ପ୍ରତ୍ୟକ୍ଷ କରରେ ବଡ଼ ଧରଣର ସଂସ୍କାର ପ୍ରସ୍ତୁତି;ସର୍ବାଧିକ ଆୟକର୨୦% ସୁପାରିସ

ନୂଆଦିଲ୍ଲୀ,୨୧-୮: କେନ୍ଦ୍ର ସରକାର ପରୋକ୍ଷ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣି ଦେଶରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ କଲେ। ଏହାଦ୍ୱାରା ପ୍ରାୟ ଏକ ଡଜନରୁ ଊର୍ଦ୍ଧ୍ୱ ପରୋକ୍ଷ ଟିକସ ଲୋପ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏବେ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାରେ ବଡ଼ ଧରଣର ସଂସ୍କାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଦେଶରେ ପ୍ରତ୍ୟକ୍ଷ କର ଆଇନ ବଦଳରେ ଡାଇରେକ୍ଟ ଟ୍ୟାକ୍ସ କୋଡ୍‌(ଡିଟିସି) ଲାଗୁ କରିବା ଲାଗି ସରକାର ଏବେ ନିଷ୍ପତ୍ତି ନେଇଛନ୍ତି। ଏହାକୁ କିପରି ଲାଗୁ କରିହେବ ସେନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା। ବିଭିନ୍ନ ଦିଗ ଉପରେ ତର୍ଜମା କରି ଟାସ୍କଫୋର୍ସ ସରକାରଙ୍କୁ ତାଙ୍କର ସୁପାରିସ୍‌ ରିପୋର୍ଟ ପ୍ରଦାନ କରିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆୟକର ସ୍ଲାବ୍‌ରେ ପରିବର୍ତ୍ତନ କରି ଆୟକର ସୀମାକୁ ସର୍ବାଧିକ ୨୦%ରେ ସୀମିତ ରଖିବା ସହ ସମସ୍ତ କମ୍ପାନୀଙ୍କ ପାଇଁ କର୍ପୋରେଟ ଟିକସକୁ ୨୫%କୁ ହ୍ରାସ କରିବା ପାଇଁ ସୁପାରିସ କରାଯାଇଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ବ୍ୟକ୍ତିଗତ ଆୟକର ସୀମାକୁ ୫ରୁ ୨୦ % ମଧ୍ୟରେ ୪ ସ୍ଲାବ୍‌ରେ ସୀମିତ ରଖିବାକୁ ଟାସ୍କଫୋର୍ସ ସୁପାରିସ କରିଛି। ବର୍ତ୍ତମାନ ସର୍ବନିମ୍ନ ୫% ଓ ସର୍ବାଧିକ ୩୦% ଟିକସ ସ୍ଲାବ୍‌ ରହିଛି। ସେହିପରି ୬୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ପାଇଁ ଆୟକର ଛାଡ଼ ସୀମା ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୫%, ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୨୦% ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ ଆଦାୟ କରାଯାଉଛି। ଉଚିତ୍‌ ନିବେଶ ଦ୍ୱାରା ଜଣେ ବ୍ୟକ୍ତି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ର ସୁବିଧା ପାଇପାରିବେ। କାରଣ ଏହା ଉପରେ ଆୟକର ବିଭାଗ ପକ୍ଷରୁ ଅନେକ ପ୍ରକାର ରିବେଟ ଦିଆଯାଇଥାଏ। ବର୍ତ୍ତମାନ ବ୍ୟବସ୍ଥାରେ ବ୍ୟକ୍ତିଗତ ଟିକସଦାତାଙ୍କର ତିନୋଟି ଶ୍ରେଣୀ(୬୦ ବର୍ଷରୁ କମ୍‌, ୬୦ରୁ ୮୦ ବର୍ଷ ଓ ୮୦ ବର୍ଷରୁ ଊର୍ଦ୍ଧ୍ୱ) ରହିଛି।
ସେହିଭଳି କର୍ପୋରେଟ ଟିକସ କ୍ଷେତ୍ରରେ ମଧ୍ୟ ସଂସ୍କାର ପାଇଁ ସୁପାରିସ୍‌ କରାଯାଇଛି। ଏଥିରେ କୁହାଯାଇଛି ଯେ, ସମସ୍ତ କମ୍ପାନୀଙ୍କ ପାଇଁ କର୍ପୋରେଟ ଟିକସକୁ ୨୫%ରେ ସୀମିତ ରଖାଯାଉ। ବର୍ତ୍ତମାନ ବାର୍ଷିକ ୪୦୦ କୋଟି ଟଙ୍କା କାରବାର କରୁଥିବା କର୍ପୋରେଟଙ୍କ ପାଇଁ ୨୫% ଟିକସ ଧାର୍ଯ୍ୟ ହୋଇଛି। ଏହା ଅଧୀନରେ ଦେଶର ୯୯.୩% ପଞ୍ଜୀକୃତ କମ୍ପାନୀ ଆସିଯାଉଛନ୍ତି। ଅବଶିଷ୍ଟ ୦.୭ ପ୍ରତିଶତ ଏଥିରୁ ବାଦ୍‌ ପଡୁଛନ୍ତି। ତେବେ ଏହି ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ହୋଇଥିଲେ ହେଁ ସେମାନେ ସର୍ବାଧିକ ଟିକସ ଦେଉଛନ୍ତି। ଏହି ଟିକସ ହ୍ରାସ ବ୍ୟବସ୍ଥାକୁ ଧୀରେ ଧୀରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ କରିବା ଲାଗି ଟାସ୍କଫୋର୍ସ ସୁପାରିସରେ ଦର୍ଶାଇଛି। ସେହିପରି ମିନିମମ୍‌ ଅଲ୍ଟରନେଟ ଟ୍ୟାକ୍ସ(ଏମ୍‌ଏଟି) ଏବଂ ଲାଭାଂଶ ବିତରଣ ଟିକସ(ଡିଡିଟି)କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଲାଗି ସୁପାରିସ କରାଯାଇଛି। ଏହାଛଡ଼ା ଆୟ ଉପରେ ଦୋହରା ଟିକସ ଆଦାୟ ବୋଝକୁ ପ୍ରତ୍ୟାହାର କରିବାକୁ କୁହାଯାଇଛି। ଉଦ୍ୟୋଗ ଜଗତ ଡିଡିଟି ଓ ଏମ୍‌ଏଟି ତଥା ଏଲ୍‌ଟିସିଜି ପ୍ରତ୍ୟାହାର କରିବାକୁ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ସୂଚନାଥାଉ କି, ସରକାର ଆୟକର ଆଇନ, ୧୯୬୧କୁ ଫାଇନାନ୍ସ ବିଲ୍‌ ମାଧ୍ୟମରେ ପ୍ରତ୍ୟାହାର କରି ନେବାକୁ ଚାହୁଁଛନ୍ତି। ସେ ସ୍ଥାନରେ ଦେଶରେ ଡାଇରେକ୍ଟ ଟ୍ୟାକ୍ସ କୋଡ(ଡିଟିସି) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଆୟକର ଆଇନ ଲାଗୁ ହେବାର ଦୀର୍ଘ ୬୦ ବର୍ଷ ଭିତରେ ଏଥିରେ ଅନେକ ସଂଶୋଧନ ହୋଇସାରିଲାଣି। ଫଳସ୍ବରୂପ ମୂଳ ଆଇନ ନିଜର ଅସ୍ତିତ୍ୱ ହରାଇଛି। ଉପା ସରକାର ୨୦୧୦ରେ ନୂଆ ଆୟକର ଆଇନ ଆଣିବାକୁ ପ୍ରୟାସ କରିଥିଲେ। ସେତେବେଳେ ମଧ୍ୟ ଡିଟିସି ଲାଗୁ ନେଇ ଗଠିତ ଏକ ଟାସ୍କଫୋର୍ସ ବହୁ ସୁପାରିସ କରିଥିଲେ। ତେବେ ଭିତରେ ଓ ବାହାରେ ବିରୋଧର ସ୍ବର ଉଠିବା ପରେ ସରକାର ନିଜ ନିଷ୍ପତ୍ତିରୁ ପଛକୁ ହଟିଥିଲେ। ବର୍ତ୍ତମାନର ଟାସ୍କଫୋର୍ସ ରିପୋର୍ଟକୁ ମତାମତ ପାଇଁ ସରକାରୀ ଓ୍ବେବସାଇଟରେ ଉଲ୍ଲେଖ କରାଯିବ। କେନ୍ଦ୍ର ସରକାର ନୂଆ ଟିକସ ଆଇନକୁ ୨୦୨୦-୨୧ ବଜେଟର ଅଂଶଭାବେ ପ୍ରକାଶ କରିବେ ବୋଲି ଆଶାକରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

କେନ୍ଦ୍ରାପଡ଼ା ସହରରେ ଫୁଟିଲା ଗୁଳି

କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ହର୍ମୁଜ ପ୍ରଣାଳୀରେ ଇରାନ ଅଭିମୁଖେ ଯାଉଥିବା ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ; ଆମେରିକା କଲାଣି ଏମିତି ଦାବି ଚିନ୍ତାରେ ପଡ଼ିଲାଣି ସାରା ବିଶ୍ୱ

ତେହରାନ,୩୧।୫: ଶନିବାର ଆମେରିକା ଚେତାବନୀ ଦେଇଛି ଯେ ଆବଶ୍ୟକ ହେଲେ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କହିଛନ୍ତି…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri