ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି ଅଞ୍ଚଳରେ କେତେଯେ ଅନିୟମିତତା ହେଉଛି ତା’ର ହିସାବ କହିଲେ ନ ସରେ। ଏଠାରେ ଲୋକମାନେ ବାସଗୃହ ନିର୍ମାଣ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏବଂ ବିଏମ୍‌ସିଠାରୁ ଆବାସିକ(ରେସିଡେନ୍‌ସିଆଲ) ପ୍ରମାଣପତ୍ର ନେଉଛନ୍ତି। କିନ୍ତୁ ସେଠାରେ ମଦଦୋକାନଠାରୁ ଆରମ୍ଭକରି ସୁନାଦୋକାନ ପର୍ଯ୍ୟନ୍ତ ବେପାର କରୁଛନ୍ତି। ଆବାସିକ ଅଞ୍ଚଳକୁ ବାଣିଜ୍ୟରେ ଲଗାଇବା ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ବିଏମ୍‌ସି ପକ୍ଷରୁ ୧୫୩ଜଣ ଉଲ୍ଲଂଘନକାରୀଙ୍କ ସମ୍ପର୍କରେ ସତ୍ୟପାଠ ଦାଖଲ ପରେ ଏବେ ଏହି ଘଟଣା ଚର୍ଚ୍ଚାକୁ ଆସିଛି। ବିଏମ୍‌ସି ଅଞ୍ଚଳରେ ଯେଉଁଠି ଦେଖିବ ଆବାସିକ ଘରେ ବେପାର ହେଉଛି। ପ୍ରାୟ ୯ହଜାର ୫୦୦ ଆବାସିକ ଅଞ୍ଚଳରେ ବ୍ୟବସାୟିକ କେନ୍ଦ୍ର ଖୋଲିଥିବା ଅଭିଯୋଗ ହେଉଛି। କିନ୍ତୁ ବିଏମ୍‌ସିର ଏତେ କମ୍‌ ସଂଖ୍ୟକ ଉଲ୍ଲଂଘନକାରୀଙ୍କ ସତ୍ୟପାଠ ଦାଖଲ ନେଇ ନାନା ପ୍ରଶ୍ନ ଉଠିଛି। ତେବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚତ୍ବା ପରେ ଏବେ ସମ୍ପୃକ୍ତ ବ୍ୟବସାୟୀମାନେ ଫନ୍ଦିରୁ କିଭଳି ମୁକୁଳିବେ, ତାକୁ ନେଇ ଫରେଷ୍ଟ ପାର୍କଠାରୁ ଆରମ୍ଭକରି ବିଭିନ୍ନ ସ୍ଥାନରେ ମେଳି କରୁଥିବା ଦୃଷ୍ଟିକୁ ଆସିଛି।
ଆବାସିକ ଘରେ ବ୍ୟବସାୟକୁ ନେଇ ଉତ୍ତରପ୍ରଦେଶର ରାଜେନ୍ଦ୍ର କୁମାର ବାରଜାତ୍ୟା, ତାମିଲନାଡୁର ଲୋଗ ନାଥନ୍‌ ଏବଂ ଓଡ଼ିଶାର ବିମଳେନ୍ଦୁ ପ୍ରଧାନ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଛନ୍ତି। ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ପଟିଆ, ଡମଣା, ବିଡିଏ, ବାପୁଜୀନଗର, ସତ୍ୟନଗର, ଶହୀଦନଗର, ବାଣୀବିହାର, ନୟାପଲ୍ଲୀ, ଜୟଦେବବିହାରଠାରୁ ଫରେଷ୍ଟ ପାର୍କ ପର୍ଯ୍ୟନ୍ତ ଅଞ୍ଚଳରେ ଲୋକେ ନିୟମ ଉଲ୍ଲଂଘନ କାର୍ଯ୍ୟ କରିଛନ୍ତି। ବିଡିଏ ଏବଂ ବିଏମ୍‌ସିଠାରୁ ଆବାସିକ ଅନୁମତି ଆଣି ଘରକୁ ବେପାରରେ ଲଗାଇ ରୋଜଗାର କରୁଛନ୍ତି। ଫଳରେ ବିଏମ୍‌ସିକୁ ଯେଉଁ ରାଜସ୍ବ ମିଳିବା କଥା ତାହା ମିଳୁନାହିଁ। ହୋଲ୍ଡିଂ ଟିକସ ମଧ୍ୟ ଠିକଣା ଭାବେ ଆଦାୟ ହୋଇପାରୁନାହିଁ। ଅନ୍ୟପକ୍ଷରେ ରାସ୍ତା ଉପରେ ବଡ଼ ବଡ଼ ଦୋକାନ ବଜାର ଖୋଲିବା ଯୋଗୁ ଭିଡ଼ ବଢ଼ିବା ସାଙ୍ଗକୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ଏହାସହ ବିଏମ୍‌ସିର ପାଣି, ସ୍ବେରେଜ ଆଦି ସହରୀ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ସହରବାସୀ ନାନା ହଇରାଣ ହେବା ସହ ଉନ୍ନତ ଜୀବନଶୈଳୀ ପ୍ରଭାବିତ ହେଉଛି। ସୁପ୍ରିମକୋର୍ଟ ଉକ୍ତ ମାମଲାର ଶୁଣାଣି କରି ୨୦୨୬ ମାର୍ଚ୍ଚ ୨୫ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ସମସ୍ତ ରାଜ୍ୟର ମହାନଗର ନିଗମ ଅଞ୍ଚଳରେ କେତେ ଆବାସିକ ସ୍ଥାନ ବାଣିଜି୍ୟକ ଭାବେ ବ୍ୟବହାର ହୋଇଛି, ତା’ର ସର୍ଭେକରି ଆକ୍ସନ ଟେକେନ୍‌ ରିପୋର୍ଟ ପ୍ରଦାନ କରିବାକୁ ମହାନଗର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବିଏମ୍‌ସି ପକ୍ଷରୁ କେବଳ ୧୫୩ଟି ପ୍ଲଟ୍‌ରେ ଏଭଳି ବ୍ୟତିକ୍ରମ ହୋଇଥିବା ନେଇ ସତ୍ୟପାଠ ଦାଖଲ ହୋଇଛି।
ଆବେଦନକାରୀ ବିମଳେନ୍ଦୁ କହିଛନ୍ତି, ଓଡ଼ିଶା ଡେଭଲପମେଣ୍ଟ ଆକ୍ଟ(ଓଡିଏ)-୧୯୮୨, ନିୟମ-୨୦୨୦ ଏବଂ ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ ଅନୁଯାୟୀ ବିଭିନ୍ନ କର୍ତ୍ତୃପକ୍ଷଙ୍କ ଅଦାଲତରେ ଶତାଧିକ ଆବେଦନ ପଡ଼ିରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୩ ମାସ ମଧ୍ୟରେ ଏହି ମାମଲାଗୁଡ଼ିକର ସମାଧାନ କରିବାକୁ ହେବ। ହେଲେ ଏସବୁ ପ୍ରତି ବିଏମ୍‌ସି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି। ସେହିପରି ବିନା ‘ଅକ୍ୟୁପାନ୍ସି ସାର୍ଟିଫିକେଟ୍‌’ରେ ବିଦ୍ୟୁତ୍‌ ଓ ଅଗ୍ନିଶମ ପ୍ରମାଣପତ୍ର ମିଳିପାରିବ ନାହିଁ। ତେବେ ବିଏମ୍‌ସି ଅଞ୍ଚଳରେ ଏସବୁ ବିନା ଶତାଧିକ ନିର୍ମାଣ କିପରି ହେଉଛି ଏବଂ ବିଦ୍ୟୁତ୍‌ ସଂଯୋଗ ଓ ଅଗ୍ନିଶମ ଅନୁମତି କିପରି ମିଳୁଛି? ଏହାଦ୍ୱାରା ସାଧାରଣ ନାଗରିକଙ୍କ ଅଧିକାର କ୍ଷୁଣ୍ଣ ହେବା ସହ ସହରୀ ପରିକଳ୍ପନା ପ୍ରହସନ ପାଲଟିଛି ବୋଲି ପ୍ରଧାନ କହିଛନ୍ତି।
ଏନ୍‌ଫୋର୍ସମେଣ୍ଟ ଅଧିକାରୀ ରଞ୍ଜନ କୁମାର ଜେନା କହିଛନ୍ତି, ୨୦୧୮ ପରେ ବିଏମ୍‌ସି ବିଭିନ୍ନ ପ୍ରକାର ଆବାସ ଓ ବ୍ୟବସାୟିକ ଘର ଅନୁମତି ଦେବା ସହ ଚଢ଼ାଉ କରୁଛି। ଏହା ଏବେ ଆମ ପରିସରଭୁକ୍ତ ନୁହେଁ କହି ସେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇଦେଇଛନ୍ତି। ସେହିପରି ବିଡିଏ ଆଲଟ୍‌ମେଣ୍ଟ ଅଧିକାରୀ ସୁଧୀର ନାୟକ କହିଛନ୍ତି, ଆବାସିକ ସ୍ଥାନରେ ବ୍ୟବସାୟ ନେଇ କେତେକ ଅଭିଯୋଗ ରହିଛି। ତାହା ଏବେ ମାମଲାରେ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ୟପକ୍ଷରେ ଜୋନାଲ କମିଶନର(ଦକ୍ଷିଣ-ପୂର୍ବ) ପ୍ରଣବ ବେହେରା କହିଛନ୍ତି, ମୁଁ ୧୫ ଦିନ ହେଲା କାର୍ଯ୍ୟରେ ଯୋଗଦେଇଛି। ଏପର୍ଯ୍ୟନ୍ତ ଏଭଳି କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ। ମାତ୍ର ପୂର୍ବରୁ ଯେଉଁସବୁ ଅଭିଯୋଗ ଥିଲା, ତାହା ଓଡିଏ କେସ୍‌ କରାଯାଇ କମର୍ସିଆଲକୁ ପରିବର୍ତ୍ତନ କରାଯାଇଛି। କେତେକ ମାମଲା ପ୍ରକ୍ରିୟା ଭିତରେ ରହିଛି। କିନ୍ତୁ ବିଏମ୍‌ସି ଡେପୁଟି କମିଶନର ଅଜୟ ମହାନ୍ତି କହିଛନ୍ତି, ବିଏମ୍‌ସି ନିକଟକୁ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମାତ୍ର ବିଏମ୍‌ସିରେ ଏଭଳି କେତେ ମାମଲା ହୋଇଛି ଏବଂ କେଉଁ ଅଞ୍ଚଳର ବୋଲି ପ୍ରଶ୍ନରେ ସେ କୌଣସି ଉତ୍ତର ଦେଇ ନ ଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri