ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ବିଶେଷକରି ଅଙ୍କୁରା ଭୁବନେଶ୍ୱରର ଡା.ବିଚିତ୍ରାନନ୍ଦ, ଡା.ଅଜୟ, ଡା.ଶୁଭ୍ରାଂଶୁ ଓ ଡା.ପ୍ରିୟବ୍ରତଙ୍କ ନେତୃତ୍ୱରେ ହସ୍ପିଟାଲର ଶିଶୁ ଡାକ୍ତରଖାନାର ଡାକ୍ତରମାନଙ୍କ ମିଳିତ ଟିମ୍‌ ଏହି ଅସ୍ତ୍ରୋପଚାର କରିଛନ୍ତି। ଏପରିକି ବିରଳ ଜେନେଟିକ୍‌ ରୋଗରେ ପୀଡ଼ିତ ବାଲୁଗାଁର ଯାଆଁଳା ଶିଶୁମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସାଙ୍ଗକୁ ଶିଶୁମାନଙ୍କର ମେଟାବୋଲିଜମ୍‌ର ଇନ୍‌ବର୍ନ ଏରର୍ସ ନାମକ ଏକ ଅବସ୍ଥା ଥିଲା ଓ ସେମାନଙ୍କ ପାଇଁ ବିଶେଷ ଯତ୍ନର ଆବଶ୍ୟକତା ରହିଥିଲା। ଏହି ଟିମ୍‌ ସେମାନଙ୍କ ପାଇଁ ଏକ ବିଶେଷ ଚିକିତ୍ସା ଯୋଜନା ପ୍ରସ୍ତୁତକରି ଉନ୍ନତ ଜ୍ଞାନକୌଶଳ ଓ ଚିକିତ୍ସା ପଦ୍ଧତି ସହାୟତାରେ ସେମାନଙ୍କୁ ନୂଆ ଜୀବନ ପ୍ରଦାନ କରିଛନ୍ତି। ଏ ନେଇ ଅଙ୍କୁରାର ବରିଷ୍ଠ ଶିଶୁ ବିଶେଷଜ୍ଞ ଡା. ବିଚିତ୍ରାନନ୍ଦ କହିଛନ୍ତି, ଆମେ ଭାବିଥିଲୁ ଶିଶୁଙ୍କ ଚିକିତ୍ସା ଇତିହାସକୁ ଆଧାରକରି ଜନ୍ମରୁ ମେଟାବୋଲିକ୍‌ ରୋଗ ରହିପାରେ। ଏହି ସମସ୍ୟା ପ୍ରତି ଏକ ଲକ୍ଷ ଶିଶୁଙ୍କ ମଧ୍ୟରୁ ୫୦.୯ ଶିଶୁଙ୍କୁ ପ୍ରଭାବିତକରେ ଓ ୦.୪% ଶିଶୁଙ୍କ ଜୀବନ ହାନି ଘଟାଇଥାଏ। ଏହା ଶିଶୁଙ୍କଠାରେ ମେଟାବୋଲିକ୍‌ ପ୍ରକ୍ରିୟାରେ ସମସ୍ୟା ଥିବା ଯୋଗୁ ହୋଇଥାଏ। ଏହା ବିଭିନ୍ନ ବଂଶଗତ ମେଟାବୋଲିକ୍‌ ରୋଗ ବିଭିନ୍ନ ଜିନ୍‌ ପରିବର୍ତ୍ତନ ଯୋଗୁ ହୋଇଥାଏ। ଏହି ଅବସ୍ଥାକୁ ପରିଚାଳନା କରିବା ଓ ପ୍ରଭାବିତ ଶିଶୁଙ୍କ ସମସ୍ୟାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରାକରଣ କରିବା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରୋଗର ଗୁରୁତ୍ୱ ଅନୁସାରେ ଚିକିତ୍ସା ଯୋଜନା ପ୍ରସ୍ତୁତ କରାଯାଇ ଚିକିତ୍ସା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ଆସନ୍ତାକାଲିଠୁ Flipkart Freedom Sale ଆରମ୍ଭ: ଜାଣନ୍ତୁ ୫ ଧମାକାଦାର ଡିସ୍‌କାଉଣ୍ଟ, କରନ୍ତୁ ନାହିଁ ମିସ୍‌

ନୂଆଦିଲ୍ଲୀ, ୭।୮: Flipkart Freedom Sale ୨୦୨୬ ଆସନ୍ତାକାଲି ଅର୍ଥାତ୍‌ ୮ ଅଗଷ୍ଟରୁ ଆରମ୍ଭ ହେଉଛି। ଯଦି ଆପଣ ଏହି ସେଲ୍‌ରେ ନୂଆ ଫୋନ କିଣିବାକୁ ଯୋଜନା…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri