ପୋଲିସ ସମ୍ମୁଖରେ ପଗଡ଼ି ଖୋଲି ପଞ୍ଜାବୀ ଯୁବକଙ୍କୁ ମାଡ଼ ଘଟଣା: ଓଡ଼ିଶା ଛାଡ଼ି ପଳାଇବୁ ବୋଲି କହିଲେ ପରବିନ୍ଦର

ଭୁବନେଶ୍ୱର,୧୬ା୧(ବ୍ୟୁରୋ): ଆକ୍ରମଣକାରୀଙ୍କୁ ଚିହ୍ନଟ ପାଇଁ ପୋଲିସ ଡାକିଲା। ଏକାଧିକ ପୋଲିସର ଉପସ୍ଥିତିରେ ହିଁ ଅଭିଯୁକ୍ତମାନେ ମୋତେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କଲେ। ମୋ ପଗଡ଼ିକୁ ତଳେ କଚାଡ଼ି ଅସମ୍ମାନିତ କଲେ। ମୋ ଜାତିକୁ ନେଇ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ନାନା ଆକ୍ଷେପ ମଧ୍ୟ କଲେ। କେହି ମୋତେ ସହାୟତାର ହାତ ବଢ଼ାଇବାକୁ ଆସିଲେନି। ଖୋଦ୍‌ ପୋଲିସ ଦେଖଣାହାରି ସାଜିଥିଲା। ଲାଗୁଥିଲା ଏଠାରେ ପୋଲିସ-ଅପରାଧୀ ସବୁ ସମାନ। ମୋର ଜାନ୍‌ ଚାଲିଯାଇଥାନ୍ତା ପଛେ, ମୋ ଜାତିର ଇଜ୍ଜତ ପଗଡ଼ିକୁ ଫିଙ୍ଗି ଯେପରି ଆକ୍ରମଣ କଲେ ତାହା ମୋତେ ଭାରି କଷ୍ଟ ଦେଉଛି। ମୋତେ ବଞ୍ଚତ୍ବାକୁ ଇଚ୍ଛା ହେଉନି। ଘଟଣା ପରଠାରୁ ମୁଁ ଓ ମୋ ପରିବାର ଭୟ ଆଶଙ୍କାରେ ରହିଛୁ। ଓଡ଼ିଶା ପୋଲିସ ଉପରେ ମୋର ଭରସା ପାଉନି। ଆବଶ୍ୟକ ପଡ଼ିଲେ ଓଡ଼ିଶା ଛାଡ଼ି ନିଜ ରାଜ୍ୟକୁ ପଳାଇବୁ ବୋଲି ମଙ୍ଗଳବାର ଲକ୍ଷ୍ମୀସାଗର ଥାନାଞ୍ଚଳରେ ଆକ୍ରମଣର ଶିକାର ହୋଇଥିବା ପଞ୍ଜାବର ପରବିନ୍ଦର ପାଲ୍‌ ସିଂ ଗଣମାଧ୍ୟମକୁ କହିଛନ୍ତି।
ପରବିନ୍ଦରଙ୍କ ଏଭଳି କ୍ଷୋଭ ଓ ଭୟ ଓଡ଼ିଶା ପୋଲିସ ପାଇଁ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାକୁ କମିଶନରେଟ ପୋଲିସ ଗୁରୁତ୍ୱର ସହ ନେଇ ଆରମ୍ଭରୁ କଡ଼ା ପଦକ୍ଷେପ ନେଇଛି। ମଙ୍ଗଳବାର ରାତିରେ ପୋଲିସ ଲକ୍ଷ୍ମୀସାଗର ଅଞ୍ଚଳର ଦୀପକ ମହାନ୍ତି ଓ ଶଙ୍କର ରାଉତଙ୍କୁ ଗିରଫ କରିଥିବାବେଳେ ବୁଧବାର ଅନ୍ୟତମ ଅଭିଯୁକ୍ତ ଦୀପକ କୁମାର ଜେନାଙ୍କୁ ଗିରଫ କରିଛି। ପରବିନ୍ଦରଙ୍କ ଅଭିଯୋଗକ୍ରମେ ମାମଲା ନଂ.୧୫/୧୦ରେ ୩ ଅଭିଯୁକ୍ତଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଥିଲା। ଅନ୍ୟପକ୍ଷରେ ଘଟଣା ପରେ ପିସିଆର୍‌ ଭ୍ୟାନ୍‌ ଇନ୍‌ଚାର୍ଜ ତଥା ପୂର୍ବତନ ସେନା କର୍ମଚାରୀ ସୁବାସ ଚନ୍ଦ୍ର ରାଉତଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଆଗାମୀ ୩ ଦିନରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବାକୁ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବୁଧବାର ସନ୍ଧ୍ୟାରେ ଅତିରିକ୍ତ ପୋଲିସ କମିଶନର ତଥା ଡିସିପି ଅନୁପ କୁମାର ସାହୁ ପରବିନ୍ଦରଙ୍କ ଘରେ ପହଞ୍ଚତ୍ ତାଙ୍କଠାରୁ ପଚାରିବୁଝିଥିଲେ। ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। ତେବେ ମିଳିଥିବା ଶେଷ ରିପୋର୍ଟ ଅନୁସାରେ, କୋର୍ଟରେ ସମସ୍ତଙ୍କୁ ଜାମିନ ମିଳିଯାଇଛି। ଏହା ଶୁଣିବା ପରେ ଆକ୍ରମଣର ଶିକାର ପରବିନ୍ଦର ଓ ପରିବାର ଲୋକେ ଆହୁରି ଭୟଭୀତ ଅବସ୍ଥାରେ ରହିଛନ୍ତି।
ସୂଚନାଯୋଗ୍ୟ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଟାଓ୍ବାର ଆପାର୍ଟମେଣ୍ଟରେ ପରବିନ୍ଦର ପରିବାର ସହ ରୁହନ୍ତି। ଏଥିସହ ସେ ଉକ୍ତ ଆପାର୍ଟମେଣ୍ଟ ଆସୋସିଏଶନର ଟ୍ରେଜରର ଅଛନ୍ତି। ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତ ଦୀପକ, ଶଙ୍କର ଓ ଅନ୍ୟ ୬ଜଣ ଆପାର୍ଟମେଣ୍ଟ ଆଗରେ କାର୍‌ ରଖି ଖଟି କରୁଥିଲେ। ପରବିନ୍ଦର ତାଙ୍କ ଝିଅକୁ ସ୍କୁଲରୁ ଆଣି ଫେରୁଥିବାବେଳେ ଅଭିଯୁକ୍ତମାନ ବାଟରୁ କାର୍‌ ନ ହଟାଇ ତାଙ୍କୁ ଆକ୍ରମଣ କରିଥିଲେ। ପରବିନ୍ଦର ଜୀବନ ବଞ୍ଚାଇବାକୁ ଆପାର୍ଟମେଣ୍ଟ ଭିତରକୁ ଦୌଡ଼ି ପଳାଇ ନଂ.୧୦୦ରେ ପୋଲିସକୁ ଖବର ଦେଇଥିଲେ। ପିସିଆର୍‌ ପୋଲିସ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ପରବିନ୍ଦରଙ୍କୁ ଡାକିଥିବାବେଳେ ସେଠାରେ ଉପସ୍ଥିତ ଅଭିଯୁକ୍ତମାନେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri