ପ୍ରତାରିତ ନ କରି ସରକାର ବସ୍ତିବାସିନ୍ଦାଙ୍କୁ ଜାଗା ଦିଅନ୍ତୁ: ଭାଜପା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):‘ଜାଗା ମିଶନ’କୁ ୱାଲର୍‌ଡ ହାବିଟାଟ୍‌ ଆୱାର୍ଡ ମିଳିଥିବା ନେଇ ରାଜ୍ୟ ସରକାର ଦାବି କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବୟଂ ଏନେଇ ଟୁଇଟ୍‌ କରିବା ପରେ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇଥିଲେ। କିନ୍ତୁ ଏହି ଆୱାର୍ଡ ପ୍ରଦାନ କରିଥିବା ୱାଲର୍‌ଡ ହାବିଟାଟ୍‌ ଅଫିସିଆଲର ୱେବସାଇଟ ଅନୁସାରେ କର୍ନାଟକର ଆଦିବାସୀ ଅଞ୍ଚଳରେ କାମ କରୁଥିବା ‘ଆକ୍ସନଏଡ ଇଣ୍ଡିଆ’ ଓ ସ୍ପେନର ଏକ ସଂସ୍ଥାର ନାମକୁ ପ୍ରଥମ ପୁରସ୍କାର ମିଳିଥିବା ନେଇ ଉଲ୍ଲେଖ ରହିଛି ବୋଲି ଭାଜପା ପକ୍ଷରୁ କୁହାଯାଇଛି। ୱାଲର୍‌ଡ ହାବିଟାଟ ଆୱାର୍ଡରେ ବିଜେତାମାନଙ୍କୁ ସ୍ବର୍ଣ୍ଣ ପଦକ ଦିଆଯାଏ। ରାଜ୍ୟ ସରକାରଙ୍କ ଜାଗା ମିଶନ ପ୍ରକଳ୍ପକୁ ଏହି ପୁରସ୍କାର ପାଇଁ ଫାଇନାଲ ରାଉଣ୍ଡକୁ ମନୋନୀତ କରାଯାଇଥିଲା। ଏହି ପ୍ରତିଯୋଗିତାର ଫାଇନାଲିଷ୍ଟଙ୍କୁ ସିଲଭର ଓ ବ୍ରୋଞ୍ଜ ପଦକ ଦିଆଯାଏ। ପୁରସ୍କାର ପ୍ରଦାନ କରିଥିବା ସଂସ୍ଥା ନିଜର ଅଫିସିଆଲ ୱେବସାଇଟରେ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି। ସରକାର ହିତାଧିକାରୀଙ୍କୁ ପଟ୍ଟା ବଦଳରେ ଖଣ୍ଡେ କାଗଜ ଧରାଇ ମିଛ ତଥ୍ୟ ରଖି ଆଓ୍ବାର୍ଡ ହାତେଇଛନ୍ତି ବୋଲି ଭାଜପା ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ଭ୍ରମିତ କରି ପୁରସ୍କାର ପାଇବା ପାଇଁ ସରକାର ଜାଗା ମିଶନର ହିତାଧିକାରୀ ସଂଖ୍ୟା ସମ୍ପର୍କରେ ଭୁଲ ତଥ୍ୟ ଦେବା ଅତ୍ୟନ୍ତ ସାଙ୍ଘାତିକ କଥା। ୨୦୦୮ରେ ଜାଗା ମିଶନ ଉଦ୍‌ଘାଟନ କଲାବେଳେ ସରକାର ୧୦ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଲାଭ ମିଳିବ ବୋଲି କହିଥିଲେ। ବିଭିନ୍ନ ସମୟରେ ସରକାରୀ ବିଜ୍ଞାପନରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ୧୦ ଲକ୍ଷ ଲୋକଙ୍କୁ ଜାଗା ମିଶନରେ ଜମି ମିଳିବାର ଯୋଜନା ରହିଛି। ତେବେ ୱାଲର୍‌ଡ ହାବିଟାଟ୍‌ ଆୱାର୍ଡ ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ ଓଡିଶା ଜାଗା ମିଶନରେ ହିତାଧିକାରୀଙ୍କ ସଂଖ୍ୟା ୧୮ଲକ୍ଷ ଦର୍ଶାଯାଇଛି। ସରକାର ହିତାଧିକାରୀଙ୍କୁ ସ୍ଥାୟୀ ଜମି ପଟ୍ଟା ମଧ୍ୟ ପ୍ରଦାନ କରିନାହାନ୍ତି। କେବଳ ଖଣ୍ଡେ ଖଣ୍ଡେ କାଗଜ ଦେଇ ରହିଯାଇଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଭାଜପା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସଫଳତାରେ ଦଳମତ ନିର୍ବିଶେଷରେ ସମସ୍ତେ ଖୁସି ହେବା ପରିବର୍ତ୍ତେ ଏହାକୁ ନେଇ ବିରୋଧୀ ଈର୍ଷାନ୍ବିତ ହୋଇ ହୀନ ରାଜନୀତି କରୁଛନ୍ତି। ଏହାଦ୍ୱାରା ରାଜ୍ୟର ମର୍ଯ୍ୟାଦା ହାନି ହେଉଛି। କୌଣସି ଭାଜପା ଶାସିତ ରାଜ୍ୟ ଏଭଳି ପୁରସ୍କାର ପାଇ ନ ଥିବାରୁ ରାଜ୍ୟ ଭାଜପା ନେତୃବୃନ୍ଦ ଈର୍ଷାନ୍ବିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

୧୬ ଜୁଲାଇରୁ ୫ ରାଶିଙ୍କ ଖୋଲିବ ଭାଗ୍ୟ; ଚାକିରିରେ ବଡ଼ ପ୍ରମୋସନ୍ ହେବା ସହ ସାଲାରି ହେବ ଡବଲ୍!

୧୬ ଜୁଲାଇ, ୨୦୨୬ ହେଉଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଏବଂ ଗୁରୁବାର। ଏହି ତିଥି ଅତ୍ୟନ୍ତ ବିଶେଷ, କାରଣ ଏହି ଦିନ ଭଗବାନ…

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

ଏସ୍‌ଆଇଆର୍‌ରେ ୨୭ ଲକ୍ଷ ଭୋଟରଙ୍କ ନାମ କଟିଛି: ବିଜେଡି

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଥିରେ ନୂତନ ଭୋଟର…

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ପୁରୀକୁ ହାଇ ଆଲର୍ଟ

ଭୁବନେଶ୍ୱର, ୧୬ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri