତାନି ପାଇଁ ଘରୋଇ ପିଆଜ କ୍ରୟ କରିଛି। ଦେଶର ବୃହତ୍ତମ ପିଆଜ ଉତ୍ପାଦକ ଭାବରେ ମହାରାଷ୍ଟ୍ର ରପ୍ତାନି ପାଇଁ ଏନ୍‌ସିଏଲ୍‌ ଦ୍ୱାରା କିଣାଯାଇଥିବା ପିଆଜର ପ୍ରମୁଖ ଯୋଗାଣକାରୀ ପାଲଟିଛି। ବିଭାଗ ପିଏସ୍‌ଏଫ୍‌ ଅଧୀନରେ ରବି-୨୦୨୪ରୁ ଚଳିତ ବର୍ଷ ୫ ଲକ୍ଷ ଟନ୍‌ ପିଆଜ କ୍ରୟ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। କେନ୍ଦ୍ରୀୟ ଏଜେନ୍ସି ଏନ୍‌ସିସିଏଫ୍‌ ଏବଂ ନାଫେଡ୍‌ ପିଆଜ କ୍ରୟ କରିବା ପାଇଁ କୃଷକମାନଙ୍କର କ୍ରୟ, ସଂରକ୍ଷଣ ଏବଂ ପଞ୍ଜୀକରଣକୁ ସମର୍ଥନ କରିବା ପାଇଁ ଏଫ୍‌ପିଓ, ଏଫ୍‌ପିସି, ପିଏସି ଭଳି ସ୍ଥାନୀୟ ଏଜେନ୍ସି ସହ ଯୋଡ଼ିହୋଇଛି। ଡିଓସିଏ, ଏନ୍‌ସିସିଏଫ୍‌ ଏବଂ ନାଫେଡ୍‌ର ଏକ ଉଚ୍ଚସ୍ତରୀୟ ଦଳ ଏପ୍ରିଲ ୧୧-୧୩ ମଧ୍ୟରେ ମହାରାଷ୍ଟ୍ରର ନାସିକ ଏବଂ ଅହମ୍ମଦନଗର ପରିଦର୍ଶନକରି ପିଏସ୍‌ଏଫ୍‌ ପାଇଁ ୫ ଏଲ୍‌ଏମ୍‌ଟି ପିଆଜ କ୍ରୟ ସମ୍ପର୍କରେ ସୂଚିତ କରିଥିଲେ। ପିଆଜର ସଂରକ୍ଷଣ କ୍ଷେତ୍ରରେ କ୍ଷତି ହ୍ରାସ ପାଇଁ ବୈଷୟିକ ସହାୟତା ସହ ବିଭାଗ ଗତ ବର୍ଷ ୧୨୦୦ ଏମ୍‌ଟିରୁ ବିକିରଣ ଏବଂ ଶୀତଳ ଭଣ୍ଡାର ଷ୍ଟକ୍‌କୁ ଚଳିତ ବର୍ଷ ୫୦୦୦ ଏମ୍‌ଟିକୁ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି। ଗତ ବର୍ଷ ଆରମ୍ଭ ହୋଇଥିବା ପିଆଜର ବିକିରଣ ଏବଂ ଶୀତଳ ଭଣ୍ଡାରର ପରୀକ୍ଷାମୂଳକ ପ୍ରକଳ୍ପର ଫଳାଫଳ ଅନୁଯାୟୀ, ସଂରକ୍ଷଣ ସମୟରେ କ୍ଷତି ୧୦ ପ୍ରତିଶତରୁ ମଧ୍ୟ କମ୍‌ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା! ୭-୮% ମହଙ୍ଗା ହେବ…

ନୂଆଦିଲ୍ଲୀ,୨୨।୯: ଆଗକୁ ଆସୁଛି ଦଶହରା, ଛଠ ପୂଜା ଓ ଦୀପାବଳି ଭଳି ବଡ଼ ପାର୍ବଣ। ପାର୍ବଣ ପାଇଁ ଲୋକେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବଢ଼ୁଥିବା ମହଙ୍ଗା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?