ପ୍ରତିଦିନ ଖାଆନ୍ତୁ ୨ଟି ଭିଜା ଅଖରୋଟ

ଫାଇବର, ଭିଟାମିନ୍‌ ଓ ମିନେରାଲ୍ସରେ ଭରପୁର ଥିବା ଅଖରୋଟ କେବଳ ମସ୍ତିଷ୍କ ଓ ସ୍ମୃତି ଶକ୍ତି ପାଇଁ ଲାଭଦାୟକ ନୁହେଁ ବରଂ ସୁସ୍ଥ ଶରୀର ପାଇଁ ମଧ୍ୟ ଉତ୍ତମ ହୋଇଥାଏ। କାରଣ ଏଥିରେ ପ୍ରୋଟିନ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଆଇରନ, ଫସ୍‌ଫରସ୍‌, କପର, ସେଲେନିୟମ୍‌ ଓ ଓମେଗା-୩ ଫ୍ୟାଟି ଏସିଡ୍‌ ଭଳି କେତେକ ପୋଷକ ତତ୍ତ୍ୱ ଭରି ରହିଛି। ନିଜର ଏହି ଗୁଣ ପାଇଁ ଏହାକୁ ଡ୍ରାଏ ଫ୍ରୁଟ୍ସର ‘ରାଜା’ ବୋଲି ମଧ୍ୟ କୁହାଯାଏ।


* ଅଖରୋଟକୁ କଞ୍ଚା ଖାଇବା ପରିବର୍ତ୍ତେ ଭିଜାଇ ଖାଇଲେ ବହୁ ଲାଭ ମିଳିଥାଏ। ଏଥିପାଇଁ ରାତିରେ ୨ଟି ଅଖରୋଟକୁ ଭିଜାଇ ରଖିଦିଅନ୍ତୁ ଏବଂ ସକାଳେ ଖାଲି ପେଟରେ ଖାଆନ୍ତୁ। ଏଭଳି କରିବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ସମସ୍ୟାରୁ ଉପଶମ ମିଳିଥାଏ।
* ସେହିପରି ବ୍ଲଡ ସୁଗାର ଓ ଡାଇବେଟିଜ୍‌ରୁ ମୁକ୍ତି ଚାହୁଁଥିଲେ ଭିଜା ଅଖରୋଟ ଖାଆନ୍ତୁ। ପ୍ରତିଦିନ ୨ରୁ ୩ଟି ଅଖରୋଟ ଖାଇଲେ ଟାଇପ୍‌-୨ ଡାଇବେଟିଜ୍‌ ହେବାର ଆଶଙ୍କା କମ୍‌ ରହିଥାଏ। ଏହା ବ୍ଲଡ ସୁଗାର ଲେବୁଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ଡାଇବେଟିଜ୍‌ ହେବାର ସମ୍ଭାବନା କମ୍‌ ହୋଇଥାଏ।

* ଅଖରୋଟରେ ଫାଇବର ମାତ୍ରା ଭରପୁର ରହୁଥିବାରୁ ଏହା ପାଚନ କ୍ରିୟାକୁ ତ୍ୱରାନିତ କରିଥାଏ। * ଏହା ହାଡ଼ ଓ ଦାନ୍ତକୁ ମଧ୍ୟ ମଜଭୁତ କରିଥାଏ। କାରଣ ଏଥିରେ ଥିବା ଅଲ୍‌ଫା-ଲିନୋଲେନିକ୍‌ ଏସିଡ୍‌ ହାଡ଼କୁ ଶକ୍ତ କରିବାରେ ସାହଯ୍ୟ କରିଥାଏ।
* ଅଖୋରଟରେ ପ୍ରଚୁର ମାତ୍ରାରେ ଓମେଗା-୩ ଫ୍ୟାଟି ଏସିଡ୍‌ ରହିଥିବାରୁ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ। କାରଣ ଓମେଗା-୩ ଫ୍ୟାଟି ଏସିଡ୍‌ ଶରୀରରେ ଖରାପ କୋଲେଷ୍ଟରଲ୍‌କୁ କମ୍‌ କରି ଭଲ କୋଲେଷ୍ଟରଲ୍‌ ନିର୍ମାଣ କରିଥାଏ। ଯାହା ହୃତ୍‌ପିଣ୍ଡ ପାଇଁ ଭଲ। କେତେକ ଗବେଷଣାରୁ ଜଣାପଡ଼ିଛି ଯେ, ଉଚ୍ଚ ରକ୍ତ ଚାପ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଅଖରୋଟ ରାମବାଣ ପରି କାମ କରିଥାଏ।


*ସେହିଭଳି ଗର୍ଭାବସ୍ଥାରେ ମଧ୍ୟ ଅଖରୋଟ ଖାଇଲେ ବହୁ ଲାଭଦାୟକ ହୋଇଥାଏ। ଏହା ମା’ ଓ ପିଲା ପାଇଁ ଭଲ ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ। କାରଣ ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍‌ ଗର୍ଭରେ ବଢ଼ୁଥିବା ପିଲାର ଜ୍ଞାନକୁ ବିକାଶ କରିବାରେ ସହାୟକ ହୋଇଥାଏ।
* ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବାରୁ ଏହା ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରାଇଥାଏ। ତେଣୁ ସୁସ୍ଥ ରହିବା ପାଇଁ ପ୍ରତିଦିନ ନିଜ ଡାଏଟ୍‌ ପ୍ଲାନରେ ଏହାକୁ ସାମିଲ କରନ୍ତୁ।


* ପ୍ରତିଦିନ ଭିଜା ଅଖରୋଟ ଖାଇଲେ ମାନସିକ ଚାପ କମ୍‌ ହେବା ସହ ସୁନିଦ୍ରା ଆସିଥାଏ। କାରଣ ଏଥିରେ ଥିବା ମେଲାଟୋନିନ୍‌ ସୁନିଦ୍ରା ଆଣିଥାଏ। ଏଥିସହ ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍‌ ରକ୍ତ ଚାପକୁ ସନ୍ତୁଳନ କରି ମାନସିକ ଚାପକୁ କମ୍‌ କରିଥାଏ ବୋଲି ବିଶେଷଜ୍ଞ ମତ ଦିଅନ୍ତି।
* ଓଜନ କମ୍‌ କରିବାରେ ଅଖରୋଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ଓ କ୍ୟାଲୋରି ରହିଛି। ଯାହା ଓଜନକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri