ପ୍ରକୃତିକୁ ଭଲ ପାଅ

ବ୍ରଜକିଶୋର ଦାଶ

ମାନବ ପ୍ରକୃତିର ସନ୍ତାନ। ପ୍ରକୃତିର କୋଳରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହୁଏ ଲାଳିତ ପାଳିତ। ସଞ୍ଜ ସକାଳେ ଆକାଶର ବିଭିନ୍ନ ଦୃଶ୍ୟ ତାକୁ ବିମୋହିତ କରେ। ନଦୀ, ସମୁଦ୍ରକୂଳର ନିର୍ଜନତା, ଝାଉଁବଣ, ଦିଗନ୍ତ ବିସ୍ତାରୀ ପୁଳାପୁଳା ସବୁଜିମା ତାକୁ କରେ ଆହ୍ଲାଦିତ। ଜୀବନ ଜିଇବାର ଅପୂର୍ବକଳାକୁ ମାଦକତାରେ ଭରି ଦିଏ। ବସନ୍ତର ମୃଦୁମଳୟ ପବନ, ଆମ୍ରକୁଞ୍ଜରେ କୋଇଲିର କୁହୁତାନ, ଫୁଲଭର୍ତ୍ତି ବନ ଉପବନ ତା’ ଜୀବନରେ ସରସତା ଆଣେ। ଦିନ ଆକାଶରେ ସୂର୍ଯ୍ୟ, ରାତି ଆକାଶରେ ଜହ୍ନ, ପଦ୍ମ ଓ କୁମୁଦ ତା’ର ମନକୁ ଶାନ୍ତି ଓ ସତେଜ କରିଦିଏ। ଦୂରଦିଗ୍‌ବଳୟରେ ମେଘ ଓ ତାକୁ ଦେଖି ମୟୂରର ନୃତ୍ୟ ପ୍ରାଣକୁ ପୁଲକିତ କରେ। ମନରେ ରାଗରାଗେଣୀର ମେଘମହ୍ଲାର ସୃଷ୍ଟିକରେ। ହିମାଳୟକୁ ନ ଦେଖିଥିଲେ ମଧ୍ୟ ସ୍ବପ୍ନରେ ହିମାଳୟର ବିସ୍ମୟରୂପକୁ କଳନାକରେ ଓ ମନେମନେ ଶୁଣେ କୈଳାସ ପର୍ବତର ଓଁକାର ଧ୍ୱନି। ଦୂର ପାହାଡ ଓ ଘଞ୍ଚ ଜଙ୍ଗଲର ଅପରୂପ ତାକୁ ଦୁଃସାହସିକ କରେ। ପାହାଡ କଡର କଳନାଦିନୀ ଝରଣା ତାକୁ ଭାବବିହ୍ବଳ କରେ। ଆଦିବାସୀ ଅନୁଢ଼ାକନ୍ୟାର ନୃତ୍ୟ, ଶାଳ,ମହୁଲ ଫୁଲର ବାସ୍ନା ତା’ ପାଇଁ ଚିରସୁନ୍ଦର ଓ ଚିର ଉପଭୋଗ୍ୟ। ପ୍ରକୃତି ଭିତରେ ଯେଉଁ ସ୍ବଚ୍ଛନ୍ଦ ପ୍ରକାଶ ଅଛି ସେଥିରେ କୃତ୍ରିମତା ନାହିଁ। ପ୍ରକୃତି ରାଜ୍ୟରୁ ମାନବ ନିଜର ପଞ୍ଚଇନ୍ଦ୍ରିୟର ତୃପ୍ତିସାଧନ ଲାଗି ଉପାଦାନ ପାଏ। କବିଟିଏ ପ୍ରକୃତି ରାଜ୍ୟରୁ ସୌନ୍ଦର୍ଯ୍ୟ ଓ ଚିତ୍ତାକର୍ଷକ ବସ୍ତୁ ସଂଗ୍ରହ କରି ଖଞ୍ଜି ଦିଏ କାବ୍ୟରେ। ଗ୍ରାମ୍ୟ ପ୍ରକୃତି ଓ ଅରଣ୍ୟ ପ୍ରକୃତିର ଛବିଳ ରୂପ ଦିଗ ବିଦିଗ ବର୍ଣ୍ଣିତ ହୁଏ, ଯାହାକୁ ପଢ଼ିଲେ ପାଠକର ଭାବନା ରାଜ୍ୟ ଆନ୍ଦୋଳିତ ହୁଏ। ଦାର୍ଶନିକ ସୁଲଭ ସୂକ୍ଷ୍ମ ରହସ୍ୟର ଜାଲ ଉଙ୍କିମାରେ ତା’ର ଚିନ୍ତା ଓ ଚେତନାରେ। ସେ ଗୁଣୁଗୁଣେଇ ଯାଏ ପ୍ରକୃତିର ଚାରୁ ସୁଷମାରେ। ସେ ଆତ୍ମହରା ହୋଇଉଠେ ଅରଣ୍ୟର ଦଳଦଳ ହସ୍ତୀ, ବାଘ, ଭାଲୁ, ହରିଣ, ମୃଗ, ଯାବତୀୟ ପଶୁ ଓ ପକ୍ଷୀ, ନାନାରଙ୍ଗର ଫୁଲ, ଭିନ୍ନଭିନ୍ନ ବୃକ୍ଷଲତା ଦେଖି। ରକମ ରକମ ନାନା ପ୍ରକାର ଫଳମୂଳ, ଚେର ବନଜାତ ଔଷଧି ମଣିଷର ସୁସ୍ଥ ଜୀବନର ପିପାସାକୁ ଚରିତାର୍ଥକରେ। ମଣିଷ ସମାଜର ମଙ୍ଗଳ ପାଇଁ ପ୍ରକୃତି ନିଜକୁ ସୁନ୍ଦର ରୂପରେ ସଜାଇଛି ଓ ଶାଳୀନ ରୂପରେ ପ୍ରକାଶ କରିଛି। ହତଭାଗ୍ୟ ମଣିଷ ପ୍ରକୃତିର ଶୋଭନ, ସୁନ୍ଦରକୁ ନଷ୍ଟ କରୁଛି। ପରିବେଶକୁ ଧ୍ୱଂସ କରୁଛି। ବୃକ୍ଷଲତାକୁ କାଟିବାରେ ଲାଗିଛି। ଜୀବଜନ୍ତୁମାନଙ୍କ ଉପରେ ଆକ୍ରମଣ କରୁଛି। କଳକାରଖାନା, କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି କରୁଛି। କଳକାରଖାନାରୁ ନିର୍ଗତ ବିଷାକ୍ତ ବାଷ୍ପ ପ୍ରକୃତିକୁ ଘନ ଅନ୍ଧକାରର କୁହେଳିକାରେ ଢାଙ୍କି ପକାଉଛି। ଜୈବିକ ଖତ ସାର ପରିବର୍ତ୍ତେ ବିଷାକ୍ତ ରାସାୟନିକ ସାର ପ୍ରୟୋଗ କରି ଅମୃତତୁଲ୍ୟ ଫଳ, ସୁସ୍ବାଦୁ ପନିପରିବା ଓ ପୁଷ୍ପ ସମ୍ଭାରକୁ ବିଷମୟ କରିଦେଉଛି। ଏହି ବିଷାକ୍ତ ଡାକୁଛି ରୋଗକୁ, ଡାକୁଛି ମୃତ୍ୟୁକୁ। ଜୀବନ ଯନ୍ତ୍ରଣାରେ ଝଟପଟ ହେଉଛି ଆଜିର ମଣିଷ। ପୃଥିବୀର ମଣିଷ ସହିତ ସମସ୍ତ ଜୀବଜନ୍ତୁ ସଂକ୍ରାମକ ବ୍ୟାଧିରେ ଆକ୍ରାନ୍ତ, ଶୁଭୁନି ଜୀବନ ଯମୁନାକୂଳରେ ଆବେଗ, ଆନନ୍ଦର କଳକଲ୍ଲୋଳିନୀ ଧାରା। ଜୀବନ ପାଲଟି ଯାଇଛି ନିରାନନ୍ଦ, ନିଶ୍ଚେତନ। ଚାରିଆଡେ ଶୁଭୁଛି ବିମର୍ଷ-ବିକଳ ଆର୍ତ୍ତନାଦ।
ଋତୁଚକ୍ରର ଗତିପଥକୁ ମଧ୍ୟ ବଦଳାଇ ଦେଇଛି ପ୍ରକୃତି। ନିଦାଘ ବୈଶାଖରେ ଟାଇଁ ଟାଇଁ ଖରା, ଆଷାଢ଼ର ଅଜସ୍ର ବର୍ଷା, ମାଘ ମାସରେ ହାଡଭଙ୍ଗା ଶୀତର ପ୍ରକୋପ ପାଇପାରୁନି ମଣିଷ। ଅଦିନିଆ ଖରା, ଅଦିନିଆ ବର୍ଷା, ଅଦିନିଆ ଶୀତ ଅଚାନକ ଆସୁଛି ମଣିଷ ପାଖକୁ, ପ୍ରକୃତିର ନିତ୍ୟ-ନିୟମିତ ଧାରା ପରିବର୍ତ୍ତିତ ହୋଇଯାଇଛି। ପ୍ରକୃତି କ୍ରମଶଃ ରୁଦ୍ରରୂପ ଧାରଣ କରୁଛି। ବନ୍ୟା, ବାତ୍ୟା, ଭୂମିକମ୍ପ, ଘଡଘଡି ଓ ଅଜଣା ମହାମାରୀ ଜୀବନ ଭିତରକୁ ପଶି ଆସୁଛି। ଜୀବନକୁ ନିର୍ବେଦ, ନିଃଷ୍ପ୍ରାଣ, ନିଃସଙ୍ଗ କରି ଦେଉଛି। ଦାରୁଣ ବ୍ୟଥା ଓ ବେଦନାରେ ଶଢ଼ୁଛି ମଣିଷ। ଏଥିପାଇଁ ଦାୟୀକିଏ। ସେ ନିଜେ , ତା’ର କୁକର୍ମ ଓ କୁନିର୍ମାଣର ଫଳ, ଦିନକୁ ଦିନ ପ୍ରକୃତିର ପ୍ରକୋପ ଉଚ୍ଛନ୍ନ କରିବ ମଣିଷକୁ, ହରଣ କରି ନେବ ତା’ ଆୟୁଷକୁ, ରାସ୍ତା କଡର ଭିକାରି ସଜାଇ ଠେଲି ଦେବ ନର୍କକୁ, ପ୍ରକୃତି ଶୋଭା ଧ୍ୱଂସପ୍ରାୟ। ପ୍ରକୃତିର କରାଳ ତାଣ୍ଡବ ରାକ୍ଷସର ଐନ୍ଦ୍ରଜାଲିକ କାୟା ବିସ୍ତାର କରି ଆଜି ମଣିଷ ସମାଜ ପାଖରେ ଠିଆ ହୋଇଛି ଭୟାନକ ମହାମାରୀ କରୋନା ରୂପରେ। ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ପରିବେଶ ପ୍ରଦୂଷଣ, ଅସାବଧାନତା, ଅପରିଷ୍କାରଚ୍ଛନ୍ନତା, ବେପରୁଆ ସ୍ବଭାବ ଏହାର ମୁଖ୍ୟ କାରଣ ପାଲଟିଛି।
ପ୍ରକୃତି କୋଳରେ ପାଳିତ ମଣିଷ ଆର୍ତ୍ତଚିକତ୍ାର କରୁଛି। ରକ୍ଷାକର, ମାଡିଆସିଲା, ମରିଗଲୁ ଇତ୍ୟାଦି। ସାରା ପୃଥିବୀରେ ପ୍ରଳୟ ତାଣ୍ଡବ ନୃତ୍ୟ କରୁଛି ଏହି ବିଷମବ୍ୟାଧି, ଯାହା ନିରାକରଣ ପାଇଁ ଔଷଧ ନାହିଁ। ଗବେଷଣା ଓ ବୈଜ୍ଞାନିକ ଯନ୍ତ୍ରପାତି ପ୍ରମାଦ ଗଣୁଛନ୍ତି। ପୃଥିବୀର ଅଧିକାଂଶ ସହର ଲକ୍‌ଡାଉନ୍‌ରେ। ଏବେ ଦେଖନ୍ତୁ ଶୂନ୍‌ଶାନ୍‌ ନୀରବ ନିଶ୍ଚଳ ପ୍ରକୃତିର ଅନୁପମକୋଳ। ଆକାଶ ଆଗ ଅପେକ୍ଷା ଅଧିକ ନୀଳ ଦେଖାଯାଉଛି। ନଦୀ ଓ ସମୁଦ୍ରର ଜଳ ସ୍ବଚ୍ଛ ନୀଳିମାରେ ଭରି ଲାଣି। ଏକୁଟିଆ ଘୂରିବୁଲୁଥିବା ପକ୍ଷୀର କାକଳି ହୃଦୟକୁ ଛୁଇଁ ଛୁଇଁ ଯାଉଛି। ସମସ୍ତ ରାସ୍ତା ଘାଟ, ରେଳଲାଇନ୍‌, ଆକାଶପଥ ସବୁ ଚୁପ୍‌ଚାପ୍‌। କି ଶାନ୍ତି ଶୋଭନ ପ୍ରତୀୟମାନ ହେଉଛି। ପ୍ରକୃତି ଖୁସିରେ ନିଃଶ୍ୱାସ ମାରୁଛି। ବକ୍ଷ ତା’ର କୋମଳ କମନୀୟତାରେ ଭରି ଉଠୁଛି। ଜଣେ ଦିଲ୍ଲୀରେ ରହୁଥିବା ଡାକ୍ତରଙ୍କ କହିବା ଅନୁସାରେ ଏତେଦିନ ପରେ ସେ ଦିଲ୍ଲୀ ଆକାଶରେ ଏତେଗୁଡିଏ ତାରା ଏକକାଳୀନ ଦେଖିବାର ସୁଯୋଗ ପାଇଛନ୍ତି। ଲଣ୍ଡନବାସୀ ଆକାଶରେ ଗୋଟିଏ ନୂଆ ଜାଗତିକ ଦୃଶ୍ୟକୁ ମଧ୍ୟ ଦେଖିବାର ସୁଯୋଗ ପାଇଛନ୍ତି। ପ୍ରକୃତିକୁ ଭଲ ପାଅ। ପ୍ରକୃତି ମଣିଷଙ୍କ ପାଇଁ ଉଦ୍ଭିଦଜାତ ଖାଦ୍ୟଶସ୍ୟର ଭଣ୍ଡାର ସାଇତି ରଖିଛି। ତାକୁ ଯନତ୍ କର। ତା’ର ଫାଇଦା ଉଠାଅ। ଖାଦ୍ୟ ଗ୍ରହଣର ନିୟମତାକୁ ଅବଲମ୍ବନକର। ହଜିଯାଇଥିବା ପ୍ରାଚୀନ ସଂସ୍କୃତି ଓ ତା’ର ଚଳଣିକୁ ଆପଣାର କର। ବୃକ୍ଷ ଲଗାଅ, ଘଞ୍ଚଜଙ୍ଗଲ ସୃଷ୍ଟିକର। ବୃକ୍ଷ ଆମକୁ ସୁସ୍ଥ ଅମ୍ଳଜାନ ଦେବ। ଗ୍ରୀଷ୍ମ ବର୍ଷାରୁ ଆମ ଜୀବନକୁ ରକ୍ଷାକରିବ। ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଜଳପ୍ରଦୂଷଣ ଓ ମୃତ୍ତିକାକ୍ଷୟକୁ ସୁରକ୍ଷା ଦେବ। ପ୍ରକୃତିକୁ ଭଲ ପାଅ। ପ୍ରକୃତି ସୁସ୍ଥସୁନ୍ଦର ଜୀବନଦେବ।

ପ୍ରାଧ୍ୟାପକ, କମଳା ନେହେରୁ ମହିଳା ମହାବିଦ୍ୟାଳୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri