ପୌରସଂସ୍ଥାର ପ୍ରାକ୍ତନ ସଦସ୍ୟା, ସଦସ୍ୟଙ୍କୁ ମିଳୁ ପେନ୍‌ସନ

ବ୍ରହ୍ମପୁର ଅଫିସ,୨୬ା୮-ବ୍ରହ୍ମପୁର ପୌର ନିଗମ (ବିଏମସି)ର ପୂର୍ବତନ କାଉନସିଲର ଓ କର୍ପୋରେଟର ସଂଘର ସମାବେଶ ରବିବାର ଅନୁଷ୍ଠିତ ହୋଇଯାଇଛି । ଏମ୍‌ପି ଓ ବିଧାୟକଙ୍କ ଭଳି ପୌରସଂସ୍ଥାକୁ ନିର୍ବାଚିତ ହୋଇଥିବା ପୂର୍ବତନ ସଦସ୍ୟା, ସଦସ୍ୟମାନଙ୍କ ପାଇଁ ସରକାର ପେନସନ ଯୋଜନା କାର୍ଯ୍ୟକାରୀ କରିବାକୁ ସର୍ବସମ୍ମତ ଦାବି ହୋଇଛି। ଏଥିପାଇଁ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ଥାନୀୟ ପ୍ରକାଶମ ହଲରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏମ୍‌ପି ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଚନ୍ଦ୍ରଶେଖର ଏଠାର ପୂର୍ବ ପୌରସଂସ୍ଥାର କାଉନସିଲର ଓ ଦୁଇଥର ନଗରପାଳ ନିର୍ବାଚିତ ହୋଇଥିଲେ। ସେହିପରି ଚ୍ୟାଉ ପଟ୍ଟନାୟକ ମଧ୍ୟ ଅତୀତରେ ପୌର ପରିଷଦର କାଉନସିଲର ଥିଲେ ।
ଉଭୟଙ୍କ ରାଜନୈତିକ ଜୀବନ ପୂର୍ବ ପୌର ପରିଷଦରୁ ଆରମ୍ଭ ହୋଇଥିଲା ।
ସମାବେଶରେ ସଂଘ ସଭାପତି ତଥା ପୂର୍ବ ପୌର ପରିଷଦର ନଗରପାଳ ପି. ଭୀମୁଡ଼ୁ ଅଧ୍ୟକ୍ଷତା କରିଥିଲେ । ନବ ନିର୍ବାଚିତ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଏମପି ଚନ୍ଦ୍ରଶେଖର ଓ ପୂର୍ବତନ ବିଧାୟକ ଚ୍ୟାଉ ପଟ୍ଟନାୟକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏମପି ସାହୁ କହିଥିଲେ ୧୫୨ ବର୍ଷର ଏହି ପୌରସଂସ୍ଥା ୧୦ ବର୍ଷ ତଳେ ମହାନଗର ନିଗମରେ ପରିଣତ ହୋଇଛି । ଏହାର ସର୍ବାଙ୍ଗୀନ ବିକାଶରେ ପୂର୍ବତନ କାଉନସିଲର ଓ କର୍ପୋରେଟରମାନେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ। ଜାନିବିଲି ବୃହତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ନେଇ ମହାନଗର ସାରା ପାଇପ ଲାଇନ ସଂଯୋଗ ପାଇଁ ରାସ୍ତାଗୁଡ଼ିକ ଖୋଳି ଦିଆଯାଇଛି ଏବଂ ସମ୍ପୃକ୍ତ ଠିକା ସଂସ୍ଥା ପୁନଃ ନିର୍ମାଣରେ ଅହେତୁକ ବିଳମ୍ବ କରୁଥିବାରୁ ସମସ୍ୟା ସଂଗୀନ ହୋଇଯାଇଥିବା ସାହୁ ସ୍ବୀକାର କରିଥିଲେ ।
ମହାନଗର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା ଏବଂ ଏହି ପୁରାତନ ସହରକୁ ଆଦର୍ଶ ଓ ସ୍ବଚ୍ଛ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ବିଧାୟକ ପଣ୍ଡା। ଚ୍ୟାଉ ପଟ୍ଟନାୟକ ମଧ୍ୟ ଉଦବୋଧନ ଦେଇଥିଲେ। ପୂର୍ବତନ ଉପନଗରପାଳ ତଥା ପ୍ରାକ୍ତନ ବିଧାୟକ ଶିବ ଶଙ୍କର ସାହାଣୀ, ୬ ଥର କାଉନସିଲର ନିର୍ବାଚିତ ହେବା ସହ ଅତୀତରେ ଉପନଗରପାଳ ହୋଇଥିବା ଡ଼. ଭଗବାନ ଗନ୍ତାୟତ, ପୂର୍ବତନ ଡେପୁଟି ମେୟର ଜ୍ୟୋତ୍ସ୍ନା ନାୟକ, ପ୍ରାକ୍ତନ ଉପନଗରପାଳ ଜାମୁଲା ଶଙ୍କର ନାରାୟଣ ମଞ୍ଚାସୀନ ଥିଲେ। ସଂଘ ପକ୍ଷରୁ ଏମାନଙ୍କୁ ସମ୍ମାନିତ କରାଯାଇଥିଲା। ସଂଘ ସମ୍ପାଦକ ଅଶୋକ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପୂର୍ବତନ କାଉନସିଲର ଜେ. ସୁଷମା ରାଣୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅତୀତରେ ପୌର ସଂସ୍ଥାକୁ ନିର୍ବାଚିତ ଉଦୟନାଥ ନାୟକ, ଅଲେଖ ଚୌଧୁରୀ, ପ୍ରମୋଦ କୁମାର ଜେନା, ଉମା ଚରଣ ନାୟକଙ୍କ ସମେତ ଶତାଧିକ ସଦସ୍ୟା ଓ ସଦସ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri