ପ୍ରଜ୍ଞାଙ୍କ ହାତରେ ଜୀବନ୍ତ ମୃଣ୍ମୟ ମୂର୍ତ୍ତି

ଖୁଣ୍ଟା,୨୮ା୮(ଡି.ଏନ୍‌.ଏ.)- ନାରୀ ଟିଏ କଅଁଳ ଶିଶୁକୁ ଲାଳନପାଳନ କରି ମଣିଷ ପରି ଗଢି ତୋଳିବାରେ ଯେପରି ପାରଙ୍ଗମ, ସେହି ନାରୀ ପୁଣି କଞ୍ଚା କାଦୁଅକୁ ନିଜ ହାତରେ ରୂପ ଦେଇ ଜୀବନ୍ତ କରିବାରେ ମଧ୍ୟ ସିଦ୍ଧହସ୍ତା। ସେହିପରି ନାରୀ ଜଣେ ହେଉଛନ୍ତି ଖୁଣ୍ଟା ବଜାର ସଂଲଗ୍ନ ବାରଡାଙ୍ଗୁଆ ଗ୍ରାମ ଅଧୀନ ପୁରୁଣାପାଣି ଛକର ପ୍ରଜ୍ଞା ପରମିତା ବେହେରା (୩୨)। ତେଲ ଲୁଣର ସଂସାର ସହିତ ଯାବତୀୟ କାମ ମଧ୍ୟରେ ରହି ଆଦରି ନେଇଛନ୍ତି ମୂର୍ତ୍ତି ଗଢିବା କାର୍ଯ୍ୟକୁ ଏବଂ ନାରୀ ସମାଜ ପାଇଁ ପାଲଟି ଯାଇଛନ୍ତି ଏକ ଅନନ୍ୟ ଉଦାହରଣ। ଚେଷ୍ଟା ବଳରେ ନିଜେ ସ୍ବାବଲମ୍ବୀ ହୋଇ ପ୍ରମାଣ କରିଦେଇଛନ୍ତି ଶ୍ରୀମତୀ କମ ନୁହଁନ୍ତି ଏବଂ ନାରୀ ଅବଳା ନୁହେଁ ବରଂ ପୁରୁଷର ସମକକ୍ଷ ହୋଇ ଯେକୌଣସି କାର୍ଯ୍ୟ କରିପାରେ ବୋଲି ନାରୀ ସମାଜକୁ ବତ୍ତର୍ର୍ା ଦେଇଛନ୍ତି। ପ୍ରଜ୍ଞା ପରମିତା ଜଣେ ଗୃହିଣୀ। ସ୍ବାମୀ ଓ ଦୁଇ ଝିଅକୁ ନେଇ ତାଙ୍କର ସଂସାର। ବଡ଼ ଝିଅ ଷଷ୍ଠ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ସାନ ଝିଅ ତୃତୀୟରେ ପଢୁଛି। ସ୍ବାମୀ ଜୟନ୍ତ ବେହେରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ପରିବାରର ଅଭାବ ଅନଟନ ଦିନେ ତାଙ୍କୁ ଏହି କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥିଲା ବୋଲି କୁହନ୍ତି ଶ୍ରୀମତୀ ବେହେରା। ସେଦିନର ସେହି ଚେଷ୍ଟା ଆଜି ତାଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ପାନ ଦୋକାନ କରି ପରିବାର ଚଳାଉଥିବା ସ୍ବାମୀ ଜୟନ୍ତ ୨୦୦୪ରେ ପ୍ରାଥମିକ ଶିକ୍ଷକ ଭାବେ ନିଯୁକ୍ତି ପାଇବାରୁ ଦୋକାନଟିକୁ ବନ୍ଦ କରିବାକୁ ପଡିଥିଲା। ଶିକ୍ଷକ ଚାକିରିରେ ମାସକୁ ଦରମା ମିଳିଲା ମାତ୍ର ୧୫୦୦ ଟଙ୍କା। ସେଥିରେ ପରିବାର ଚଳାଇବା କଷ୍ଟ ହୋଇଥିବା ବେଳେ ଅନ୍ୟ ଦିଗରୁ ଦି ପଇସା ରୋଜଗାର କରିବା ପାଇଁ ଚିନ୍ତାରେ ପଡ଼ିଥିଲେ ପତି ଓ ପତ୍ନୀ। ତେବେ ପୂର୍ବରୁ ଜୟନ୍ତ ଜଣେ ମାଟି ମୂର୍ତ୍ତି କାରିଗରଙ୍କ ନିକଟରେ କିଛିଦିନ କାମ କରିଥିଲେ। ସେହି ସ୍ବଳ୍ପ ଅଭିଜ୍ଞତାକୁ ନେଇ ପତ୍ନୀଙ୍କୁ ମୂର୍ତ୍ତି ଗଢିବା କାର୍ଯ୍ୟ ଶିଖାଇଥିଲେ। ପ୍ରଥମେ ପ୍ରଜ୍ଞା ପରମିତା ପୁରୁଷଙ୍କ ଭଳି କାଦୁଅ ଚକଟି ଉକ୍ତ କାର୍ଯ୍ୟ କରିବା ପାଇଁ ନାପସନ୍ଦ କରୁଥିବା ବେଳେ ପରିବାରର ଅଭାବ ତାଙ୍କୁ ଉକ୍ତ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥିଲା। ଏବେ ସେ ଏହି କାର୍ଯ୍ୟରେ ରହି ଦି ପଇସା ରୋଜଗାର କରି ପାରୁଥିବାରୁ ବେଶ ଆତ୍ମସନ୍ତୋଷ ପାଉଛନ୍ତି ବୋଲି କହିଛନ୍ତି। ସ୍ବାମୀ ଓ ଦୁଇ ଝିଅ ବିଦ୍ୟାଳୟକୁ ଚାଲିଯିବା ପରେ ସେ ଲାଗିଯାନ୍ତି ମୂର୍ତ୍ତି ଗଢିବା କାର୍ଯ୍ୟରେ। ପ୍ରଥମେ ପ୍ରଥମେ ସ୍ବାମୀ ଜୟନ୍ତ ଏହି କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରୁଥିଲେ। ଏବେ ସେ ମୂର୍ତ୍ତି ଗଢିବାଠାରୁ ଆରମ୍ଭ କରି ରଙ୍ଗ ଦେବା ପର୍ଯ୍ୟନ୍ତ ସବୁକାର୍ଯ୍ୟ ନିଜେ କରୁଛନ୍ତି ବୋଲି କହିଛନ୍ତି। ଭଗବାନଙ୍କ ଉପରେ ବିଶ୍ୱାସ ରଖି ସେ କହିଛନ୍ତି ଠାକୁର ନିଜ ରୂପରେ ନିଜେ ଗଢି ଉଠନ୍ତି , ସେଥିପାଇଁ କିଛି ଉଦଯୋଗ ଦରକାର ବୋଲି କହିଛନ୍ତି। ପୂର୍ବରୁ ସେ କମ ସଂଖ୍ୟକ ମୂର୍ତ୍ତି ତିଆରି କରୁଥିଲେ। ତେବେ ପରେ ମୂର୍ତ୍ତିଗୁଡିକର ଆକର୍ଷଣୀୟତା ଦୃଷ୍ଟିରୁ ଚାହିଦା ବଢିଥିଲା। ଆଗକୁ ଗଣେଶ ଓ ବିଶ୍ୱ କର୍ମା ପୂଜା ହେବାକୁ ଥିବାବେଳେ ଆବଶ୍ୟକତା ଦୃଷ୍ଟିରୁ ସେ ଗଢିଛନ୍ତି ୫୦୦ରୁ ଊଦ୍ଧର୍‌ବ ବିଭିନ୍ନ ଆକାରର ମୂର୍ତ୍ତି। ଖୁଣ୍ଟା, ଗୋପବନ୍ଧୁନଗର, ଉଦଳା ଓ ବଡ଼ସାହି ବ୍ଲକ ଅଧୀନରେ ଥିବା ବିଭିନ୍ନ ବଜାରରୁ ବେପାରୀମାନେ ଆସି ଏହି ମୂର୍ତ୍ତିଗୁଡିକୁ କିଣି ନେଇ ନିଜ ଅଞ୍ଚଳରେ ବ୍ୟବସାୟ କରିଥାନ୍ତି। ଫର୍ମା ତିଆରି ମୂର୍ତ୍ତିଗୁଡିକୁ ବେପାରିମାନଙ୍କୁ ବିକୁଥିବା ବେଳେ ନଡା ବନ୍ଧା ହାତ ତିଆରି ମୂର୍ତ୍ତିଗୁଡିକୁ ସେ ନିଜେ ବିକ୍ରି କରିଥାନ୍ତି ବୋଲି କହିଛନ୍ତି। ତେବେ ଘରେ ବସିବା ଅପେକ୍ଷା ଏହି କାର୍ଯ୍ୟରୁ ଦି’ପଇସା ମିଳୁଥିବା ବେଳେ ସ୍ବାମୀଙ୍କୁ ଅପେକ୍ଷା ନ କରି ସେ ଘର କରଣା ଜିନିଷ କିଛି କିଣି ପାରୁଛନ୍ତି ବୋଲି କହିଛନ୍ତି। ସେହିପରି ଏହି କାର୍ଯ୍ୟ ପାଇଁ ବିଶେଷ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନ ଥିବା ବେଳେ ସରକାରଙ୍କ ପକ୍ଷରୁ ଗାଁ ଗହଳିରେ ରହୁଥିବା ଗୃହିଣୀମାନଙ୍କୁ ମାଟି ମୂର୍ତ୍ତି ନିର୍ମାଣ ପାଇଁ ତାଲିମ ପ୍ରଦାନ କରାଗଲେ ସେମାନେ ମଧ୍ୟ ଘରକାମ ସହିତ ବଳକା ସମୟରେ ଏହି କାର୍ଯ୍ୟ କରି ଦି’ପଇସା ରୋଜଗାର କରିପାରନ୍ତେ ବୋଲି ପ୍ରଜ୍ଞା ପରମିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri