ପ୍ରକଳ୍ପ ଅଛି, ପାନୀୟ ଜଳ ମିଳୁନି

ତେନ୍ତୁଳିଖୁଣ୍ଟି,୧।୫(ଡି.ଏନ.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ଗ୍ରାମପଞ୍ଚାୟତ ଖାତିଗୁଡାଠାରେ ଜଳଯୋଗାଣ ପ୍ରକଳ୍ପ ରହିଛି। କିନ୍ତୁ ଏହା ଲୋକଙ୍କ ଆବଶ୍ୟକତା ପୂରଣ କରି ପାରୁ ନାହିଁ। ପ୍ରକଳ୍ପ ଥାଇ ମଧ୍ୟ ବହୁ ସାହିବାସିନ୍ଦା ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଖାତିଗୁଡାର ପାଇକ, ଗଉଡ, କୁମ୍ଭାର, ହରିଜନ, ଆଦିବାସୀ ଓ ଖ୍ରୀଷ୍ଟିଆନ ସାହି ସମେତ ଝାଲିଆଗୁଡା ମାର୍କେଟର ମାଉସୀମା ମନ୍ଦିର ପର୍ଯ୍ୟନ୍ତ ପାଣି ଯୋଗାଇବା ପାଇଁ ଷ୍ଟାଣ୍ଡ ପଏଣ୍ଟ ନିର୍ମାଣ କରାଯାଇଛି। ତେବେ ପ୍ରକଳ୍ପ ଆରମ୍ଭ ହେବାର କିଛି ଦିନ ପର୍ଯ୍ୟନ୍ତ ଝାଲିଆଗୁଡା ମାର୍କେଟର ପୋଲିସ ଷ୍ଟେଶନ ପର୍ଯ୍ୟନ୍ତ ପାଣି ଯୋଗାଣ ହୋଇଥିଲା । କିନ୍ତୁ ଗତ ୨ ବର୍ଷ ହେଲା ଏହି ପ୍ରକଳ୍ପ ଦ୍ୱାରା ଝାଲିଆଗୁଡା ମାର୍କେଟକୁ ଜଳଯୋଗାଣ କରାଯାଉନି । ଖାତିଗୁଡା ଗ୍ରାମର ସବୁସାହିକୁ ମଧ୍ୟ ପାଣି ଆସୁ ନଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଳଯୋଗାଣ ପ୍ରକଳ୍ପର ଦୁଇଟି ଯାକ ବୋରଓ୍ବେଲରେ ମୋଟର ଫିଟିଂ କରି ଓଭରହେଡ ଟାଙ୍କିରେ ଜଳ ରଖାଯାଇ ଯୋଗାଣ କଲେ ଲକ୍ଷ୍ୟ ପୂରଣ ହୋଇପାରନ୍ତା । କିନ୍ତୁ ଜଳଯୋଗାଣ ପ୍ରକଳ୍ପର ଓଭରହେଡ ଟାଙ୍କି ନିର୍ମାଣ ଦିନଠାରୁ ଦିନଟିଏ ମଧ୍ୟ ବ୍ୟବହାର କରାଯାଇନାହିଁ । ଝାଲିଆଗୁଡା ମାର୍କେଟରେ ରହୁଥିବା ୧୩୦ ପରିବାର ପାଣି ପାଇଁ ଦୁଇଟି ନଳକୂପ ଏବଂ ଦୁଇଟି କୁଅ ଉପରେ ନିର୍ଭର କରୁଛନ୍ତି । ଝାଲିଆଗୁଡା ମାର୍କେଟ ଅଞ୍ଚଳକୁ ଜଳଯୋଗାଣ କରିବା ପାଇଁ ସରପଞ୍ଚ ବିଜୟ ଝୋଡିଆ କନିଷ୍ଠ ଯନ୍ତ୍ରୀ ଶିବରାମ ଦୀକ୍ଷିତଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ। ତୁରନ୍ତ ସମସ୍ୟାର ସମାଧାନ କରା ନଗଲେ ଜଳଯୋଗାଣ ପ୍ରକଳ୍ପରେ ତାଲା ପକାଯିବା ସହ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri